STORYMIRROR

Sudesna Swain

Tragedy Others

3  

Sudesna Swain

Tragedy Others

ଖାଦ୍ୟ

ଖାଦ୍ୟ

2 mins
168

ଜୀବନରେ ବଞ୍ଚିବା ପାଇଁ ହେଲେ କିଛି ନା କିଛି ବୃତିରେ କର୍ମରତ ରହିଵା ଅତ୍ୟନ୍ତ ଜରୁରୀ । କଥାରେ ଅଛି ପେଟ ପାଇଁ ନାଟ ଦିନକୁ ଦୁଇମୁଠା ଖାଦ୍ୟ ମିଳିବାପାଇଁ ସମସ୍ତେ ନିଜ ନିଜ କର୍ମମୟ ଜୀବନରେ ବ୍ୟତି ବ୍ୟସ୍ତ ରୁହନ୍ତି । ଖାଦ୍ୟ ପାଇଁ କିଏ ଚୋରି କରୁଛି ତ କିଏ ଡକାୟତ କରୁଛି ତ କିଏ ଭିକ ମାଗିକି ନିଜର ପେଟକୁ ଖାଦ୍ୟ ଯୋଗାଉଛି । ସମାଜରେ ଏମିତି ବି ଲୋକମାନେ ଦଣ୍ଡାୟମାନ ଅଛନ୍ତି କି ଯେ ନିଜର ପେଟ ପୋଷିବାପାଇଁ ଅନ୍ୟ ନିକଟରେ ନିଜ ଶରୀରକୁ ବିକ୍ରୟ କରିବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ସ୍ନେହମୟୀ ମାଆଟିଏ ମଧ୍ୟ ଦଶମାସ ଦଶ ଦିନ ଗର୍ଭରେ ଧାରଣ କରିଥିବା ତାର କଅଁଳ ଶିଶୁକୁ ମଧ୍ୟ କିଛି ଖାଦ୍ୟ ପାଇଁ ଅନ୍ୟ ମନୁଷ୍ୟ ହାତରେ ଟେକିଦିଏ । କେତେ ହତ ଭାଗା ଏ ମାନବ ସମାଜ, ବଡ ବଡ ହୋଟେଲ ମାନଙ୍କରେ ଧନୀ ବ୍ୟକ୍ତି ମାନେ ଯଦି ଖାଇବାକୁ ଯାଇଥିବେ ସେମାନେ ସେଠାରେ ଯେତିକି ଖାଦ୍ୟ ନିଜ ପେଟପାଇଁ କିଣିଥାନ୍ତି ତା ଠାରୁ ଅଧିକ ଖାଦ୍ୟ ଡଷ୍ଟବିନକୁ ଚାଲିଯାଏ । ସେମାନେ କେବେହେଲେ ଭାବନ୍ତିନି ଯେ ଆମେ ଯେଉଁ ଖାଦ୍ୟ ଫୋପଡୁଛେ ହୁଏ ତ ସେହି ଖାଦ୍ୟ ଅନ୍ୟ କାହାକୁ ପ୍ରଦାନ କଲେ ସେ ଖୁସିରେ ଆମ ପାଇଁ ଭଗବାନଙ୍କ ନିକଟରେ ନତମସ୍ତକ ହୋଇ ଆମ ପାଇଁ ଟିକେ ଶୁଭମନାସି ପାରିବ ଖାଦ୍ୟର କେବେ ହେଲେବି ଅପରିହାର୍ଯ୍ୟ କରିବା କଥା ନୁହେଁ ! ଥରେ ଜଣେ ରୁଷିଙ୍କ ଆଶ୍ରମରେ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ ହେଵା ସମୟରେ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବା ରୋଷେୟା ଭୁଲ ବଶତଃ ଖାଦ୍ୟରେ ଚିନି ଜାଗାରେ ଲବଣର ବ୍ୟବହାର କରିଦେଇଥିଲା । ବ୍ୟଞ୍ଜନ ପ୍ରସ୍ତୁତ ପରେ ଯେତେବେଳେ ସମସ୍ତେ ଖାଦ୍ୟ ଖାଇବାପାଇଁ ବସିଲେ ସମସ୍ତେ ଖାଦ୍ୟ ପାଟିକୁ ନେବାକ୍ଷଣି ଥୁ ଥୁ କରି ପାଟିରୁ କାଢ଼ିବାକୁ ଲାଗିଲେ, କିନ୍ତୁ ଋଷି ଜଣକ ଲବଣ ମିଶ୍ରିତ ଖାଦ୍ୟକୁ ଖାଇବାକୁ ଲାଗିଲେ ଏହା ଦେଖି ଅନ୍ୟ ମାନେ ପ୍ରତିକ୍ରିୟା କରିବାରୁ ମୁନି କହିଲେ ସବୁ ଖାଦ୍ୟର କିଛି ନା କିଛି ସ୍ୱାଦ ଥାଏ ତେବେ ଲବଣ ମିଶ୍ରିତ ଖାଦ୍ୟକୁ ମଧ୍ୟ ନଷ୍ଟ ନ କରିବା ଅନୁଚିତ, ଖାଦ୍ୟ ଯାହାବି ହେଉନା କାହିଁକି ଆମେ କେବେହେଲେ ଖାଦ୍ୟକୁ ନଷ୍ଟ କରିବା ନାହିଁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy