କେମିତି କରିବି ତୁମକୁ ନିଜର
କେମିତି କରିବି ତୁମକୁ ନିଜର
ଏ ମନ କହେ ତୁମକୁ ନିଜର କରିବାକୁ । ତୁମ
ସାନିଧ୍ୟରେ ସଂସାର ଜୟ କରିବାକୁ ।ତୁମେ ନିତି ଆସ ମୋ
ପାହାନ୍ତିଆ ସ୍ୱପ୍ନରେ ,ଆଉ ଅଭିମାନରେ ପଚାରିଦିଅ ଏ ପ୍ରିୟା ତୁମେ ମୋର କେବେ ହେବ ? ମୋ ପ୍ରେମର ରସରେ ଟିକିଏ ବୁଡ଼ିଯାଅ ନା ।ଠିକ୍ ସେତିକି ବେଳକୁ ବୋଉର ସେ ଲମ୍ବା ଡାକ ଝିଅ ଏ ବାୟାଣୀ ଉଠୁଛୁ ନା ନାଇଁ ଯେ ଆଉ ମୁଁ ସ୍ଵପ୍ନ ଦୁନିଆରୁ
ବାହାରି ଆସିଯାଏ । ତୁମେ ଦିଶ କେବେ ଟିଭି ପରଦାରେ ଆଉ ମୁରୁକି ମୁରୁକି ହସିଦିଅ , କେତେବେଳେ ଦେଖା ଯାଅ ମୋବାଇଲ୍ ର ପ୍ରତିଟି ଛବିରେ ,ପୁଣି କେତେବେଳେ ସବୁ ଦୋକାନ ର ଫଳକ ବୋର୍ଡ ଉପରେ ଆଉ କେତେବେଳେ କଳପଟା କାନ୍ଥରେ ଅଙ୍କାବଙ୍କା ହୋଇ କେତେ ଯେ ଅକ୍ଷର ହୋଇ ମୋ ଆଖି ଆଗରେ
ଥେଇ ଥେଇ ହୋଇ ନାଚିଯାଇ ମୋ କାନରେ ଅନେକ ଅକୁହା
କଥା କହିଯାଅ । ହେଲେ ମୁଁ ପାଗିଳି ବାଲୁରୁ ବାଲୁରୁ ହୋଇ ଅନାଉଥାଏ କଳାପଟାକୁ ଓ ଶିକ୍ଷକଙ୍କ ସେ ଦୁଇ ଓଠକୁ ।
ବୁଝି ପାରେନା ମୁଁ , କଣ ଯେ ମୋ ସହ ହେଉଛି । ଏ ହୃଦୟ ଟା କହେ କୃଷ୍ଣ ଯେ କେବଳ ରାଧାର ନୁହଁ
ରାଧା ସହ ସାରା ପୃଥିବୀବାସୀଙ୍କ ର ।ସାରା ଜଗତବାସୀଙ୍କୁ
ଯେମିତି ନିଜର କରିଛି ତୁମର ଭି ନିଜର ହୋଇ ପାରିବି ଥରେ
ପାଖକୁ ଆସି ମୋତେ ଆଲିଙ୍ଗନ ତ କର । ଏହି କଥା ଶୁଣି
ଧାଇଁ ଧାଇଁ ଯାଏ ତୁମକୁ ଧରିବାକୁ ଆଉ ରଙ୍ଗୀନ୍ ପୋଷାକ ଥିବା
ପ୍ରତିଟି ପୃଷ୍ଠାକୁ ମନଭରି ଉପୋଭୋଗ କରିବାକୁ । ହେଲେ
କଣ ଅବା କରିବି ଆମ ଓଡ଼ିଆ ଭାଷାଠାରୁ ତୁମେ ଟିକିଏ ଅଲଗା । ତୁମେ ତ ଜାଣିଛ ପଖାଳରେ ଯେତିକି ଆତ୍ମ ସନ୍ତୁଷ୍ଟି ମିଳେ ସେତିକି ବିଦେଶୀ ବିରୀୟାନୀ ମିଳି ନ ଥାଏ ।
ଜାଣିଛ ସମସ୍ତେ କୁହନ୍ତି ମୁଁ ଅଜ୍ଞାନୀ ଓ ମୁର୍ଖ ।
ହେଲେ ମୋ ଅନ୍ତର ବେଦନା କେହି ବୁଝପାରନ୍ତିନି । କେତେ ଯେପ୍ରୟାସ ଯେ ନ କରିଛି ତୁମକୁ ନିଜର କରିବାକୁ । ହେଲେ ତୁମସ୍ପର୍ଶ କରିବାକୁ ମୋତେ ଭାରି ଡର ଲାଗେ । ଆଉ ତୁମର କଥା ଗୁଡ଼ାକ କାନରେ ବାଜିଲେ ମୋ ମୁଣ୍ଡ ଟା ଘୁରି ଯାଏ ଘାଇଁ ଘାଇଁ ସତେକି କେହି ଜଣେ ବାଲି ବସ୍ତା ଟେ ଲଦି ଦେଇଛି ଆଉ ସେ ଭାର ସମ୍ଭାଳିବାକୁ ଅକ୍ଷମ । ନିଦ ମାଉସୀ ମୋତେ ଧିରେ ଧିରେ ଗ୍ରାସ କରିବାରେ ଲାଗିପଡ଼େ ଯେପରି ମଦୁଆ କୁ ମଦର ନିଶା ।ଆଉ ମୁଁ ତୁମର ବକ୍ଷ ଉପରେ ମୁଣ୍ଡ ଥୋଇ ଶୋଇଯାଏ ଚିରନିଦ୍ରାରେ ତାପରେ ।
ଏବେ ତୁମେ କୁହ ହେ ଇଂରାଜୀ
କେମିତି କରିବି ତୁମକୁ ନିଜର
ମୁଁ ରହିବି ସଦା ଅଜ୍ଞାନୀ ପାମର
ତୁମ ବିନା ଉଜୁଡ଼ିବ ମୋ ସଂସାର
ଯେଉଁଠି ତୁମେ ରହିବ ସେଠାରେ
ନ ରହିବ କେବେ ପାଦ ଚିହ୍ନ ମୋର
ଇତି ,
ତୁମର ପ୍ରିୟା,