STORYMIRROR

Soumya Ranjan Sangram singh

Tragedy Inspirational

3  

Soumya Ranjan Sangram singh

Tragedy Inspirational

କେଜାଣି କାହିଁକି

କେଜାଣି କାହିଁକି

3 mins
11.4K

     ସେଦିନ ମୁଁ ସବୁଦିନ ଭଳି ଦୁଇ କିଲୋମିଟର ଚାଲିଚାଲି ଆସି ଛକ ଉପରେ ଠିଆ ହୋଇଥିଲି। ଆଜି ଅଫିସ୍ ରୁ କାମ ସାରି ଆସିବା ସମୟ ଟିକେ ଡେରି ହେଇଯାଇଛି , ହେଲେ ସିଟି ବସ୍ ମିଳିଯିବ ଏଇ କଥା ଭାବି ଅପେକ୍ଷା କରିଥିଲି । ପାଖରେ ଠିଆ ହେଇଥିବା ଲୋକ ଜଣକ ଠିକ୍ ଠାକ୍ ପୋଷାକ ରେ ଥିଲା, ପାଦରେ ଜୋତା, କାନ୍ଧରେ ବ୍ୟାଗ୍ ଆଉ ଉଲ୍ ବୁଣା ଫିକା ହଳଦିଆ ରଙ୍ଗର ସ୍ଵେଟର୍ ଖଣ୍ଡକ ତାକୁ ମାନୁଥିଲା । ସେ ବି ବସ୍ ଆସିବା ରାସ୍ତା କୁ ବାରମ୍ବାର ଦେଖୁ ଦେଖୁ ପକେଟ୍ ରୁ ସିଗାରେଟ୍ ଖଣ୍ଡେ କାଢି ଓଠରେ ଲଗେଇ ନିଆଁ ଧରେଇ ଭୁସ୍ଭୁସ୍ କରି ନାକ ଆଉ ପାଟିରୁ ଧୂଆଁ ଛାଡିଦେଲା । ଭାବିଲି କି ଲୋକର ଅଭ୍ୟାସ ସେଇଟା ନହେଲେ ଏବେ ତ ଆଉ ଏତେ ଶୀତ ବି ଲାଗୁନି ନା , ପୁଣି ସ୍ଵେଟର୍ ! ହଉ ପୁଣି କିଛି ମିନିଟ୍ ବିତିଗଲା, ଶୀତ ନଥିଲା ହେଲେ ଟିକେ ପବନ ରେ ଦେହ ଥରିଗଲା , ସମୟ ୬:୪୦ ପାଖାପାଖି ସନ୍ଧ୍ୟା । ହେଲେ ଜାନୁଆରୀ ମାସ ରେ ରାତି ଭଳି ଲାଗୁଥିଲା। ବୁଲାଣି ସେପଟୁ ହର୍ଣ ବଜେଇ ଆସିଲା ପୁରା ଭର୍ତ୍ତି ହୋଇଥିବା ବସ୍ ଟି।


ଆଉ ଅଧିକ ଡେରି ନକରି ଘରକୁ ଯିବି , କାଳେ ଆଉ ବସ୍ ଆସିବ କି ନାଇଁ ଭାବି ଚଢିଗଲି । ଲୋକେ କିଏ କୋଉଠି ଯୋଡ଼ିହୋଇ ଠିଆ ହେଇଥିଲେ । ତିରିଶି କି ବତିଶ୍ ସିଟ୍ ଥିଲା ବୋଧେ , କିନ୍ତୁ ଯାତ୍ରୀ ଥିଲେ ପାଖାପାଖି ଦୁଇ ଗୁଣରୁ ଅଧିକ। ଖଣ୍ଡଗିରି ଛକ ଛାଡ଼ିଲା ପରେ ଟିକେ ନିଃଶ୍ୱାସ ନେଲି, ଆଉ ବରମୁଣ୍ଡା ପରେ ଟିକେ ଭଲରେ ଠିଆ ହେଲି । କିଛି ଲୋକ ଚଢ଼ୁଥାନ୍ତି ହେଲେ ଓହ୍ଲେଇ ଥିବା ଲୋକ ଙ୍କ ଠାରୁ ବହୁତ୍ କମ । ଦେଖିଲି ଏବେ ବସ୍ ରେ ପ୍ରାୟ ଦିନ ମଜୁରିଆ ଙ୍କ ଅଧିକ । ନଜର ପଡ଼ିଲା ଜଣେ ବୁଢ଼ା ଲୋକ ଉପରେ । ଦେହର କଙ୍କାଳ ଜଣାପଡୁଥାଏ । ପୋଷାକ କହିଲେ ନାଲି ମାଟିରେ ନାଲି ହୋଇଯାଇଥିବା ଲୁଗା ଆଣ୍ଠୁ ଉପର ଯାଏଁ ଥିଲା, ଦେହର ଉପରେ ସାତ ସିଆଁ ଶାର୍ଟ୍ ଆଉ ତା ଉପରେ ଅଧା ଘୋଡେଇ ହୋଇଥିବା ଚିରା ମଇଳା ତଉଲିଆ ଖଣ୍ଡେ । ପାଖରେ ଥିବା ରଡ଼ କୁ ଧରି ଠିଆ ହେବା ଆଉ ତା ପାଇଁ ସମ୍ଭବ ହେଲାନି, ଫାଙ୍କା ଦେଖି ବସିପଡ଼ିଲା , ମୁଣ୍ଡରୁ ବାଉଁଶ ବୁଣା ଝୁଡି ଆଉ କୋଡି ଟାକୁ ନିଜ ଆଣ୍ଠୁ ସାମନାରେ ରଖିଦେଲା। ଠିକ୍ ତା ପଛରେ ଥିବା ସିଟ୍ ରେ ସେଇ ସିଗାରେଟ୍ ଟାଣୁଥିବା ଲୋକଟି ବସିସାରିଥିଲା । ଭାବିଲି କି ଲୋକ କୁ କହିବି ଉଠି ଯିବାକୁ ଆଉ ବୁଢ଼ା କୁ ବସେଇ ଦେବି। ହେଲେ ଅଟକିଗଲି ।


ପରେ ସି ଆର୍ ପି ଛକରେ ଆଉଜଣେ ପିଲା କୁ ଦେଖିଲି ସେ ଚଢ଼ିଲା । ମୁଁ ପଛରେ ଠିଆ ହେଇଚି, ସେ ଆଗରୁ ଆସିଲା, ସେଇ ବୁଢ଼ା ପାଖରେ ଠିଆ ହେଲା କିଛି କଥା ହେଲା ଆଉ ହଠାତ୍ ନିଜର ଜ୍ୟାକେଟ୍ ଟା କାଢି ବୁଢ଼ା କୁ ପିନ୍ଧେଇ ଦେଲା । ବୁଢ଼ା କାନ୍ଦି ପକେଇଲା , ଅନ୍ୟମାନେ ଅନେଇ ରହିଗଲେ , ମୋର ଇଚ୍ଛା ହେଉଥାଏ କି ସେ ପିଲା କୁ କୁଣ୍ଢେଇ ଧରି ଧନ୍ୟବାଦ୍ ଜଣେଇବାକୁ କିନ୍ତୁ ପୁଣି ରହିଗଲି । ମୋ ପାଖ ଦେଇ ଗଲା ବେଳେ ମୁଁ ତା କାନ୍ଧକୁ ଥାପୁଡେଇ ଧନ୍ୟବାଦ୍ କହିଦେଲି , ସେ ବୁଲି ହସି ଚାଲିଗଲା । ମୁଁ ଆଗ ଆଡ଼କୁ ଗଲି, ବୁଢ଼ା ପାଖକୁ, ପଚାରୁଥିଲି କୋଉ ଯାଏଁ ଯିବ ସେ , ଟିକଟ ପଇସା ଟା ହେଲେ ତା ପାଇଁ ଦେଇଦେବି । କଣ୍ଡକ୍ଟର ଆସିଲା, ତାର ଟିକଟ କଟେଇଲି, ମୁଁ ମୋ ପାଇଁ ଜୟଦେବ ବିହାର ପାଇଁ କହିଲି, କଣ୍ଡକ୍ଟର କହିଲା କି ଗଲାଣି , ଏବେ ମୁଁ ବୁଢ଼ା ସହ ତା ଛକ ଯାଏଁ ଯିବି ଭାବିଲି। ସେଇ ପିଲା ଯେଉଁଠି ଓହ୍ଲେଇ ଗଲା ସେଇଟା ଜୟଦେବ ବିହାର ଥିଲା ବୋଲି ଭାବିବାକୁ ଟିକେ ସମୟ ଲାଗିଲା ମୋତେ । ହେଲେ ମୁଁ ଗଲି ବୁଢ଼ା ସହ ସମାନ ସମାନ ଦୁଇଟା ଟିକଟ କରି ।

ବୁୁୁଢ଼ା ସହ ମୁଁ ଆଉ ମୋ ରେ ସେ ଲୋକ ଟା। ସେଇ ଲୋକ ଜଣକ କିଛି ପାଦ ଆମ ଆଡେ ଆସି ପକେେଟ୍ ରୁ କିିଛି ନୋଟ୍ ଦେଇ ଆଗକୁ ବଢ଼ିବାରେ ଲାଗିଲା। ମୁଁ ସବୁ ସେ ବୁଢ଼ା କୁ ବିନା କୌଣସି କଥାରେ ଧରେଇ ଅଟୋରେ ବସି ଚାଲିଆସିିିଲି। କିନ୍ତୁ ଖୁସି ଥିଲି ଆଉ ଅଟୋ ରେ ଆସିଲା ବେଳକୁ ଶୀତ ବି ଲାଗିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy