Nilambara Behera

Comedy Children

4  

Nilambara Behera

Comedy Children

କୌତୁକିଆ ନାଁ

କୌତୁକିଆ ନାଁ

2 mins
249


ବିରାଟ ବୋଲି ଗାଁ ଟିଏ ଥାଏ l ସେଇ ଗାଁ ରେ ମଙ୍ଗୁଳି ବୋଲି ଜଣେ ବୁଢ଼ା ଲୋକ ସାରୁ ଚାଷ କରୁଥାଏ l ତାର ପାଞ୍ଚଟି ପୁଅ ଥାଏ l ସେ ତାର ପାଞ୍ଚଟି ପୁଅକୁ ପାଞ୍ଚଟି ଭିନ୍ନ ରକମର ନାମ ଦେଇଥାଏ l ବଡ଼ ପୁଅ ର ନାଁ ଦେଇଥାଏ "କିଏ ଠିଆ ", ତା ତଳ ର ନାଁ "କିଏ ବସେ ", ତା ତଳ ର ନାଁ "କିଏ ଯାଏ ", ତା ତଳ ର ନାଁ "ଆଗୁଳ", ସାନ ପୁଅ ର ନାଁ " ଖଳଖଳ" l ସାରୁ ଚାଷ କରି ଯାହା ଦି ପଇସା ପାଏ ସେତିକିରେ ସେ ତାର ପରିବାର ଭରଣ ପୋଷଣ କରେ l 

ଦିନେ ବେଳବୁଡିଆ ସମୟ ହେଇଛି, ସାରୁ ଖୋଲିବା ସମୟ ହେଲାଣି l ବୁଢ଼ା ତା ପିଲାମାନଙ୍କୁ କହିଲା, " ହଇରେ ପିଲେ ତୁମେ ସାରୁ ବାଡ଼କୁ ଜଗିଥାଅ" l କାଳେ ଚୋର ମାନେ ଆସି ସାରୁ ଖୋଳି ଚୋରି କରିନେଇଯାଇପାରନ୍ତି l ମୁଁ ଘରକୁ ଯାଉଛି ଖାଇକି ଆସିଲା ପରେ ତୁମେ ମାନେ ଘରକୁ ଯିବ ବୁଝିଲ l ପିଲାମାନେ ବାଡ଼ କୁ ନ ଜଗି କୁଆଡେ ଖେଳିବାକୁ ଚାଲିଗଲେ l ଏଣେ ବୁଢା ଖାଇ ପିଇ ରାତି 8 ରେ ସାରୁ ବାଡ଼ ରେ ପହଁଚିଲେ l ସେତିକିବେଳେ ଗୋଟେ ଚୋର ସାରୁ ବାଡ଼ରେ ସାରୁ ଚୋରି କରିବାକୁ ଆସିଥାଏ l ଚୋର ଜଣକ ବାଡ଼ ରେ କିଏ ଅଛନ୍ତି କି ନାହିଁ ବୋଲି ଅନୁମାନ କରୁଥାଏ l ବୁଢା ଜାଣିଛି ଯେ ପିଲାମାନେ ବାଡ଼ରେ ଥିବେ ସେଇଥିପାଇଁ ବୁଢ଼ା ପ୍ରଥମେ ବଡ଼ ପୁଅର ନା ଡାକିଲା,

      " କିଏ ଠିଆ ରେ "l ଚୋର ଭାବିଲା ଆରେ ଆରେ କିଏ ଦେଖିଦେଲା କି ? କାରଣ ଚୋର ଜାଣିନି ଯେ ବଡ଼ ପୁଅ ର ନାଁ " କିଏ ଠିଆ" ରେ ବୋଲି l ଚୋର ଭାବିଲା ମୁଁ ଠିଆ ହେଇଛି ବୋଲି ସିନା ବୁଢ଼ା ଦେଖିଦେଲା l କିନ୍ତୁ ସାରୁ ବାଡ଼ ଭିତରେ ବସି ପଡିଲେ କିଏ ଦେଖିଦେବ ବୋଲି ଭାବି ଯେତେବେଳେ ବସିପଡ଼ିଲା, ସେତେବେଳେ ବୁଢା କହିଲା ଆରେ ବଡ ପୁଅ ତ ନାହିଁ ତା ତଳ ପୁଅକୁ ଡ଼ାକିବା l ବୁଢା ଡାକିଲା, "କିଏ ବସେ ରେ " l ଏତିକି ବେଳେ ଚୋର ଚମକି ପଡିଲା ବୋଇଲା ଆରେ ବାପା.... ବୁଢ଼ା ଦେଖିଦେଲା ଆଉ, ନହେଲେ କିଏ ବସେ ରେ ବୋଲି କାହିଁକି କହିଲା l

 ମୁଁ ଠିଆ ହେବାର ଦେଖିଥିଲା ଏବେ ବସିବାର ଦେଖି ଦେଲା ବୋଲି ଭାବିଲା l ଏଇଠୁ ଲୁଚି କି ପଳେଇଲେ ଭଲ ବୋଲି ଭାବିଲା l କିନ୍ତୁ ଚୋର ଜାଣିନି ଯେ ବୁଢ଼ା ର ଆଉ ଗୋଟେ ପୁଅ ନାଁ "କିଏ ବସେ ରେ " ବୋଲି l 

 ସେଇଠୁ ଲୁଚି ଲୁଚି ଚାଲିଲା l ସେତିକିବେଳେ ବୁଢା ତାର ତଳ ପୁଅକୁ ଡାକିଲା, "କିଏ ଯାଏ ରେ " l ଚୋର ଭାବିଲା ବୁଢା ମୋତେ ଦେଖିଦେଲା ଆଉ l ସେଥିପାଇଁ କିଏ ଯାଏ ରେ ବୋଲି କହିଲା ଆଉ l କିନ୍ତୁ ସେ ଜାଣିନି "କିଏ ଯାଏ ରେ " ତାର ପୁଅର ନାଁ ବୋଲି l ଚୋର ଭାବିଲା ଏମିତି ତରବର ହୋଇ ଏପଟେ ସେପଟେ ଧାଇଁ ଲା l ବୁଢା ସେତେବେଳେ ତାର ଆଉ ଗୋଟେ ପୁଅ କୁ ଡାକିଲା " ଆଗୁଳ ରେ " l ଚୋର ପୁରା ଡରିଗଲା ୟାଡୁ ସିଆଡୁ ଧାଇଁ ଧାଇଁ ବୁଢା ସାରୁ ବାଡ଼ ରେ ଖୋଳି ଥିବା କୂଅ ରେ ଲୌଟିକିରି ପଡ଼ିଗଲା l ଆଉ ଭିତରେ ପଡିକି ଖଳ ଖଳ ହେଉଥାଏ l ଠିକ ସେତିକିବେଳେ ବୁଢା ତା ସାନ ପୁଅକୁ ଡାକିଲା, " ଖଳଖଳ ରେ " l ଚୋର ଟି ଏମିତି ବୁଢାର କୌତୁକିଆ ନାଁ ରେ ହଇରାଣ ହେଇଥିଲା l ଆଉ ବୁଢ଼ା ତା ପୁଅମାନଙ୍କୁ କୌତୁକିଆ ନାଁ ଦେଇଥିବାରୁ ସେଦିନ ତାର ସାରୁ ବାଡ଼ ରୁ ସାରୁ ଚୋରି ହୋଇନଥିଲା l


Rate this content
Log in

More oriya story from Nilambara Behera

Similar oriya story from Comedy