STORYMIRROR

Satyajit Mohapatra

Tragedy

3  

Satyajit Mohapatra

Tragedy

”ଏ କି ସଂପର୍କ"

”ଏ କି ସଂପର୍କ"

6 mins
139

        

       

ଦୁନିଆରେ ଭାଇ ଭଉଣୀ ସଂପର୍କ ତ ଅନେକ ଅଛି,କିନ୍ତୁ ସବୁ ଭାଇ ଭଉଣୀ ସଂପର୍କ ଉଦାହରଣ ପାଲଟି ନଥାଏ ଆଜ୍ଞା।ଆପଣ ଆଜି ଏମିତି ଗୋଟେ ସମ୍ପର୍କ ବିଷୟରେ ଜାଣିବେ,ଯେଉଁ ସମ୍ପର୍କର ଶେଷ ଆପଣଙ୍କ ଆଖିର ଲୁହରେ ହେବ।ବାସ୍ତବରେ ଏ କୌଣସି ଗପ ନୁହେଁ,ବରଂ ଗୋଟେ କାହାଣୀ ହିଁ ଆଜ୍ଞା ଗୋଟେ କାହାଣୀ।ଗୋଟେ ଅଭାଗା ଭାଇର ଅସହ୍ୟ ଯନ୍ତ୍ରଣାର କାହାଣୀ,ଗୋଟେ ନିରୀହ ଭାଇର ବୁକୁଫଟା ଚିତ୍କାରର କାହାଣୀ।ଯେଉଁ କାହାଣୀରେ ଗୋଟେ ଭାଇ ତା ତିନି ଅକ୍ଷରର ଭଉଣୀକୁ ହରେଇ ଉପହାର ସ୍ବରୂପ ତିନୋଟି ଜିନିଷ ପାଇଥିଲା ଲୁହ,କଷ୍ଟ ଆଉ ଯନ୍ତ୍ରଣା।ଆସନ୍ତୁ ଦେଖିବା ଓ ଜାଣିବା କଣ ପାଇଁ ଏ ସମ୍ପର୍କକୁ ଉଦାହରଣ କୁହା ଯାଇଛି।

       ସନ୍ଧ୍ୟା ହେଇ ଆସୁଥିଲା,ସୂର୍ଯ୍ୟ ନିଜର ଶେଷ କିରଣ ତ୍ୟାଗ କରି ପୃଥିବୀକୁ ପରିତ୍ୟାଗ କରୁଥିଲେ।ସେ ଅନ୍ତିମ ସୁରୁଜର କିରଣ ରୂପକ ମୁରୁଜରେ ଅଳକା ନଦୀ ସୁନାରେ ଝଲସି ଉଠୁଥିଲା,ସତେ ଯେପରି ସେ ନଦୀ ପାଣିରେ ନୁହେଁ,ବରଂ ସୁନା ରେ ଭରପୁର ଥିଲା।ସେଇ ନଦୀ କୂଳରେ ଗଢି ଉଠିଥିଲା ଗୋଟେ ଛୋଟିଆ ଗାଆଁଟିଏ।ଆଉ ସେ ଛୋଟିଆ ଗାଆଁରେ  ରହୁଥିଲା ଗୋଟେ ଛୋଟିଆ ପୁଅଟିଏ,ତା ନାଆଁ ରିଶି।ସେ ରିଶିକୁ ସାରା ଦୁନିଆ ପାଗଳ କହୁଥିଲା କାରଣ ସେ ତା ଭଉଣୀ ସୁମିକୁ ପାଗଳଙ୍କ ପରି ଭଲ ପାଉଥିଲା।ଭଉଣୀ ପାଟିରୁ କଷ୍ଟରେ ଆ! ପଦେ ବାହାରିଲେ ରିଶି ଆଖିରୁ ଲୁହ ବାହାରି ଆସୁଥିଲା,ଏମିତିକି ତା ଭଉଣୀକୁ ଜର ହେଲେ ଇଞ୍ଜେକ୍ସନ ସେ ନିଜେ ନେଉଥିଲା କାହିଁକି ନା ଇଞ୍ଜେକ୍ସନ ସିନା ଭଉଣୀ ନେବ,କିନ୍ତୁ କଷ୍ଟ ତ ଭାଇକୁ ହେବ ନା । ଏମିତିକା ସଂପର୍କ ତ ଈଶ୍ୱର ଗଢ଼ନ୍ତି,ଏମିତି ଭଲପାଇବା କଉ ଭଉଣୀକୁ ମିଳେ,ସବୁକିଛି ତ ଠିକ୍ ଲାଗୁଥିଲା।ତଥାପି ଲୋକମାନେ ହସୁଥିଲେ କାହିଁକି ନା ସେ ଯେଉଁ ଝିଅକୁ ଭଉଣୀ କହି ନିଜ ଠାରୁ ବେଶୀ ଭଲ ପାଉଥିଲା,ସେ ତା ନିଜ ଭଉଣୀ ନଥିଲା,ଅର୍ଥାତ୍ ସେ ଝିଅ ତା ଆଉ ଗୋଟେ ମାଆଙ୍କ ଠାରୁ ଜନ୍ମ ନେଇଥିଲା,ଯାହାକୁ ଏ ଦୁନିଆ ଧରମ ଭଉଣୀ କୁହେ।ତଥାପି ସେ ଭଉଣୀ ନିଜ ଠାରୁ ବି ବେଶୀ ନିଜର ଥିଲା।ସେମାନେ ଗୋଟିଏ ମାଆ ଠୁ ଜନମ ନ ହେଇ ବି କେତେ ନିଜର ଥିଲେ ଲୋକମାନେ ସେଇ ଦିନ ବୁଝନ୍ତି,ଯେଉଁ ଦିନ ବଳଭଦ୍ରଙ୍କ ଜନ୍ମଦିନ ହେଇଥାଏ ମାନେ ରକ୍ଷା ବନ୍ଧନ।ସେଦିନ ସେ ସୁଭଦ୍ରା ସମାନ ଭଉଣୀ ତା ଭାଇ ରିଶି ହାତରେ ରାଖି ବାନ୍ଧେ,ଆଉ ସେ ରାକ୍ଷୀର ପାଉଣା ରୂପେ ସେ ଭାଇ ତା ଭଉଣୀ କୁ ଗୋଟେ ନିଜ ହାତଲେଖା ଚିଠି ଦିଏ,ଆଉ ଯେଉଁ ଚିଠି ଲେଖାଥାଏ ।

     “ମୁ ମରିଗଲା ପରେ ମୋ ଶବ ପାଖର ଟୋପେ ବି ଲୁହ ଢ଼ାଳିବୁନି ଲୋ ଭଉଣି,କାହିଁକି ନା ସେତେବେଳକୁ ମୋ ହାତରେ ଆଉ ଜୀବନ ନଥିବ ତୋ ଆଖିରୁ ଲୁହ ପୋଛିବାକୁ,ଆଉ ତୋ ଆଖିରେ ମୁ ଲୁହ ଦେଖି ମରିକି ବି ଆଉ ଥରେ ମରିଯିବି

    ଚିଠି ପଢ଼ି ସାରିବା ପରେ ଉଭୟେ ବହୁତ୍ କାନ୍ଦନ୍ତି,କିନ୍ତୁ ସେ ଲୁହ ପଛରେ ଯେଉଁ ଖୁସି ଥାଏ,କେବଳ ସେ ଦି ଜଣ ଭାଇ ଭଉଣୀ ହିଁ ବୁଝି ପାରନ୍ତି।ସତରେ ଏମିତି ସମ୍ପର୍କ ତ ସ୍ଵୟଂ ଈଶ୍ୱରଙ୍କ ବରଦାନ ହେଇଥାଏ,ଯେଉଁ ସମ୍ପର୍କକୁ ମୃତୁ ବି ଅଲଗା କରି ପାରବନି।ସେମାନେ ଛୋଟରୁ ବଡ଼ ହେଲେ,ଦି ଜଣଙ୍କ ବୟସ ବଢୁଥିଲା,ଆଉ ଭାଇର tension ବି। ରିଶି ତା ସୁମିକୁ ନେଇ ବହୁତ୍ ସ୍ଵପ୍ନ ଦେଖିଥିଲା,ନିଜେ ବହୁତ୍ ଟଙ୍କା ରୋଜଗାର କରିବ,ଆଉ ତା ଭଉଣୀକୁ ଗୋଟେ ଏମିତି କୁମାର ସହ ବିବାହ ଦେବ,ଯିଏ ତାକୁ ନିଜ ରାଜମହଲରେ ରାଜକୁମାରୀ କରି ରଖିବ।ସେଥି ପାଇଁ ସେ ତା ଭଉଣୀକୁ ସବୁ ବେଳେ କୁହେ କି ତୁ ଏମିତି କିଛି ଭୁଲ୍ କରିବୁନି,ଯେଉଥି ପାଇଁ ମୋ ସ୍ଵପ୍ନ ଅଧା ରହିଯିବ।ତା ଭଉଣୀ ଉପରେ ତା ନିଜ ଠାରୁ ବି ବେଶୀ ବିଶ୍ଵାସ ଥିଲା,ଆଉ ସେ ଭଉଣୀ ବି ନିଜ ଭାଇର ସ୍ବପ୍ନକୁ ସତ କରିବା ପାଇଁ କଥା ଦେଇଥିଲା।ସୁମି ସେଇଠି ବାହା ହେବ,ଯେଉଁଠି ତା ଭାଇ ରିଶି ଚାହିଁବ,ସେ ନିଜେ କେବେ ନିଜର ମନର ମଣିଷକୁ ଠିକ୍ କରିବନି ବୋଲି କହିଲା।ଆଉ ଯଦି ଏମିତି ଦିନ ଆସେ,ଭାଇ ମୁ ଜଣଙ୍କୁ ହିଁ ବାଛିବି,ଆଉ ସେ ଜଣଙ୍କ ହେଉଛ ତୁମେ କାରଣ ମୋ ଜୀବନ ସାଥୀ ହେବାର ଯୋଗ୍ୟତା ମୁ ବହୁତ୍ ପୁଅଙ୍କ ଭିତରେ  ପାଇଯିବି,କିନ୍ତୁ ଦୁନିଆର ଆଉ କୌଣସି ବି ପୁଅ ଭିତରେ ମୁ ତୁମ ପରି ଭାଇ ପାଇ ପାରିବିନି।ବୋଧେ ତୁମେ ମୋର ପୂର୍ବ ଜନ୍ମର ପୁଣ୍ୟ ଫଳ,ଯାହାକୁ ଏ ଜନ୍ମରେ ଭାଇ ରୂପେ ପାଇଛି।

         ସବୁ କିଛି ତ ଠିକ୍ ଲାଗୁଥିଲା,କିନ୍ତୁ କଣ ହେବ,ମଣିଷ ତ ସମୟର ଦାସ ନା,ସମୟ ବଦଳି ଗଲା,ଆଉ ସୁମୀ ସେଇ ଭୁଲ୍ କରି ବସିଲା।ସତରେ ପ୍ରେମ ଅନ୍ଧ ଆଜ୍ଞା,ଯାହା ସେଦିନ ସୁମି କୁ ଅନ୍ଧ କରି ଦେଇଥିଲା।ନିଜ ନିରୀହ ଭାଇର ନିସ୍ୱାର୍ଥପର ପ୍ରେମକୁ ଭୁଲି ଯାଇ ଗୋଟେ ସ୍ୱାର୍ଥପର ପୁଅକୁ ଭଲପାଇ ବସିଲା।ଯେମିତି ବେଳ ବୁଡ଼ିଗଲେ ସନ୍ଧ୍ୟା ରାତିର ନିକଟତର ହୁଏ,ଠିକ୍ ସେମିତି ସେ ପ୍ରେମୀଯୁଗଳ ନିକଟତର ହେଉଥାନ୍ତି।ଋତୁ ବଦଳି ଗଲା,ସମୟ ବି ବଦଳି ଗଲା,କିନ୍ତୁ ସେ ଅଭାଗା ଭାଇ ବଦଳି ନଥିଲା,ସେ ଆଜି ବି ସେମିତି କଷ୍ଟ କରୁଥିଲା,ଆଜି ବି ତା ମନରେ ସେ ସ୍ଵପ୍ନ ଥିଲା କି ସେ ବହୁତ୍ ଟଙ୍କା ରୋଜଗାର କରିବ ଆଉ ତା ଭଉଣୀକୁ ଗୋଟେ ବଡ଼ ଘରେ ବାହା ଦେବ,ହେଲେ ସେ ଜାଣି ନଥିଲା,ସେ ଯାହା ପାଇଁ ଏତେ କଷ୍ଟ କରୁଛି,ସେ ଆଉ ତା ଭଉଣୀ ହେଇ ନାହିଁ,ବରଂ ଆଉ କାହାର ପ୍ରେମିକା ହେଇ ସାରିଛି।

   ଦିନ ପରେ ଦିନ ବିତିଲା,ରାତି ବି ବହୁତ୍ ପାହିଲା,ଆଉ ଶେଷରେ ରିଶି ସତ କଣ ଜାଣିଲା।ତଥାପି ବିଶ୍ଵାସ କରିପାରୁ ନଥିଲା।ଗୋଟେ ପଟେ ଭଉଣୀ ପ୍ରେମରେ ଅନ୍ଧ ଥିଲା ତ ଆଉ ଗୋଟେ ପଟେ ଭାଇ ବିଶ୍ଵାସରେ ଅନ୍ଧ ଥିଲା।ରିଶି ସୁମୀକୁ ବହୁତ୍ ବୁଝେଇଲା,କିନ୍ତୁ ସୁମି ଶୁଣିବାକୁ ହିଁ ନାରାଜ୍ ଥିଲା।ରିସି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଲା,ନିଜ ଭଉଣୀର ଏପରି ପାଗଳାମୀ ଦେଖି ନିଜେ ପାଗଳ ହେଇଗଲା,ଖାଇବା ପିଇବା ଭୁଲିଗଲା,ଶେଷରେ କାନ୍ଦି କାନ୍ଦି ନିଜର ଶେଷ ଲୁହ ଟୋପାକ ବି ଝରେଇଦେଲା।କିନ୍ତୁ କଣ ହେବ ଯେଉଁ ଭଉଣୀ ସେ ପରିକା ଭାଇର ଭଲପାଇବାକୁ ବୁଝି ପାରିଲାନି,ସେ କଣ ତା ଲୁହର ଭାଷାକୁ ବୁଝି ପାରିବ ?

      କାଳର ଚକ୍ର ଓଲଟା ଘୁରିବାକୁ ଲାଗିଲା,ବୋଧେ ଭାଇ ଭଉଣୀ ଙ୍କ ଖୁସିକୁ କାହାର ନଜର ଲାଗି ଯାଇଥିଲା।ଶେଷରେ ଏମିତି ସମୟ ଆସିଲା,ଯେଉଁ ସମୟରେ ସୁମିକୁ ଜଣଙ୍କୁ ବାଛିବାର ଅଧିକାର ମିଳିଲା। ପରିସ୍ଥିତିର ଏ କି ପରିତ୍ୟାଗ,ଯେଉଁଠି ଜଣଙ୍କୁ ପାଇବାର ଅର୍ଥ ଆଉ ଜଣଙ୍କୁ ହରେଇବା ହେଇଥାଏ। ସୁମି ନା ତା ଭାଇକୁ ଛାଡ଼ି ପାରୁଥିଲା,ନା ସେ ପୁଅକୁ,କିନ୍ତୁ କଣ ହେବ,ନୀୟତିରେ ତ ଜଣେ ହିଁ ଲେଖା ହେଇଛି।ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟେଇ ସୁମି ଜଣଙ୍କ ରୂପେ ସେ ପୁଅକୁ ହିଁ ବାଛିଲା।ଏ କଣ କରିଦେଲା ସୁମୀ ?ଗୋଟେ ପର ପୁଅ ପାଇଁ ନିଜ ଭାଇକୁ ହିଁ ପର କରିଦେଲା। ଥରୁଟିଏ ବି ଭାବିଲାନି,ସେ ତ ତା ପ୍ରେମକୁ ପାଇ ବଞ୍ଚିଯିବ,କିନ୍ତୁ ସେ ଭାଇ ସେ ଭଉଣୀକୁ ନ ପାଇ କେମିତି ବଞ୍ଚିବ।କେମିତି ସୁମି ଏତେ ନିଷ୍ଠୁର ସ୍ବାର୍ଥପର ପାରିଲା?ବୋଧେ ଇଏ ଥିଲା ସେ ଭାଇ ଭଉଣୀଙ୍କ ଶେଷ ଦେଖା ଏବଂ ସେଇ ଶେଷ ଦେଖାରେ ନିଜ ଲୁହର ଭାଷାରେ ରିଶି ସୁମିକୁ ଗୋଟେ ଶେଷ ପ୍ରଶ୍ନ ପଚାରିଲା ।

 “ଯଦି ଏ ଭାଇ ତୋ ନିଜ ମାଆଙ୍କ ଗର୍ଭରୁ ଜନ୍ମ ନେଇଥାନ୍ତା,ତାହେଲେ କଣ ତୁ ଏତେ ନିଷ୍ଠୁର ହେଇ ପାରିଥାନ୍ତୁ ?”

   ଉଭୟେ ଉଭୟଙ୍କୁ ହରେଇ ସାରିଥିଲେ,ନିଜର ଚଲା ବାଟ ବି ଅଲଗା ହେଇଗଲା।ଗୋଟେ ଭଉଣୀ କିଛି ହରେଇ ସବୁକିଛି ପାଇଥିଲା,ଆଉ ଗୋଟେ ଭାଇ ସବୁକିଛି ହରେଇ ବି ବହୁତ୍ କିଛି ପାଇଥିଲା ଯେମିତି କି ଲୁହ,କଷ୍ଟ ଆଉ ଯନ୍ତ୍ରଣା।

   ରିସି ନିଜ ଭଉଣୀକୁ ନ ପାଇ ପାଗଳ ହେଇଗଲା,ଏମିତିକି depression କୁ ଚାଲିଗଲା।ଗୋଟେ ପୁଅ ଆଠ decibel କଷ୍ଟ ସହିଲେ ମରିଯାଏ ଆଜ୍ଞା,ଆଉ ସୁମି ଗଲା ପରେ ସେ ପାଖାପାଖି ଛଅ decibel ର କଷ୍ଟ ସହି ସାରିଥିଲା।ଶେଷରେ ଏତେ କଷ୍ଟ ସହି ନପାରି ନିଜକୁ ଶେଷ କରିଦେଲା,କିନ୍ତୁ ଜୀବନର ଶେଷ ସମୟରେ ସେ ବହୁତ୍ ଖୁସି ଥିଲା କାହିଁକି ନା ସେ ଭାବୁଥିଲା ସେ ମରିଗଲା ପରେ ତା ବାକି ଆୟୁଷ ତା ଭଉଣୀ ସୁମିକୁ ଲାଗିବ।

  ସବୁ କିଛି ସରି ଯାଇଥିଲା,ସମୟ ବି ବଦଳି ଯାଇଥିଲା,ବଦଳି ଯାଇଥିବା ସମୟ ପୁଣି ମୋଡ ବଦଳେଇଲା।ସୁମି ବାଛିଥିବା ସେ ପୁଅ ତାକୁ ଆଜି ଧୋକା ଦେଇଦେଲା,ନିଜର ସ୍ବାର୍ଥ ସରିଗଲା ବୋଲି ତାକୁ ସାତପର କରିଦେଲା।ଗୋଟେ ଭଉଣୀର ଭାଙ୍ଗି ଯାଇଥିବା ହୃଦୟ ଆଉ ଥରେ ଭାଙ୍ଗି ଚୂର୍ ମାର୍ ହେଇଗଲା।ସୁମି ନିଜ ଭୁଲ ବୁଝି ପାରିଲା,କିନ୍ତୁ କଣ ହେବ,ସେତେବେଳକୁ ବହୁତ୍ ଡେରି ହେଇ ସାରିଥିଲା।ଆଜି ସେ ଭାଇ ଭଉଣୀ ଉଭୟଙ୍କ ଆଖିରେ ଲୁହ,ବାସ୍ ତଫାତ୍ ଏତିକି ଥିଲା କି ସେ ନିର୍ଦ୍ଦୟ ଭଉଣୀ ଗୋଟେ ପୁଅକୁ ପାଇବାକୁ କାନ୍ଦୁଛି,ଆଉ ସେ ନିରୀହ ଭାଇ ତା ଭଉଣୀକୁ ପାଇବା ପାଇଁ କାନ୍ଦୁଛି।ଏଇ ସମୟର କେହି ଜଣେ ପଛରୁ ଡାକିଲା,ସୁମି ଦିଦି କାଲି ରାକ୍ଷୀ ପୂର୍ଣିମା,ଆସ ରାକ୍ଷୀ କିଣିବାକୁ ଯିବା।ଗୋଟେ ଲୁହର ପୃଥିବୀ ଭିତରେ ଖୁସୀର କିରଣ ପଡ଼ିଲା ଏବଂ ରାତି ପାହି ରାକ୍ଷୀ ପୂର୍ଣ୍ଣିମା ହେଲା।ସୁମି ବହୁତ୍ ଖୁସି ଥିଲା କାହିଁକି ନା ଯେଉଁ ଭାଇକୁ ଗୋଟିଏ ବି ମୁହୁର୍ତ ନ ଦେଖି ରହି ପାରୁନଥିଲା,ଆଜି ସେ ଭାଇକୁ ଗୋଟେ ବର୍ଷ ପରେ ଦେଖିବ।କିନ୍ତୁ ସିଏ କଣ ଜାଣିଥିଲା,ଯେଉଁ ହାତକୁ ସେ ଅପେକ୍ଷା କରିଛି ରାକ୍ଷୀ ବାନ୍ଧିବାକୁ,ସେଇ ହାତରେ ରିଶି ବିଷ ପିଇ ନିଜକୁ ଶେଷ କରି ସାରିଥିଲା। ମିନିଟ୍ ପରେ ମିନିଟ୍,ଘଣ୍ଟା ପରେ ଘଣ୍ଟା ବିତିଲା,କିନ୍ତୁ ରିଶି ଆସିଲାନି,ଶେଷରେ ଭାଇ ରିଶିର ଗୋଟେ ହାତ ଲେଖା ଚିଠି ଆସି ପହଞ୍ଚିଲା,ସେ ଚିଠି ପଢ଼ି ସାରିବା ପରେ ସୁମି ନିଜକୁ ନିୟନ୍ତ୍ରଣ କରି ପାରିଲା ନାହିଁ,ନିଜ ଲୁହର ବନ୍ୟାକୁ ରୋକି ପାରିଲାନି,କାହିଁକି ନା ସେ ଚିଠିରେ ଲେଖା ହେଇଥିଲା

 ଲୋ ଭଉଣି

“ଦୁନିଆରେ ତ ଏତେ ମୂଲ୍ୟବାନ ଉପହାର ଥିଲା,କିନ୍ତୁ ତୋ ଅମୂଲ୍ୟ ରାକ୍ଷୀର ପାଉଣା ରୂପେ ଏ ଭାଇର ଏତେ ଶସ୍ତା ଜୀବନଟେ କାଇଁ ମାଗିଲୁ ?”

 ଆଜି ରିଶି ନାହିଁ,ଅଛି ତାର ସ୍ମୃତି,ଅଛି ତାର ସମାଧି,ଆଉ ଅଛି ତାର ସମାଧି ପାଖରେ ଦି ମୁଠା ପାଉଁଶ।କିଛି ଲୋକ ସେଇ ବାଟ ଦେଇ ଗଲା ବେଳେ କୁହନ୍ତି କି,ସେ ସମାଧି ଭିତରୁ ଆଜି ବି ଗୋଟେ କାନ୍ଦିଲା ମଣିଷର ସ୍ୱର୍ ଶୁଭାଯାଏ,ଯିଏ କାନ୍ଦି କାନ୍ଦି କୁହେ

    “ଫେରିଆ ମୋ ସୁନା ଭଉଣୀ

             ତତେ ଏ ଭାଇ ଭୁଲି ପାରୁନି”

ରିଶି ବଞ୍ଚିନି ସତ,କିନ୍ତୁ ଆଜି ବି ସେ ଭଉଣୀ ପ୍ରତି ତାର ଭଲପାଇବା ବଞ୍ଚିଛି।ସତରେ ଏମିତି ଭଲପାଇବା କଉ ଭଉଣୀକୁ ମିଳେ,ଯେଉଁଠି କି ଗୋଟେ ଭଉଣୀର ଖୁସି ପାଇଁ ଭାଇ ତା ଜିବନ ବି ହାରି ଦେଲା।ଦୁନିଆର ଯଦି ସବୁ ଭାଇ ଭଉଣୀ ସଂପର୍କ ଏମିତି ହେଇ ଯାଆନ୍ତା ନା, ତାହାଲେ ପୃଥିବୀରେ ପ୍ରତ୍ୟେକ ଦିନକୁ ରାକ୍ଷୀ ପୂର୍ଣିମା ରୂପେ ପାଳନ କରାଯାଆନ୍ତା। ରିଶି ସବୁ ଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା ସତ,କିନ୍ତୁ ସାରା ଦୁନିଆକୁ ଗୋଟେ କଥା ସିଖେଇଦେଇ ଗଲା ।

      

 

 

        

    


Rate this content
Log in

More oriya story from Satyajit Mohapatra

Similar oriya story from Tragedy