Manoranjan Gochhayat

Tragedy

4.5  

Manoranjan Gochhayat

Tragedy

ଦୁଃଖ ସାଉଁଟି ଓ ସୁଖ ସାଇତି

ଦୁଃଖ ସାଉଁଟି ଓ ସୁଖ ସାଇତି

4 mins
337


ସେଇଠୁ ସିଧା ବାହାରିଲି ଘରକୁ । ପହଞ୍ଚିଲା ବେଳକୁ ଦାଣ୍ଡ ପିଣ୍ଡାରେ ସୋନୀ ଅପେକ୍ଷା କରିଥିଲା; ସତେ ଯେମିତି ମୋ ଆସିବା ଖବର ଧାଇଁ ଯାଇ ପ୍ରଥମେ ମାଆକୁ ଦେବ । ଗାଆଁ ଲୋକ ମାନେ ମୋତେ ଦେଖି ଟୁପୁରୁ ଟାପୁରୁ ହେଉଥିଲେ । ଘର ଭିତରେ ମାଆ ବିଛଣାରେ ଶୋଇଥିଲା । ସୋନୀ ଡାକ ଛାଡୁଥିଲା, ମାଆ! ଭାଇ ଆସିଲେଣି । ମୋତେ ଦେଖି ବାପା ବ୍ୟସ୍ତ ହୋଇ ପଡ଼ିଲେ । କହିଲେ ତୋ ମା ଅବସ୍ଥା ଅତ୍ୟନ୍ତ ଖରାପ । ମୋର ସବୁ ଚେଷ୍ଟା ବିଫଳ ହେଲାଣି । ମୋ ଆସିବା ଖବର ଶୁଣି ମାଆ ଆଖି ଖୋଲିଲା । ସୋନୀକୁ ଠାରିଲା, ମୋତେ ଡାକି ଦେବା ପାଇଁ ।

      ମାଆର ଏପରି ଅବସ୍ଥା ଦେଖି ନିଜକୁ ଧିକ୍କାର ଆସୁଥାଏ । ଜନ୍ମଭୂମିକୁ ରକ୍ଷା କରିବା ଆଳରେ ଜନ୍ମଦାତ୍ରୀକୁ ଅବହେଳା କରିଥିବା ଭଳି ଅପରାଧ ବୋଧ ହେଉଥାଏ । ମନେ ହେଉଥାଏ ଯିଏ ନିଜ ମାଆର ସେବା କରି ପାରୁନି, ସେ ସୀମାରେ ବନ୍ଧୁକ ଧରି କେମିତି ଦେଶ ମାତୃକାର ସେବା କରି ପାରିବ l ଯିଏ ନିଜ ଜନ୍ମଧାତ୍ରୀର କଷ୍ଟ ଓ ଯନ୍ତ୍ରଣାକୁ ଲାଘବ କରିବା ଦୂରକଥା ସେ କେବେ ଦୁଃଖ ଓ ଯନ୍ତ୍ରଣାରେ ସାଥିରେ ଅତିବାହିତ କରିପାରିନି କେଇଟା କ୍ଷଣମାତ୍ର, ସେ ଆଜି ସାଜିଛି ଦେଶର ଦେଶର ରକ୍ଷାକାରୀ ଅଧିନାୟକ ଦେଶର ସୀମାରେ l ନିଜକୁ ଆଜିସେ ସଜେଇଦେଇଛି ଶଯ୍ୟାଶାୟୀ ଓ ପୀଡିତା ସାଜିଛି ଅର୍ଦ୍ଧାଙ୍ଗ ପକ୍ଷାଘାତରେ l ଶରୀର ବାମଭାଗର ପକ୍ଷାଘାତ ପାଇଁ ଦକ୍ଷିଣଭାଗ ଆଜି ପାଲଟିଛି ଅକ୍ଷମ ଓ ଅକାମୀ l ହୁଏତ ଦୁନିଆଁର ସମସ୍ତ ଯନ୍ତ୍ରଣାକୁ ସାଉଁଟି ଆଣି ବୁଣିଦେଇଛି ନିଜ ଜୀବନର ଚଲାପଥରେ; କାହିଁକି ନା ଯେପରି ତାର ସନ୍ତାନ ଚଲାପଥରେ ଯନ୍ତ୍ରଣାର ଚି଼ହ୍ନଟିଏ ବି ନ ଅନୁଭବ ହେଉ l

        ଅପରାଧୀ ହୃଦୟରେ ମାଆର ଠାର ବୁଝିପାରି ଚାଲିଗଲି ତା ନିକଟକୁ l ତା ପାଖକୁ ଯାଇ ତା ଜୀବନର ଯନ୍ତ୍ରଣାକୁ ହୁଏତ ଟିକିଏ କମ୍ କରିବାକୁ ଥିଲା ଗୋଟିଏ ଛୋଟିଆ ପ୍ରୟାସ ମାତ୍ର l ପ୍ରୟାସ କେବେହେଲେ ବିଫଳ ହୁଏନି ଯାହା ପାଖରେ ମାଆ ଥାଏ l ସତରେ ମୁଁ ପାରିଲି; ହୁଏତ ମାଆର କିଞ୍ଚିତ ଯନ୍ତ୍ରଣାକୁ ଲାଘବ କରିବାର ପ୍ରଚେଷ୍ଟାରେ l ମୋର ଉପସ୍ଥିତି ମାଆର ମୁହଁରେ ଆଣିଦେଲା ଛୋଟିଆ

ସ୍ମିତହାସ୍ୟ ଟିଏ l ତାର ଖୁସିକୁ ଜାହିର କରିବାକୁ ଯାଇ ମତେ କୋଳେଇ ପାରୁନଥିଲା, କିନ୍ତୁ ତାର ଭଲପାଇବାକୁ ମୁଁ ଅନୁଭବ କରିପାରିଥିଲି ଦେଖି ତାର, ଆଖିର ଦୁଇ ଧାର ଅଶ୍ରୁକୁ l ମୋର ଫେରିବା ବାଟକୁ ଚାହିଁ ବସିଥିଲା ଅନେକ ଦିନଧରି ଚାତକ ଟିଏ ପରି l ତାର ଶରୀରରେ ଆସିଯାଇଥିଲା ଅପାର ଶକ୍ତି, ଯେପରି ଉଠିପଡ଼ି ସେ ରାନ୍ଧିଦେବ ମୋ ମନ ପସନ୍ଦିଆ ଭିନ୍ନ ଭିନ୍ନ ଖାଦ୍ୟ ମାନ ଓ ନିଜ କୋଳରେ ବସେଇ ପେଟଭରି ଖୁଆଇଦେବ ନିଜ ହାତରେ l କିନ୍ତୁ, ପକ୍ଷାଘାତର ବି ଜିଦି କମ୍ ନଥିଲା, ସେବି ଯଥା ସମ୍ଭବ ଚେଷ୍ଟା କରିଚାଲିଥିଲା ଯେପରି ଉଠିବାକୁ ଦେବନାହିଁ ଶଯ୍ୟାରୁ l ପନ୍ଦର ଦିନର ଛୁଟି ମଧ୍ୟରୁ କିଛି ଦିନ ଦୁଃଖ କଷ୍ଟ ଓ ହସ ଖୁସିରେ ବିତିଗଲା ଘଣ୍ଟାର କଣ୍ଟା ପରି l

        ସନ୍ଧ୍ୟା ସମୟ, ମାଆ ହଠାତ୍ ବାମ ହାତ ଉଠାଇ ମତେ ଡ଼ାକିଲା, ବିଶୁରେ ! ମୋ ପାଖକୁ ଆସେ l ମୁଁ ମାଆ କୁ ଦେଖି ଖୁସିରେ ନାଚି ଉଠିଲି, ଆଉ ପହଞ୍ଚି ଗଲି ମାଆ ପାଖରେ ଦୁଇ ଡିଆଁମାରି l ମାଆ ଉଠିବସିଲା,କହିଲା ବିଶୁରେ! ବହୁତ ଦିନ ହେଲାଣି ଟିକେ ଶାନ୍ତି ନିଦ ହେଇନି ରେ! ଟିକିଏ ତୋ କୋଳରେ ଶୁଆଇ ଦେରେ ବିଶୁ l ମୁଁବି ଚାହିଁ ବସିଥାଏ ମାଆ ର ଆଦେଶକୁ l କୋଳକୁ ନେଇଗଲି ଓ ଶୁଆଇ ଦେଲି l ଶୋଇଲା ପରେ ତା ପାଟିରୁ କିଛି ଧୀର ଅସ୍ପଷ୍ଟ ବାକ୍ୟ ଶୁଣିବାକୁ ପାଇଲି ଯେ, ଓଃ! କି ପରମ ଆନନ୍ଦ, ମୋ ପୁଅର କୋଳ ସ୍ୱର୍ଗପରି l ଏତିକି କହି ସୋନୀକୁ ଠାରି ଡାକିଲା, ମାଆ ସୋନିଲୋ! ପାଣି ଟୋପାଏ ଆଣିଦେ ତଣ୍ଟିଟା ଶୁଖିଯାଉଛି, ଆଉ ହଁ ଆସିଲା ବେଳେ ବାପାଙ୍କୁ ଡାକିଆଣିବୁ ଦାଣ୍ଡପିଣ୍ଡାରୁ l ମୋ କୋଳରେ ଶୋଇ ସୋନୀ ହାତରୁ ପାଣି ଟୋପେ ପାଇ ତଣ୍ଟି ଓଦା କରି ଆଖି ଟିକିଏ ବୁଜି କହିଲା, ଏଇ ଦିନକୁ ତ ମୁଁ ଅପେକ୍ଷା କରିଥିଲି, ଏଥର ମୁଁ ଆରପାରିକୁ ଯାଇପାରିବି ଶାନ୍ତିରେ l ଏତିକି କହିବା ଭିତରେ ଗେରସ୍ତ ସୁଦାମ ତଥା ମୋ ବାପାଙ୍କ ହାତକୁ ସାଉଣ୍ଟି ଆଣି ଜାବୁଡି ଧରିଛି l ଏପରି ଶୁଣି ସୋନୀର ଆଖିରୁ ଛୁଟିଚାଲିଛି ଅଶ୍ରୁଧାର ଓ ସ୍ୱର ଶୁଭୁଥାଏ କଇଁ କଇଁ କାନ୍ଦିବାର l ବାପାଙ୍କ ମୁଁହରେ ଅସ୍ପଷ୍ଟ କୋହ, ହେଲେ ଅପ୍ରକାଶିତ ଆଜି ମନର ଭାବନା ଓ ଯନ୍ତ୍ରଣା ନିଜ ପୁଅ ଝିଅ ଙ୍କ ସାମ୍ନାରେ l ହୁଏତ ତାଙ୍କ ପ୍ରକାଶିତ କୋହ ପୁଅଝିଅଙ୍କୁ କରାଇବ ଦୁର୍ବଳ l

      ମାଆ ପାଟିର କଥାଶୁଣି ମୁଁ କହିଲି, ମାଆ ତୁ ଏ କଣ କହୁଛୁ ? ତୋର କିଛିବି ହେବନାହିଁ, ତୁ ପୁରାପୁରି ଠିକ୍ ହେଇଯିବୁ l ସେ ଅସ୍ପଷ୍ଟ କଣ୍ଠରେ କହିଲା, ନାଇଁରେ ବିଶୁ, ମୁଁ ଆଉ ବଞ୍ଚିବିନି, ତୁ ମୋକଥା ଆଉ ଚିନ୍ତା କରନା l ମୁଁ ଏଥର ଶାନ୍ତିରେ ଚାଲିଯିବି l ମୁଁ ତତେ ସିନା ଜନ୍ମ ଦେଇଛି ହେଲେ ତତେ ପରା ଶିଖେଇଥିଲି ଉତ୍କଳର ମାଆ ମନେ ସମସ୍ତେ ତୋ ମାଆ, ଆଜି ଗୋଟିଏ ମାଆ ପାଇଁ କେମିତି ଭୁଲିଯାଉଛୁ ବାକି ଉତ୍କଳର ମାଆ ମାନଙ୍କୁ l ତତେ ପରା ଟେକିଦେଇଛି ଉତ୍କଳ ମାତାର କୋଳରେ, ତୁ ଏଵେ ତାହାରି ପୁଅରେ ବିଶୁ ! ତୋର ଜୀବନ ଏଵେ ଉତ୍ସର୍ଗ ତାହାରି ସେବା ଲାଗି l ତଥାପି ମଣିଷ ବୋଲି ଲୋଭ ଥିଲା, ତୋତେ ଜନ୍ମ ଦେଇଛି ବୋଲି, ଶେଷ ସମୟରେ ତୋତେକେଇଟା ମୁହୂର୍ତ୍ତ ମୋ ପାଖରେ ଚାଁହୁଥିଲି ଓ ତୋ ସ୍ବପ୍ନ ଦେଖିଥିଲି ତୋ କୋଳରେ ମୋ ଚାଲି ଯାଉ ମୋ ଜୀବନ l ଆଜି ମୋର ଇଚ୍ଛା ପୂରଣ ହେଇଚି ଓ ସାକାର ହେଇଚି ମୋର ସ୍ବପ୍ନ, ଆଜି ମେଣ୍ଟି ଯାଇଛି ମୋର ସମସ୍ତ ତୃଷ୍ଣା l ବାପାଙ୍କର ଧ୍ୟାନ ନେବୁ,ଏଵେ ମୁଁ ଯାଉଛିରେ ବିଶୁ ! ସୋନୀ ତୋତେ ଲାଗିଲା, କହି ଚାଲିଗଲା ଆର ପାରିକୁ ମୋର କୋଳରେ l

         ସୋନୀର କଇଁକଇଁ କାନ୍ଦ ଚିତ୍କାରରେ ବଦଳି ଗଲା ଓ ଅସ୍ପଷ୍ଟ ବାପାଙ୍କ ପଥର ହୃଦୟର କୋହ ଆଖିର ଅଶ୍ରୁ ହୋଇ  ଉଛୁଳି ପଡିଲା l ମୋର ଚାରିଦିଗ ହଠାତ୍ ହେଇଗଲା ଅନ୍ଧକାର, ମୋ ଦେହର ରକ୍ତ ଶୁଖିଗଲା, ସତେ ଯେମିତି ମୋ ଜୀବନରୁ ସବୁକିଛି ହରେଇ ଦେଲି l ଆଖିର ଅଶ୍ରୁଧାର ବହି ଚାଲିଥାଏ ଓ ଭାବୁଥାଏ, ସତରେ ମାଆ ତୁ ମହାନ l ନିଜ ଜୀବନକୁ ପାଣି ଛଡେଇ ନିଜ ସନ୍ତାନକୁ ଆଜି ଉତ୍ସର୍ଗ କରିଦେଲୁ ଉତ୍କଳର ବାକି ମାଆ ମାନଙ୍କ ସୁରକ୍ଷା ଲାଗି l ନିଜ ଜୀବନ ଶେଷକରିଦେଲା ନିଜ ପାଇଁ ଦୁଃଖ ସାଉଁଟି ଓ ସନ୍ତାନ ପାଇଁ ସୁଖ ସାଇତି l ସତରେ ଯବାନର ମାତା ତତେ ସଲାମ l

     ସେ ହେଉଛି ମାଆ; ଯିଏ ଦୁଃଖ ଓ କଣ୍ଟାଟିଏ ଦେଖିବାପାଇଁ ସମର୍ଥ ନୁହେଁ ନିଜ ସନ୍ତାନର ଜୀବନ ଚଲାପଥେ l ବୋଧ ହୁଏ ସେଥିପାଇଁ ସବୁ ଦୁଃଖ,କଷ୍ଟ ଓ ଯନ୍ତ୍ରଣାକୁ ନିଜେ ସାଉଁଟି ଆଣିଛି ଏଇ ଭଗବାନଙ୍କ ନିକଟରେ ଅଳିକରି l ସେ ଆଜି ଲଢେଇପାଇଁ ପ୍ରସ୍ତୁତ ଏଇ ଅଳି ଅଣଦେଖା କରୁଥିବା ଅଦୃଶ୍ୟ ଠାକୁର ସହିତ

       ମାଆ ସତରେ ମହାନ ନାଁ, ଯାହାକୁ ଜନ୍ମରୁ କୋଳରେ ପାଳୁଥାଏ ଦିନେ ତାହାର କୋଳରେ ମୁଣ୍ଡରଖି ଚାଲିଯିବ ଆରପାରିକୁ l ଯୋଉ ସନ୍ତାନକୁ ଛୋଟରୁ ବଡ଼ଟିଏ କରିଛି, ଦିନେ ସେହି ପୁଅ କୋଳରେ ଶେଷନିଶ୍ୱାସ ତ୍ୟାଗ କରିବାର ଆଶା ବାନ୍ଧିଚି l ଯାହାକୁ ନିଜର ଛାତିଚିରି ରକ୍ତକୁ କ୍ଷୀର କରି ପିଆଇଛି, ଦିନେ ତା'ର ହାତର ଶେଷ ଜଳ ପାନକରି ଆତ୍ମତୃପ୍ତି ଲାଭ କରିବ l ଯାହାକୁ ଜନ୍ମଦେଇ ଦୁନିଆରେ କୁନି ପ୍ରଦୀପ ଟିଏ କରି ଜଳାଇଛି, ଦିନେ ତା'ରି ହାତର ଅଗ୍ନିରେ ଚିତାରେ ଜାଳି ମଶିଯିବ ଏଇ ଉତ୍କଳ ମାଟିରେ, ପାଣିରେ, ପବନରେ, ଆକାଶରେ ବୋଲି ସ୍ବପ୍ନ ଦେଖିଚି l

    ସତରେ ଆଜି ଚାଲିଗଲୁ ତୋ ସବୁ ଇଚ୍ଛା, ଆକାଂକ୍ଷା, ଆଶା ଓ ସ୍ୱପ୍ନ କୁ ସାକାର କରି ଆରପାରିକୁ l ମୋର କୋଳ ତୋର ଶେଷ ବିଛଣା ମାଆ l ଚାଲିଗଲୁ ନାଁ ତୁ, "ନିଜପାଇଁ ଦୁଃଖ ସାଉଣ୍ଟି ଆଉ ମୋ ପାଇଁ ସୁଖ ସାଇତି" l


Rate this content
Log in

Similar oriya story from Tragedy