STORYMIRROR

Manoja kumar Bishi

Comedy

4  

Manoja kumar Bishi

Comedy

ଦୀପାବଳୀ

ଦୀପାବଳୀ

1 min
442

ବଡ ବଡିଆ ହୋ    

ଅନ୍ଧାରେ ଆଇଥିଲ ଆଲୁଏ ଆଲୁଏ ଯିବ 

ଗଲାବେଳେ କିନ୍ତୁ ଦେଖିଚାହିଁ ଚାଲୁଥବ

ମହରଗ ପାଇଁ ପାଉଣା ଦେଇନି

ଲାଇନ୍ କଟିଛି

ଯେମିତି ଝୁଣ୍ଟି ନ ହବ।

 

ବଡବଡ଼ିଆ ହୋ

ଆଖୁ ବାଡ଼ି ନାହିଁ ନଳିତା କାଠିରେ

ଲାଗି ଯାଇଚି ତ ଉଇ 

ଚାଷୀ ପାଖେ ନାହିଁ କାଉଁରିଆ

ଅଭାବୀ ବିକିରି ପାଇଁ 


ଦିଆସିଲି ଦାମ୍ ଦି ଗୁଣ ହେଲାଣି

ଗାଈ ନାହିଁ କାହୁଁ ପାଇବି ଘିଅ 

ବେଟରି ଲଗାଇ ଲିଚୁ ନଗେଇଚି

ଆସି ଥରେ ଦେଖି ଯାଅ।


ଚୁନା କୁଟିବାକୁ ଗୋଡ ଚାଲୁନାହିଁ

ବଜାରୁ ପେକେଟ ମିଠାକୁ ଆଣି

ହାଆପି ଦୀପାବଳୀ ୱିଶ୍ କରୁଛି

ମନଟା ଭିତରେ ହଉଛି ହାଣି।


ଆମ୍ବ ପତ୍ର ବିନା ତୋରଣ ଟାଣୁଛି

ଦୋକାନୁ କାଗଜ ମାଳାଟେ କିଣି 

ଝୋଟି ନାହିଁ ଦେଖ ଦୁଆରେ ଦେଇଚି

କିଣା ରଙ୍ଗ କିଣା ମୁରୁଜ ଆଣି।


ଦୀପାବଳୀ ସୁଖ ହଜି ଯାଇଛି ହୋ 

ମନରେ ସରଗ ଟିକିଏ ନାହିଁ 

ନିଆଁ ଲଗା ଦର ପାଳେ ଦୀପାବଳୀ

ଏ ବର୍ଷଟା ଟିକେ ଥାଅ ଚଲେଇ।

କହିଦେଲି ଦୋଷ ଧରିବ ନାହିଁ 

ବଡ଼ବଡ଼ିଆ ହୋ ମୋ ମୁଣ୍ଡରେ ରଖି ହାତ ଢାଳୁଥିବ 

ଅପେକ୍ଷା ଟିକିଏ ଆଶିଷ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Manoja kumar Bishi

Similar oriya story from Comedy