STORYMIRROR

Subhasmita

Tragedy

4  

Subhasmita

Tragedy

ଧିକେବାଜ୍ ପ୍ରେମିକା

ଧିକେବାଜ୍ ପ୍ରେମିକା

7 mins
335

ମୁଁ ଚିକୁ, ମୋ ଘର ଜଗତସିଂହପୁର, ମୁଁ ମୋ ବାପା ମା ଙ୍କ ବଡ଼ ପୁଅ, ସିଧା ସାଧା ପୁଅ ଟିଏ, ମୁ ମୋର ଗୋଟିଏ ଛୋଟ ଦୁନିଆରେ ରହୁଥିଲି। ସେ ଦୁନିଆରେ ମୁଁ, ମୋ।ପାଠ, ମୋ କ୍ରିକେଟ, ଆଉ ମୋ ସାଙ୍ଗ , ବାହାର ଦୁନିଆ ସହ ମୋ ବିଶେଷ କିଛି ସମ୍ପର୍କ ନଥିଲା। ମୁଁ ପ୍ରେମ କଣ ଜାଣିନଥିଲି, ପ୍ରେମ ର ଅନୁଭବ କେମିତି ଜାଣିନଥିଲି । କିନ୍ତୁ ମୋ ଜୀବନରେ ଏମିତି କିଛି ହେଲା ଯାହା ମୋ ଜୀବନ ବଦଳେଇ ରଖିଦେଲା, ଉଡିବାକୁ ପର ଦେଇ ବଞ୍ଚିବାର ଆଶା ଛଡେଇ ନେଲା। ଆରମ୍ଭ କରୁଛି ମୋ କାହାଣୀ।ଦିନ କର କଥା ମୋ ପାଖକୁ ଗୋଟିଏ unkown number ରୁ call ଆସିଲା , ମୁ recieve କରି କିଏ ବୋଲି ପଚାରିଲା ବେଳକୁ ସେପଟୁ ଗୋଟିଏ ଝିଅ ର voice ଆସିଲା, ସେ ଝିଅ ଟି କହିଲା ଭୁଲ ରେ ଲାଗିଯାଇଛି, wrong number, କେଜାଣି କଣ ପାଇଁ ସେ ଝିଅ ର voice ଟି ମୋତେ ବହୁତ୍ ଭଲ ଲାଗିଲା। ଇଚ୍ଛା ହେଲା ସେ ଝିଅ ଏମିତି ଖାଲି କଥା ହୁଏ। ମୁଁ ସେ ଝିଅ କୁ କହିଲି କଣ ଆପଣ ମୋ ସହ ଗୋଟିଏ ସାଙ୍ଗ ହିସାବରେ କଥା ହୋଇପାରିବ? ସେ ଝିଅ ବି ରାଜି ହୋଇଗଲା। ଜୀବନ ରେ ପ୍ରଥମ ଥର ପାଇଁ ମୋତେ କିଏ ଜଣେ ଏତେ ଖାସ୍ ଲାଗିଲେ। ତାପରେ ଆମେ call re ଏମିତି କଥା ହେଉ ଧୀରେ ଧୀରେ ଆମ କଥା ହେବା ବଢିବାକୁ ଲାଗିଲା , ଏମିତି ଆମେ ସବୁ ଦିନ କଥା ହେବାକୁ ଲାଗିଲୁ। ଗୋଟିଏ ଦିନ ଯଦି କଥା ନା ହେଉଥିଲି କେମିତି ଗୋଟିଏ ଅଜିବ ଲାଗୁଥିଲା। କିଛି ଭଲ ଲାଗୁନଥିଲା ନା ପାଠ ରେ ମନ ଲାଗୁଥିଲା ନା ଅନ୍ୟ କୌଣସି ରେ।

ଏମିତି ଚାଲିଥାଏ , ଥରେ ଗୋଟେ ଗୋଟିଏ accident ହୋଇଥିଲା ମୁଁ medical ରେ admit ଥିଲି, ସେଥି ପାଇଁ ତାଙ୍କ ସହ ମୋର କଥା ହୋଇପାରିନଥିଲା, ଆଉ ସେ ବି call try କରୁଥିଲେ କିନ୍ତୁ ଲାଗୁନଥିଲା କାରଣ ମୋ phone off ଥିଲା। ତାପରେ ମୁଁ ଯେତେବେଳେ hospital ରୁ discharge ହୋଇ ତାଙ୍କୁ call କରିଲି ସେ ବହୁତ୍ ରାଗିଯାଇଥିଲେ, ଏତେ ଦିନ ପର୍ଯ୍ୟନ୍ତ କୁଆଡେ ଥିଲି କଣ କରୁଥିଲି , call କଣ ପାଇଁ କରୁଥିଲି, ଫୋନ ଅଫ କଣ ପାଇଁ ଥିଲା ଏମିତି କେତେ ଗୁଡେ କଥା କହିଗଲେ। ଆଉ ମୋତେ ସେ ସବୁ ଶୁଣି ବହୁତ୍ ଭଲ ଲାଗୁଥିଲା ଜାଣିନି କଣ ପାଇଁ। ତାପରେ ମୁଁ ତାଙ୍କୁ କହିଲି ମୋ accident ବିଷୟରେ, ସେ ବହୁତ୍ ଡରିଗଲେ, ତାପରେ ମୁ ତାଙ୍କୁ ବୁଝେଇଲି କି ଏବେ ମୁ ଠିକ୍ ଅଛି , ତାପରେ ସେ ମୋର ବହୁତ୍ care ନେଉଥିଲେ।ମୋତେ ସେ ସବୁ ବହୁତ୍ ଭଲ ଲାଗୁଥିଲା। କେମିତି ଗୋଟିଏ ଅଲଗା ପ୍ରକାର ର ଅନୁଭବ ହେଉଥିଲା।ମୁଁହ ରେ ସବୁବେଳେ ଗୋଟେ ସ୍ମିତ ହସ ରହୁଥିଲା। ଏମିତି ଚାଲିଥିଲା, ମୋତେ feel ହେଲା ବୋଧ ହୁଏ ମୁ ତାଙ୍କୁ ଭଲ ପାଇ ବସୁଛି। ଏହି କଥା ଭାବି ମୁଁ ତାଙ୍କୁ propose। କରିଦେଲି ,ତାପରେ ପରେ ଆମେ କଥା ହେଲୁ କି ଆମେ meet କରିବୁ। ଯେଉ ଦିନ ଆମେ ଦେଖା ହେବୁ ,ସେଦିନ ତାଙ୍କର + 3 internal exam ଥାଏ, ଆଉ ମୋର ଗୋଟିଏ night cricket match ଥିଲା ସେଥି ପାଇଁ ମୁ ରତିଆନିଦ୍ରା ଥିଲା ତାଙ୍କ exam ଟା 9:00am re ସାରିଥାଏ ଆଉ ସେ ମୋତେ 9:30 am ରେ ପହଞ୍ଚିବାକୁ କହିଥିଲେ। ମୋର match ସକାଳ 6:30 ରେ ସରିଥିଲା ଆଉ ମୁଁ 9:30 ପର୍ଯ୍ୟନ୍ତ ଅପେକ୍ଷା କରିଥିଲି, 9:30 ରେ ମୁଁ ଆଉ ମୋର ଗୋଟିଏ ସାଙ୍ଗ ତାଙ୍କୁ ଦେଖା କରିବାକୁ ଗଲୁ। ମୁଁ ତାଙ୍କ ପାଇଁ ଗୋଟିଏ ଗୋଲାପ ଗଛ ଗିଫ୍ଟ ନେଇଥିଲି, ଭାବିଥିଲି ଗୋଲାପ ଫୁଲ ଦେଲେ , ସେ ତା 2 ଦିନ ଭିତରେ ଶୁଖିଯିବ , କିନ୍ତୁ ଗୋଲାପ ଗଛ ଦେଲେ ଯେବେ ବି ସେ ଗଛ ରେ ଗୋଲାପ ଫୁଟିବ ତାଙ୍କର ମୋ କଥା ମନେ ପଡ଼ିବ। ଆମେ ଦେଖା ହେଳୁ ଆଉ ସେ ଗିଫ୍ଟ ତାଙ୍କୁ ଦେଲି , ସେ ବି ମୋ ପାଇଁ ଗୋଟିଏ ଗିଫ୍ଟ ଆଣିଥିଲେ, ଗୋଟିଏ ଗଣେଶ ଙ୍କ ମୂର୍ତ୍ତି ଯେଉଁଟା ଆଜି ବି ମୋ ପାଖରେ ରହିଛି।

ପୁରା ରାତି ମ୍ୟାଚ୍ ଖେଳି ରାତି ଅନିଦ୍ରା ହୋଇ ଆଖି ପୁରା ନାଲି ପଡିଯାଇଥିଲା। ସେ ସେହି ନାଲି ଆଖି ଦେଖି ପଚାରିଥିଲେ, ତୁମେ drink କର ନା? ମୁଁ ମିଛରେ କହିଥିଲି ହଁ କରେ, ସେ ରାଗିଯାଇ କହିଥିଲେ ତୁମେ ଏବେ ଏଠାରୁ ଜାଓ।

ଘରେ ପହଞ୍ଚି ତାଙ୍କୁ call କରିଲି ଆଉ କହିଲି ମୁଁ drink କରେ milk, water, colddrink , ତାପରେ ସେ କହିଥିଲେ ମୁ alcohol ବିଷୟରେ ପଚରୁଛି, ମୁ ମନା କରିଥିଲି , ମୁ। ବିଲକୁଲ୍ ବି alcohol drink କରେ ନାହିଁ। ତାପରେ ସେ ପଚାରିଥିଲେ ତୁମ ଆଖି କଣ ପାଇଁ ଏତେ ନାଲି ପଡ଼ିଥିଲା, ମୁ ମୋ ଖେଳ ବିଷୟରେ ସବୁ କହିଥିଲି। ତାପରେ ସେ ମୋର proposal କୁ accept କରିନେଲେ, କିନ୍ତୁ କହିଲେ କି ମୋର ଯେବେ ଇଚ୍ଛା ହେବ ସେବେ 'i love you' କହିବି , ମୋତେ କେବେ ଫୋର୍ସ କରିବ ନାହିଁ। ତା ପରେ ଆମେ ଫୋନ ବହୁତ୍ ସମୟ ଧରି କଥା ହେଉ, ମୁ ମୋ ପଢା ଶାରୀ ରାତି ରାତି ଅନିଦ୍ରା ରହି ତାଙ୍କ ପାଇଁ ମୋତେ ବନାଉଥିଲି। ତା ପରେ 13 sept 2017 ରେ ସେ ପ୍ରଥମ ଥର ପାଇଁ ମୋତେ ମୋ ଜନ୍ମ ଦିନ ରେ i love you କହିଥିଲେ।ସବୁ କିଛି ଠିକ୍ ଚାଲିଥିଲା, ଦିନେ ସେ ମୋତେ କହିଲେ ତାଙ୍କୁ ଜଣେ ପୁଅ propose କରିଥିଲା ଆଉ ମୁଁ ତାଙ୍କୁ ମନା କରିବାରୁ ସେ ମୋତେ ଅଭିଶାପ ଦେଇଛି , ମୁ ଆଉ କାହା ସହ ଖୁସି ରେ ରହିପରିବିନି। ତାପରେ ମୁଁ ତାଙ୍କୁ ପ୍ରଶ୍ନ କରିଥିଲି, ତୁମର ତାଙ୍କ ପାଇଁ କଣ feelings? ସେ ଉତ୍ତର ରେ କହିଥିଲେ , ମୁ ଏବେ କେବଳ ତୁମର , ଆଉ କାହା ପ୍ରତି ମୋର କିଛି ବି feelings ନାହିଁ। ମୁଁ ତାଙ୍କୁ ବହୁତ୍ ଟ୍ରଷ୍ଟ କରୁଥିଲି। ତାପରେ ଆମେ ବହୁତ୍ ଜାଗାରେ ଦେଖା କରିଲୁ, ବୁଲିଲୁ, film ଗଲୁ, restaurant ରେ ଖାଇଲୁ, । ଦେଖୁ ଦେଖୁ ତାଙ୍କର +3 ସରିଗଲା । ସେ job ଖୋଜୁଥିଲେ। ମୁଁ coaching ନେଉଥିବା institution ରେ ତାଙ୍କ ପାଇଁ ଗୋଟିଏ job ବୁଝିଲି। ସେ job ମଧ୍ୟ କରିଲେ ସେଥି। ମୋର class ସକାଳ 9 ରେ ଥାଏ , ମୁଁ କିନ୍ତୁ ନ ଖାଇ ନ ପିଇ ତାଙ୍କ duty ସରିବା ପର୍ଯ୍ୟନ୍ତ 5 ଯାଏ ଅପେକ୍ଷା କରୁଥିଲି। ଗୋଟିଏ ମାସ job ପରେ ତାଙ୍କୁ ଆଉ ସେଥି ଭଲ ଲାଗିଲାନି , ସେଥି ପାଇଁ , ସେ job ଛାଡ଼ିଦେଲେ। ତାପରେ ଗୋଟିଏ nightmare ହୋଇ COVID ଆସିଲା, ଆଉ ମୋତେ ମଧ୍ୟ COVID ହୋଇଗଲା, ସେଥି ପାଇଁ ମୁ ତାଙ୍କୁ avoid କରିବାକୁ ଲାଗିଲି, କଲେ ସେ ଜାଣିଲେ ଚିନ୍ତା କରିବେ , ତାଙ୍କ ଦେହ ସେତେବେଳେ ଭଲ ନଥାଏ, ସେଥିପାଇଁ ମୁଁ ତାଙ୍କ number ଆଉ WhatsApp କୁ block କରିଦେଇଥିଲି। ମୁଁ COVID ରୁ discharge ହେବା ପରେ, ତାଙ୍କୁ call କରିଲି , ସେ କିନ୍ତୁ call recieve କରିନଥିଲେ, ତା ପରେ ମୁଁ message କରିଲି ସେ ତାର ମଧ୍ୟ କିଛି reply ଦେଲେ ନାହିଁ। ମୁଁ ଆଉ ରହିପାରିଲିନି, ମୋତେ ବହୁତ୍ ବ୍ୟସ୍ତ ଲାଗିଲା , ମୁ ତାଙ୍କୁ ଦେଖା କରିବା ପାଇଁ ଗଲି , ବହୁତ୍ ବର୍ଷା ହେଉଥାଏ କିନ୍ତୁ ତାଙ୍କୁ ଦେଖା କରିବି ବୋଲି ଗୋଟିଏ ରାତି ପୁରା ତାଙ୍କ ଘର ପାଖ ମନ୍ଦିର ରେ ଏକୁଟିଆ ବସି ରହିଲି। ସକାଳ ହେଲା ସେ ଆସିଲେ , ବେଶୀ କିଛି ନକହି ମୋତେ କହିଲେ ଘରକୁ ଯାଅ ମୁ କଥା ହେବି। ତାପରେ ସେ ମୋ ସହ କଥା ହେଲେ, ଆଉ ଆମେ ପୁଣି ଆଗ ପରି ରହିଲୁ, ବହୁତ୍ ଖୁସି ରେ ଆମ relationship ଚାଲିଥିଲା। ଆମେ ମା ଶାରଳା ଙ୍କ ମନ୍ଦିର ବି ଯାଇଥିଲୁ , ସେ ମୁ ଆଉ ଜଣେ ସାଙ୍ଗ, ତାଙ୍କୁ ସେ ଭାଇ କରିଥିଲେ , ସେଥି ସେ ମା ଶାରଳା ଙ୍କ ଆସ୍ଥାନ ଛୁଇଁ ଶପଥ କରିଥିଲେ , ମୋତେ ସେ କେବେ ଛାଡ଼ିବେନି, ଜୀବନ ଥିବା ଯାଏ ମୋ ସହ ରହିବେ।

November 11 2021 ଦିନ ସେ ମୋତେ ବାରମ୍ବାର ଲଗାତାର call କରିଲେ କିନ୍ତୁ ମୁ ତାଙ୍କ call recieve କରିପାରିନଥିଲେ କାରଣ ମୁ ଗୋଟିଏ ଭୋଜି ରେ ଥିଲି। ତାପରେ ସେଥି ଫେରି ମୁ ତାଙ୍କୁ call କରିଲି ଆଉ ସେ ମୋତେ ଯାହା କହିଲେ ମି ପାଦ ତଳୁ ମାଟି ଖସିଗଲା, ଏତେ ଜଲ୍ଦୀ ଏ ସବୁ ହେବ ମୁ ଭାବିନଥିଲି।ସେ କହିଲେ କି ତାଙ୍କ ଘରେ ତାଙ୍କ marriage ଠିକ୍ କରିଦେଇଛନ୍ତି, ସେ ପୁଣି ସେଇ ପିଲା ସହ ଯିଏ ତାଙ୍କୁ ଆଗରୁ propose କରିଥିଲା। ସେ ପୁଅ ର ବାପା proposal ନେଇ ତାଙ୍କ ଘରକୁ ଯାଇଥିଲେ। ମୁଁ ନିଜକୁ ସମ୍ଭାଳି ତାଙ୍କୁ ପଚାରିଲି ତୁମ ଇଚ୍ଛା କଣ? କଣ ଚାହୁଁଛ ତୁମେ? ସେ କହିଲେ ମୁଁ କିଛି ଜାଣିପାରୁନି ମୁଁ କଣ କରିବି। ମୁଁ ତାଙ୍କୁ କହିଲି ତୁମେ ସେ ପୁଅ କୁ call। କରି କୁହ କି ମୁ ଅନ୍ୟ ଜଣଙ୍କୁ ଭଲ ପାଇଁ ସେ ତାଙ୍କୁ ହିଁ marriage କରିବାପାଇଁ ଚାହେଁ। ତାପରେ ସେ କହିଲେ ମୁଁ ତାଙ୍କୁ ଏ କଥା କହିପାରିବି ନାହିଁ। ଇଏ ସେଇ ସମୟର ହସ୍ପିଟାଲ ରେ job କରୁଥିଲେ।ସେଥି ତାଙ୍କ senior staff ଜଣେ ତାଙ୍କ ସହ ବହୁତ misbehave କରୁଥିଲା ସେଥି ପାଇଁ ମୁ ତାଙ୍କୁ ଆଣିବ ପାଇଁ ଯାଉଥିଲି।, ମୁଁ ତାଙ୍କୁ କହିଥିଲି marriage fix ହୋଇଥିବା ପୁଅ ଫୋନ ନମ୍ବର ଦିଅ ମୁ ତାଙ୍କ ସହ କଥା ହୋଇ ତାଙ୍କୁ ମନା କରିଦେବି, ଆମ ବିଷୟରେ ସବୁ କହିଦେବି। ସେ କିଛି କହିଲାନି, ମୁ ତାଙ୍କୁ ପ୍ରଶ୍ନ କରିଥିଲି, ତୁମେ ମୋ ସହ ରହିବ ନା ନାହିଁ? ସେ କହିଲେ ମୁଁ କିଛି ଜାଣିପାରୁନି, ମୋ ମୁଣ୍ଡ କିଛି କାମ କଲାନି ତାଙ୍କ ଉତ୍ତର ଶୁଣି, ମୁ ତାଙ୍କୁ ବହୁତ୍ ଭଲ ପାଉଥିଲି ତାଙ୍କ ବିନା ମୋ life ମୁଁ imagine କରିପାରିନଥିଲି, ମୁଁ ରାଗିଯାଇ କହିଥିଲି ତୁମେ ତା ମାଆ ସାରଳା ଙ୍କ ମୁଣ୍ଡ ଉପରେ ହାତ ରଖି କହିଥିଲା ଯେ ତୁମେ ସବୁ ବେଳେ ମୋ ସହ ରହିବ, ପୁଣି ଏବେ କଣ ହେଲା? ସେ କହିଲେ ମୋତେ please ଏକୁଟିଆ ଛାଡ ମୋତେ disturb କରନି, ମୋତେ ଏ କଥା ଶୁଣି ବହୁତ୍ କଷ୍ଟ ହେଲା, ଅସହାୟ ଅନୁଭବ ହେଲା,। ମୁଁ ତାଙ୍କୁ କହିଥିଲି ଯଦି ତୁମେ ଏମିତି କହିବ ମୁ suicide କରିଦେବି ତାଙ୍କୁ ତାଙ୍କୁ ବୋଧ ହୁଏ ବିଶେଷ କିଛି ଫରକ୍ ପଡ଼ିନଥିଲା। ମୁଁ କଣ କରିବି କିଛି ଭାବିପାରୁନଥିଲି, ମୁ ତାଙ୍କ ବିନା ରହିପାରିବିନି ଭାବି suicide କରିବା ପାଇଁ ଯାଇଥିଲି କିନ୍ତୁ unsuccessful ହୋଇଥିଲି, ମେଡିକାଲ ରେ ମୋତେ admit କରାଇଥିଲେ ଆମ ଘର ଲୋକ। ମେଡ଼ିକାଲ ରୁ ଫେରି ତାଙ୍କୁ call କରିବା ପାଇଁ ଯାଇ ଦେଖେ ତ ସେ ମୋତେ block କରିଦେଇଛନ୍ତି। ମୋ ମୁଣ୍ଡ କିଛି କାମ କଲାନି, ମୁ ପୁରା ପାଗଳ ଙ୍କ ପରି behave କରିବାକୁ ଲାଗିଲି, ସେ ମୋତେ block କରିଥିବା ଦେଖି ତାଙ୍କୁ message କରିଥିଲି ଅମର ଯାହା ଏସବୁ chats, photos, au videos ଅଛି ସେ ସବୁ ମୁଁ ତୁମ ବାପା ଙ୍କୁ ଦେଖେଇଦେବି। ମୁଁ ଭାବିଥିଲି କଲେ ଏମିତି କଲେ ସେ ମୋ ପାଖକୁ ଫେରି ଆସିବେ। ମୋ ଅବସ୍ଥା ଦେଖି ମୋ ବାପା ମାମା ମଧ୍ୟ ତାଙ୍କ ସହ କଥା ହୋଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଲେ କିନ୍ତୁ ସେ କହିଥିଲେ ମୁ ତାଙ୍କୁ ଭଲ ପାଏ ନାହିଁ, ସେ ମୋତେ ଜବରଦସ୍ତି, ଦରେଇକି ଭଳପାଇଲେ। ତାଙ୍କର ଏଇ ବଦଳିଯାଇଥିବା ନୂଆ ଚେହେରା କୁ ଚିହ୍ନି ପାରିନଥିଲି, ବହୁତ୍ ଖୋଜିଲି ସେ ପୁରୁଣା ଦିନ ମୋ ପୁରୁଣା ପ୍ରେମ ହେଲେ ପାଇଲିନି ଟଙ୍କା ର ଗାଡ଼ି ରେ ମାଡ଼ ହୋଇ ମୋ ଭଲ ପାଇବା ମରିଗଲା, ସେ ପିଲା ପାଖରେ ଟଙ୍କା ଥିଲା ଆଉ ମୁଁ ଏବେ ଯାଇ କିଛି କରିନଥିଲି ।ଏମିତି ଟଙ୍କା ଆଗରେ ମୋ ଭଲ ପାଇବା ହରିଗଲା ୪ ବର୍ଷ ହୋଇଗଲା ମୋ ଭଲ ପାଇବା ହଜିଗଲା ଏବେ ମୋ ବେଳେ ବେଳେ ଖୋଜେ ହେଲେ ପାଏନି। ଏବେ ଶୁଣିବାକୁ ପାଉଛି ସେଇ ପୁଅ ସହ relationship re ଅଛନ୍ତି । ତାଙ୍କ ସହ ହିଁ marriage ହେବ।


Rate this content
Log in

Similar oriya story from Tragedy