STORYMIRROR

Tapaswini Rath

Tragedy

3  

Tapaswini Rath

Tragedy

ଦେଵକୀ

ଦେଵକୀ

3 mins
44

ଦେଵକୀର ମନ ଆଜି ଅଜଣା ଦୁଃଖରେ ଭାରାକ୍ରାନ୍ତ। ଦୁଃଖ ଯେମିତି ତାର ଚିର ସହଚରୀ।ଆଖିରୁ ଛୁଟି ଚାଲିଛି ଅମାନିଆ ଲୁହର ବର୍ଷାଧାରା।କାହା ପାଇଁ ଏତେ କାନ୍ଦୁଛି ମନକୁ ବାର ବାର ପଚାରି ଚାଲିଛି ଦେବକୀ। ଠିକ୍ ଏହି ସମୟରେ ଭାବନାର ଅନ୍ତ ଘଟେଇ ଶାଶୁ ଡାକ ଛାଡିଲେ ଦେବୀ ମାଆରେ କିଛି ଖାଇ ନେ। ଆଜି ସାବିତ୍ରୀବ୍ରତ କରିଛୁ। ସକାଳୁ ପେଟକୁ ପାଣି ଟୋପେ ବି ଛାଡ଼ିନୁ। କାହିଁ ତା କଥା ଏତେ ଭାବୁଛୁ ଯିଏ ତତେ ପର କରି ଦେଇ

ଆଉ କାହା ସାଙ୍ଗରେ ଥେଇ ଥେଇ ହେଉଛି ସୁରଟରେ। ଯା ମାଆ ଶାଗୁ ଚକଟା ଟିକେ ଖାଇ ନେ। 

  

ଦେବକୀ ଆଜିକୁ ପାଞ୍ଚ ବର୍ଷ ତଳେ ଅଭିକୁ ବିବାହ କରିଥିଲା। ଚତୁର୍ଥୀ ରାତିରେ ଜାଣିବାକୁ ପାଇଲା ଯେ ସେ ତା ସ୍ୱାମୀଙ୍କର ପସନ୍ଦ ନୁହଁ ସେ ଆଉ କାହାକୁ ପସନ୍ଦ କରନ୍ତି ଆଉ ବାହା ହେବାକୁ ଚାହୁଁଛନ୍ତି। ବାପା ମାଙ୍କୁ ସମ୍ମାନ ଜଣେଇ ତାକୁ ଵାହା ହୋଇଛନ୍ତି ।ତାକୁ ସ୍ପର୍ଶ କରିବା ତ ଦୂରର କଥା ତା ମୁହଁ ଦେଖିଵାକୁ ଚାହାଁନ୍ତିନି ।ଏ କଥା ସଵୁ ଶୁଣି ଦେଵକୀର ଚତୁଃପାଶ୍ୱର୍ରେ ଭୂକମ୍ପନ ହେଉଥିବାର ସେ ଅନୁଭବ କଲା।କେତେ କାନ୍ଦିଲା ପାଦ ଧରି ନେହୁରା ହେଲା ଅତୀତକୁ ଭୁଲିଯାଅ ମୋତେ ଗ୍ରହଣ କର । ମାତ୍ର ସବୁ ଗୁହାରି ନିଷ୍ଫଳ ହେଲା । ସକାଳ ହେବା ମାତ୍ରେ ତାକୁ ପାଦରେ ଠେଲି ଅଭି ଚାଲିଗଲା ସୁରଟକୁ ।ସେଠି ଏକ ଅଣ - ଓଡିଆ ସୁନ୍ଦରୀ ତନୁପାତେଳୀ ସହିତ ତା ନୂଆ ସଂସାର ଗଢ଼ିଛି।ଫେସବୁକରେ ରୋଜ୍ ରୋଜ୍ ନୂଆ ଫଟୋ ବି ଛାଡୁଛି। ଫଟୋ ସବୁ ଦେଖି ଦେଵକୀର ମୂର୍ଦ୍ଧନା ଫାଟି ଗଲା ପରି ଲାଗେ ।ଲୁଚେଇ ଲୁଚେଇ ଵହୁତ କାନ୍ଦେ ବାପା ଭାଇ କେତେ ଥର ଆସିଲେଣି ତାକୁ ନବା ପାଇଁ ତାର ଦ୍ୱିତୀୟ ଵିଵାହ ପାଇଁ ହେଲେ ଵୃଦ୍ଧ ଶାଶୁ ଶଶୁରଙ୍କ ମୁହଁକୁ ଅନେଇ ମନା କରି ଦିଏ ।ଘରକୁ ପଇସା ଦବାର ଦୂରର କଥା ଵାପା ମାଆକୁ ଫୋନ ଟିକେ ବି କରେନି ମଲେଣି କି ବଞ୍ଚିଛନ୍ତି ଜାଣିବାକୁ କେବେ ବି ଇଚ୍ଛା କରିନି । ଶଶୁରଙ୍କ ପେନସନରେ ଘର ଚଳେ । ଶାଶୁ ଶଶୁର ତାକୁ ବୋହୁ ନୁହେଁ ନିଜ ଝିଅ ଭଳି ଦେଖନ୍ତି । ଏସବୁ ଭାବୁ ଭାବୁ ସଂଧ୍ୟା ହୋଇଗଲା । ଉଠି ଗଲା ସଂଧ୍ୟା ବତୀ ଦେଵା ପାଇଁ ହେଲେ ଦେଖିଲା ଜଣେ ଅଚିହ୍ନା ଯୁବକ କଳା ମିଚି ମିଚି ଶରୀର ମୁହଁରେ ମେଞ୍ଚେ ଦାଢି ଦେହରେ ପୁରୁଣା ମଇଳା ସାର୍ଟ ଛାତି ରେ୨/୩ ଵର୍ଷର ଛୁଆକୁ ଜାକି ଝଡ ଭଳି ଘରକୁ ପଶି ଆସିଲା ।ଆଉ କହୁଛି ଦେବକୀ, ଜଲଦି କବାଟ୍ ଦିଅ ପୋଲିସ ମୋ ପଛରେ ।" ବୋଉ ଚୋର "ବୋଲି ଚିତ୍କାର କରି ଉଠିଲା ଦେବକୀ ସାଇ ଭାଇ ଦୌଡା ଦୌଡ଼ି ଆସି ଦେଖନ୍ତେ....ଏ ତ ଅଭି ତୋର ଏ କି ଅଵସ୍ଥା ଏମିତି କଣ ଦେଖାଯାଉଛୁ ???????????

ଅଭି ଖୋଲି ଵସିଲା ତା ଦୁଃଖର ପେଟରା ସ୍ତ୍ରୀ ତାର କରୋନାରେ ୨ ମାସ ତଳେ ମୃତ୍ୟୁ ବରଣ କରିଛି ।କଳ କାରଖାନା ସବୁ ବନ୍ଦ ।ବହୁତ ଓପାସ ରହିଵା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୟାରୁ ସୁରଟରୁ ଶ୍ରମିକମାନଙ୍କୁ ଆସିବାର ବ୍ୟବସ୍ଥା କରି ଵାରୁ ସେ ଟ୍ରେନରେ ବସି ପଳେଇ ଆସିଛି। ହେଲେ କୋରେଣ୍ଟାଇନ୍ ରହିବାକୁ ବାଧ୍ୟ କରିବାରୁ ସେ ଲୁଚି କି ପଳେଇ ଆସିଛି। ମୋତେ ପ୍ରବଳ ଭୋକ ମୋତେ ମୋ ଛୁଆକୁ ଖାଇଵାକୁ ଦିଅ ନ ହେଲେ ସାଙ୍ଗେ ସାଙ୍ଗେ ମୃତ୍ୟୁ ହୋଇଯିବ କାନ୍ଦି କାନ୍ଦି କହୁଛି ଅଭି। ମାତ୍ର ବାପା,ମା,ସାହିଭାଇ କେହି ଅଭିକୁ ଗ୍ରହଣ କରିଵାକୁ ଅନିଚ୍ଛୁକ। ପରିଶେଷରେ ଦେବକୀକୁ ଅଧିକାର ଦିଆଗଲା ଦେବକୀ ଯାହା କହିବ ସେଇୟା ହେବ।


ଛୁଆଟିର ଭୋକିଲା ନିଷ୍ପାପ୍ୟ ମୁହଁକୁ ଦେଖି ଦେବକୀର ମନ ତରଳିଗଲା ଛୁଆଟିର ମା ଡାକ ଶୁଣି ଦେବକୀ ତା ଅତୀତର ସମସ୍ତ ଦୁଃଖକୁ ଭୁଲି ଛୁଆଟିକୁ କୋଳେଇ ନେଲା । ଅଭି ବି କାନ୍ଦି କାନ୍ଦି ଦେବକୀକୁ ଭୁଲ ମାଗି ଚାଲିଥାଏ। ଠିକ୍ ଏହି ସମଯରେ ପଛରୁ ସରପଞ୍ଚ ବାବୁ ଡାକ ଛାଡିଲେ ପୁଅ ପ୍ରେମରେ ଅନ୍ଧ ହୁଅନ୍ତୁନି ମିଶ୍ର ସାର୍। ପୁଅକୁ କୋରେଣ୍ଟାଇନ୍ ରେ ଛାଡ ନ ହେଲେ ପୁରା ଗାଁ କୋରନା ମହାମାରୀର ସଙ୍କ୍ରମଣରେ ଧୁଳିସାତ୍ ହୋଇ ଯିବ। ଆଜି ଚଉଦ ଦିନ ପୁରି ଯାଇଛି। ଅଭି କୋରେଣ୍ଟାଇନରୁ ଘରକୁ ଫେରୁଛି ଅଭି ଘରେ ଖୁସିର ଲହରୀ ଖେଳି ଯାଇଛି। ଦେବକୀ ମନେ ମନେ ଭାବୁଥାଏ କରୋନା କାହା ପାଇଁ ପୁଷମାସ ତ କାହାପାଇଁ ସର୍ବନାଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Tapaswini Rath

ଦେଵକୀ

ଦେଵକୀ

3 mins ପଢ଼ନ୍ତୁ

Similar oriya story from Tragedy