ASHOK KUMAR NAYAK

Thriller

3  

ASHOK KUMAR NAYAK

Thriller

ବଣିକ ଓ ଗଧ

ବଣିକ ଓ ଗଧ

2 mins
200


ଜଣେ ବଣିକ ଗାଁକୁ ଗାଁ ବୁଲି ତା'ର ଜିନିଷପତ୍ର ବିକ୍ରି କରେ । ତା'ର ଗୋଟିଏ ଗଧ ଥାଏ । ସେଇ ଗଧ ଜିନିଷ ଲଦି ଗାଁକୁ ଗାଁ ବୁଲି ବେପାର ବଣିଜ କରିବାରେ ତାକୁ ସାହାଯ୍ୟ କରେ । ବଣିକ ତା'ର ଜିନିଷପତ୍ର ସହ କୌଣସି ଗାଁରେ ପହଞ୍ଚୁ ପହଞ୍ଚୁ ଚିତ୍କାର କରି ଭାରି ଜୋର୍ ରେ କହେ- "ଜଣେ ଜଣେ ସମସ୍ତେ ଚାଲିଆସ । ହରେକ୍ ମାଲ୍ ମାତ୍ର ଦୁଇ ଟଙ୍କ। । ହରେକ୍ ମାଲ୍ ମାତ୍ର ଦୁଇ ଟଙ୍କ। ।" ଦଶରୁ ପନ୍ଦର ମିନିଟ୍ ଚିଲେଇଲା ପରେ ଗାଁର ପିଲାଠୁ ବୁଢା଼ଯାଏ ତା' ପାଖରେ ଭିଡ଼ ଜମେଇ ଦିଅନ୍ତି । ଏହି ସମୟରେ ବଣିକ ଗଧ ଉପରେ ବାଘଛାଲ ଘୋଡେ଼ଇଦେଇ ଗାଁ ବାହାରକୁ ଛାଡି଼ଦିଏ । ଗଧ ମହା ଆନନ୍ଦରେ ଜମିର ଧାନ ଫସଲ ଖାଏ। । କେହି କେହି ଗଧକୁ ବାଘ ବୋଲି ଭାବି ଡରରେ ପଳେଇ ଯାଆନ୍ତି । ବଣିକ ସେ ଗାଁରେ ବେପାର କରେ । ଖାଇପିଇ ଦି'ଘଣ୍ଟ। ଆରାମ୍ କଲାପରେ ଗଧ ଆସି ପହଞ୍ଚେ । ତା'ପରେ ସେ ବଳକା ଜିନିଷ ଲଦି ଅନ୍ୟ ଗାଁକୁ ଯାଏ । ଏହିଭଳି ଭାବେ ବଣିକଟି ବିନା ଖର୍ଚ୍ଚରେ ତା'ର ଗଧ ପାଇଁ ଖାଦ୍ୟ ବ୍ୟବସ୍ଥ। କରୁଥାଏ । ଗାଁ ଲୋକଙ୍କର ଫସଲ ନଷ୍ଟ ହୁଏ । ସେମାନେ ବଣିକର ଚାଲାକି ଆଦୌ ଜାଣିପାରନ୍ତି ନାହିଁ । 

   ଚୋରଘର ସର୍ବଦା ଅନ୍ଧାର ଯାଏନା । ଦିନେ ଦଶିପୁର ନାମକ ଏକ ଗ୍ରାମରେ ପହଞ୍ଚି ସବୁଦିନ ଭଳି ସେ ଡାକିଲା-"ହରେକ୍ ମାଲ୍ ଦୁଇ ଟଙ୍କ। । ପିଲାଠୁ ବୁଢା଼ ସଭିଙ୍କ ପସନ୍ଦ । ଜଣେ ଜଣେ ସମସ୍ତେ ଚାଲିଆସ । ଦେଖିଲା ଭଳି ଜିନିଷ,କିଣିଲା ଭଳି ଜିନିଷ । ମାତ୍ର ଦୁଇ ଟଙ୍କ। । ହରେକ୍ ମାଲ୍ ମାତ୍ର ଦୁଇ ଟଙ୍କ। ।" ଗାଁର ସମସ୍ତ ଲୋକ ବଣିକ ପାଖରେ ରୁଣ୍ଡ ହେବା ଭିତରେ ସବୁଦିନ ଭଳି ସେ ତା' ଗଧ ଉପରେ ବାଘଛାଲ ଘୋଡେ଼ଇ ଗାଁ ବାହାରକୁ ଛାଡି଼ ଦେଇଥିଲା । ବଣିକ ତା'ର ଜିନିଷପତ୍ର ବିକ୍ରି କରି ଖାଇପିଇ ଗଛମୂଳ ଛାଇରେ ନିଘୋଡ଼ ନିଦରେ ଶୋଇଥାଏ । ଗାଁର ଜଣେ ଖବର ଦେଲା ଗୋଟିଏ ଗଧ ବାଘଛାଲ ଘୋଡେ଼ଇ ହୋଇ ଜମିର ସମସ୍ତ ଫସଲ ଖାଇବାରେ ଲାଗିଛି । ଗାଁଲୋକେ ଠେଙ୍ଗା ଧରି ଜମି ଆଡେ଼ ଦଉଡି଼ଲେ । ସର୍ବଦା ସାମାନ୍ୟ ଗଧଟା ଛଳନା କରି ସମସ୍ତ ଫସଲ ଖାଉଥିବାରୁ ଗାଁଲୋକେ ଉତ୍ୟକ୍ତ ହୋଇ ଉଠିଲେ । ଗଧ ଚାରିପଟେ ଘେରିଯାଇ ସମସ୍ତେ ଗଧକୁ ପିଟିବାରେ ଲାଗିଲେ । ଗଧ ଚିକ୍ତାର ଛାଡି଼ ଦଉଡି଼ଥାଏ । ଗାଁଲୋକେ ଗୋଡେ଼ଇ ଗୋଡେ଼ଇ ଠେଙ୍ଗାରେ ପିଟିବାରେ ଲାଗିଥାଆନ୍ତି । ଶେଷରେ ଗଧ ଧରାଶାୟୀ ହେଲା । ଜୋର୍ ରେ ଚିକ୍ତାର ଛାଡି଼ ଶେଷ ନିଃଶ୍ୱାସ ତ୍ୟାଗ କଲା । ଗାଁଲୋକେ ଗଧକୁ ଦେଖି ଚିହ୍ନିପାରିଲେ । ଏହା ସେଇ ବଣିକର ଚକ୍ରାନ୍ତ ଜାଣି ତାକୁ ପିଟିବା ପାଇଁ ଖୋଜିଲେ । ବଣିକ ଲୋକଙ୍କ ପାଟିତୁଣ୍ଡ ଶୁଣି ଜାଣିଲା ତା'ର ଆଉ ନିସ୍ତାର ନାହିଁ । ଏଣୁ ସମସ୍ତ ଜିନିଷପତ୍ର ଫିଙ୍ଗି ଅଣନିଃଶ୍ୱାସୀ ହୋଇ ଦଉଡି଼ବାରେ ଲାଗିଲା ।

 ଏଥିରୁ ଶିକ୍ଷା ମିଳେ ଯେ,

     ' ଚୋରଘର ସର୍ବଦା ଅନ୍ଧାର ଯାଏନି । ଦିନେନାଦିନେ ତା'ର ପରିଣାମ ଭୋଗିବାକୁ ହୁଏ ।'


Rate this content
Log in

More oriya story from ASHOK KUMAR NAYAK

Similar oriya story from Thriller