STORYMIRROR

Susanta Nayak

Comedy Romance

2  

Susanta Nayak

Comedy Romance

ଭାଲେଣ୍ଟାଇନ୍ ଡେ

ଭାଲେଣ୍ଟାଇନ୍ ଡେ

1 min
62


ବାହାଘର ବେଶି ଦିନ ହୋଇନି। ବାସ୍, କେଇଟା ବର୍ଷ ପରେ ସ୍ଵର୍ଣ୍ଣ ଜୟନ୍ତୀ। ସକାଳୁ ଉଠି ଘରେ ଝାଡ଼ୁ ଲଗାଉ ପତ୍ନୀଙ୍କର ମନେ ପଡିଗଲା ଆଜି 14 ଫେବୃୟାରୀ। ସାମନାରେ ଦେଖାଗଲା ଗୋଟିଏ ଦିଟା ଗୋଲାପ ଫୁଲ। ସଜ ନହେଲେ ବି ଗୋଲାପ ଫୁଲଟି ତାହାର ମହକ, ସତେଜତା ଆଉ ସୁନ୍ଦରତା ବଜାୟ ରଖିଛି। ପତ୍ନୀ ସାଉଁଟି ଆଣିଲେ ଗୋଟିଏ ଫୁଲ। ଡେବିରି କାଖରେ ଝାଡ଼ୁଟିକୁ ଯାକି ମାଡ଼ି ଆସିଲେ ପତିଙ୍କ ପାଖକୁ ହେପୀ ଭାଲେଣ୍ଟାଇନ୍ କହି। ପତି ବି ଖୁସିରେ ଗୋଲାପ ଫୁଲଟି କୁ ତୋଳିନେଲେ। ଶୁଭେଚ୍ଛା ଗ୍ରହଣ କଲେ। ଶୁଭେଚ୍ଛା ଦେଲେ ବି। ମନେ ମନେ ପତ୍ନୀଙ୍କର ଯୋଜନାର ପ୍ରଶଂସା କଲେ। ପତି ଭାବିଲେ ପତ୍ନୀ ବୋଧେ ପତିଙ୍କ ପକେଟକୁ ସମ୍ମାନ ଜଣାଇବାକୁ ଯାଇ ଗୋଲାପ ଫୁଲଟି କୁ ଆଗରୁ ସମ୍ଭାଳି ରଖିଛନ୍ତି।କାରଣ ସପ୍ତାହ ପୂର୍ବରୁ ଗୋଲାପ ଫୁଲର ଗୁଚ୍ଛ ଦର ଆଉ ଆଜିର ଗୋଟିଏ ଫୁଲର ଦର ସମାନ। ପତ୍ନୀଙ୍କ ଚାତୁର୍ଯ୍ୟକୁ ମନେ ମନେ ସଲାମ କଲେ। ଅବଶ୍ୟ ପତିଙ୍କ ନଜର ଆଜି ପଢିଥିଲା ଡେବିରି କାଖରେ ଜକା ହୋଇଥିବା ଝାଡ଼ୁ ଉପରେ। ପେଟେଣ୍ଟ ମେଡିସିନର ସୁଲୋଚନା ଚରିତ୍ର ମନେ ପଡିଗଲା। ଗୋଲାପ ଫୁଲ ଦେଖି ଟିକେ ଆଶ୍ବସ୍ତ ହୋଇଥିଲେ। ପତି ଦେବ ଭାଲେଣ୍ଟାଇନ୍ ଡେ ବିଷୟରେ ଗୁଗଲ କଲେ। ଆଳୁ ଖୋଜୁ ଖୋଜୁ ସାରୁ ବାହାରିଲା। ତା ପରଦିନ 15 ତାରିଖରେ କୁଆଡେ ଚାପୁଡ଼ା ଦିବସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy