Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ଦୀପକ କୁମାର ପାତ୍ର

Tragedy

2  

ଦୀପକ କୁମାର ପାତ୍ର

Tragedy

ବାପା

ବାପା

4 mins
337


      ଆଜି ତାକୁ ପୂର୍ଣ୍ଣିମା ଚାନ୍ଦର ଏତେ ବଡ଼ ଆଲୋକ ବି ଅମାବାସ୍ୟାର ଅମା ଅନ୍ଧକାର ପରି ମନେ ହେଉଥାଏ ଜ୍ୟୋତ୍ସ୍ନା ଭିଜା ରାତି ବି ଲାଗୁ ଥାଏ କାଳ ରାତି ପରି ।

କାରଣ ଯେଉଁ ବ୍ୟକ୍ତିର କ୍ଷଣିକରେ ଆଖି ପିଛୁଳାକେ ଜୀବନ ଖିନ ଭିନ ହେଇଯାଇଥାଏ ଚାହିଁଲେ ବି କିଛି କରିବା ପାଇ ସମୟ ନ ଥାଏ ସେ ଅବା କଣ କରିବ ?

ଆଜି ତାକୁ ଚିହ୍ନା ବାଟ ଅଲଗା ଲାଗୁଥାଏ,ତାର ମୁଣ୍ଡ କାମ କରୁ ନ ଥାଏ । ରାସ୍ତା କଡର ଷ୍ଟ୍ରୀଟ ଲାଇଟ ଗୁଡା ସବୁ ତାଶ୍ଚଲ୍ୟ କରୁଥାନ୍ତି ଯାର ଜୀବନ ହି ଅନ୍ଧକାର ତାକୁ ଏମାନେ ଆଲୋକିତ କରିବାରେ ବ୍ୟସ୍ତ।

ବହୁ ଦିନ ତଳେ ଏମିତି ଖଣ୍ଡେ ଦଦରା,ଖଣ୍ଡିଆ ଲାଇଟ ତଳେ ସେ ବସି ପାଠ ପଢୁଥିଲା ।ଏମିତିକି ପଢି ପଢି ସକାଳ ବି ଜାଣିପାରୁନ ଥିଲା ଆଜି କିନ୍ତୁ ସବୁ ତାକୁ ଅର୍ଥହୀନ ମନେହେଇଛି

ଚାରିଆଡେ ପ୍ରକୃତିରେ ଭରା ଗାଁ ଟିଏ ହରିପୁର । ସଦର ମହକୁମାର ରୁ ମାତ୍ର ଦଶ କିମି । ଏଇ ଗାଁରେ ତାର ପିଲାବେଳ କଟିଛି । ସେଇ ଆମ୍ବ ତୋଟାରେ କେତେ ଖେଳ କବାଡି,ଲୁଚକାଳି,ବୋହୁଚୋରି,ପିଥୁ ଖେଳିଛି । ଆମ୍ବ ତୋଟାରେ ଆମ୍ବ ଚୋରୀ କରିବା ଆଉ ବୁଢ଼ାଅଜା ଙ୍କୁ ଦଉଡେଇ ନୟାନ୍ତ କରିବା । ଠିକ ନଅ ଟାରେ ସ୍କୁଲ ପାଖ ପୋଖରୀ ରେ ଗାଧୋଇ କଇଁ ଫୁଲ ଆଣି ଖେଳିବା । ଟିକେ ସ୍କୁଲ ଡେରି ହେଲେ ବାପା ଅମରି ବାଡ଼ିଟେ ଧରି ଆସିଥାନ୍ତି ସ୍କୁଲ ନେଇଯିବା ପାଇଁ ।ସନ୍ଦୀପ ର କିନ୍ତୁ ସ୍କୁଲ ଯିବାକୁ ମନ ନାହିଁ । କିନ୍ତୁ ବାପା ର ମନ ପୁଅକୁ ଭଲ ପାଠ ପଢେଇ ବଡ଼ମଣିଷ ଟେ କରିବେ। ମା'ଛେଉଣ୍ଡ ପିଲାଟିଏ ତାକୁ ଯେତେବେଳେ ଦୁଇ ବର୍ଷ ହେଉଥିଲା ମା ତାକୁ ଛାଡି ଚାଲିଯାଇଛି । ବାପା କିନ୍ତୁ ତାକୁ ମା ର ଅଭାବଟା ଅନୁଭୂତ ହେବାକୁ ଦେଇ ନାହାନ୍ତି । ପୁଅ ଯାହା ଚାହିଁଲେ ବାପା ତାକୁ ୟା ତା ଘରେ ମୁଲ ଲାଗି ଆଣି ଦିଅନ୍ତି ।

ଦିନରାତି ଖଟି ଖଟି ବାପା ପୁଅ କୁ ଭଲ ମଣିଷ ଟେ କରିବା ପାଇଁ ଲାଗିଥାନ୍ତି ।

ପୁଅର ମାଟ୍ରିକ କୁଲେଶନ ସରିଛି ପୁଅ ଭଲ ନମ୍ବର ରେ ପାସ କରିଥିବାରୁ ବାପର ଛାତିଟା କୁଣ୍ଡେ ମୋଟ ହେଉଛି । ବାପ ପୁଅ ର ସଫଳତା ରେ ମିଠା ବାଣ୍ଟିଛି ଗାଁ ଯାକ । କିଛି ଦିନ ପରେ ସନ୍ଦୀପର ଭଲ ଗୋଟେ କମ୍ପାନୀରେ କାମ ଆସିଛି ।

ପୁଅ ସହର ଯିବ ସହରରେ ରହିବ ସହରୀ ବାବୁ ହବ ! ବାପ ବହୁତ ଖୁସି ସତେକି ତା ଜୀବନରେ ତାର ପତ୍ନୀ ମରିବା ଦିନଠୁ ଆଜି ହିଁ ଦୁଃଖର ଶେଷ ହେଇ ଗୋଟେ ବହୁତ ଖୁସି ର ଦିନ ଆସିଛି । ବାପା ପୁଅ ପାଇଁ କେତେ ଅସୁମାରୀ ସ୍ୱପ୍ନ ଦେଖିଛି । ପୁଅ ବଡ଼ଲୋକ ହେଇଯାଇଛି ,ତାର ସ୍ୱପ୍ନ ଆଜି ସାକାର ହେଇଛି ।

ପୁଅ କାମ ପାଇଁ ସହରକୁ ଯିବ ସେଥିପାଇଁ ବାପ କାହା ଠୁଁ ଧାର,ମୁଲ ହେଇ ପୁଅ ର ଯିବା ବନ୍ଦୋବସ୍ତ କରିଛି । ଆଉ ପୁଅକୁ ନିଜ ଦେହ ପା ଜଗି ରଖି ଚଳିବା ପାଇଁ କହିଛି । ଏମିତି ପୁଅ ଯାଇଛି ବହୁତ ଦିନ ହେଇଗଲାଣି । ପୁଅ ଯାଇଛି ଯେ ଗଲା ଦିନୁ ଗୋଟେ ବି ଚିଠି ପତ୍ର ଲେଖିନାହିଁ ତେଣୁ ବାପା ଆଶଙ୍କା କରୁଛି ମନେ ମନେ । ପୁଅ କିନ୍ତୁ ନିଜ ଦୁନିଆ ରେ ବ୍ୟସ୍ତ ରହି ବାପକୁ ପୁରା ଭୁଲିଯାଇଛି । ବାପକୁ ଧୀରେ ଧୀରେ କାଶ ହେଇଛି । ସେ ଆଉ କାମକରି ପାରୁନି। ଘରେ କିଛି ଖାଇବା ନାହିଁ ତେଣୁ ତାକୁ ଭୋକରେ ରହିବାକୁ ପଢ଼ୁଛି । କାଶ ର ମାତ୍ରା ଦିନକୁ ଦିନ ଏତେ ବଢିବାରେ ଲାଗିଛି ଯେ ତାକୁ ନିଶ୍ୱାସ ନେବାକୁ ମଧ୍ୟ କଷ୍ଟ ହଉଛି । ଡାକ୍ତରଖାନା ଯିବା ପାଇଁ ପାଖରେ ପଇସା ନାହିଁ । ଟଙ୍କା ପାଇଁ ପୁଅକୁ ଯେତେ ଚିଠି ଲେଖିଲେ ବି ପୁଅ କିଛି ଉତ୍ତର ଦେଉନି । ଶେଷରେ ବୁଢାବାପ ଏମିତି ଦିନେ ପୁଅର ଅପେକ୍ଷାରେ ମରିଯାଇଛି । ମରିଯିବା ଖବର ପାଇ ପୁଅଟା ଆସିଛି ହେଲେ ବାପ ମୁହଁ ଦେଖି ପାରିନି । ଗାଁକୁ ଫେରୁଛି ବହୁତ ଦିନ ପରେ ବାଟ ସାରା ସତେକି ଝୁଲୁଚି ତା ଆଖିରେ ବାପ ଚେହେରା, କିଏ ବା ଥିଲା ତାର ବାପା ଛଡା । ଏମିତି ଭାବନାରେ ବସ୍ ଆସି ଗାଁ ଛକ ପାଖରେ । କଣ୍ଡକ୍ଟର ଯେତେ ଡାକ ଛାଡୁଛି ହେଲେ ସେ ଭାବନାରେ ରହିଯାଇଛି । ପୁଣି ଚେତା ପାଇ ବସରୁ ଓଲ୍ହାଏ ସନ୍ଦୀପ ଦେଖେ ଗାଁ ଆଡ଼କୁ ସେଇ ରାସ୍ତା ଖାଲି ବଦଳିଛି ଏତିକି ଆଗରୁ ଧୂଳି ରାସ୍ତା ଥିଲା ଏବେ କଂକ୍ରିଟ ହେଇଯାଇଛି । ସେଇ କୁନା ଦାଦିର ଜଳଖିଆ ଦୋକାନ ଘର ,ଛକରେ ବୁଢ଼ା ବରଗଛ ଓ ସେଇ ଅଶୋକ ଭାଇନା ଙ୍କର ସାଇକେଲ ଦୋକାନ ଘର ଆଜିବି ଅଛି । ଏତିକି ଭାବିଲା ବେଳକୁ ବସ୍ ଟା ଚାଲିଯାଇଛି କେତେଦୂର । ସନ୍ଦୀପ ଗାଁ ଆଡ଼କୁ ମୁହାଁଇଛି । ଯେତେ ସେ ଗାଁ ଆଡ଼କୁ ଆଡ଼କୁ ଯାଉଛି ସେତେ ଛୋଟ ବେଳ ସ୍ମୃତି ଗୁଡା ମନେ ପଡୁଛି ତାର । ଚିହ୍ନା ଚିହ୍ନା ଲାଗୁଛି ପୋଖରୀ ହୁଡା ର ରାସ୍ତା ସବୁ । ଘର ଆଡ଼କୁ ଦେଖୁଛି ଆଜିବି ସେଇ ନଡ଼ା ଛପର ଘରଟା ,ଆଗରେ ପୁରୁଣା ବାଉଁଶର ଚାଳ,ସେଇ ଭଙ୍ଗା ଦଦରା କବାଟ ଟା । ସେଇ ପୁରୁଣା ମାଟି ପିଣ୍ଡା ,ଚୁଲି ଇତ୍ୟାଦି । ଘରକୁ ଆସିଛି ଗାଁର ସମସ୍ତ ଙ୍କୁ ଦେଖିଛି । ଗାଁ ର ଲୋକେ କେତେଜଣ ତାକୁ ଚିଂହୁଛନ୍ତି ଆଉ କେତେ ଜଣ ତାକୁ ଦେଖି ଟାହି ଟାପର କରୁଛନ୍ତି "ଏମିତି ପୁଅ ଥିବା ଅପେକ୍ଷା ନ ଥିବା ଭଲ ହୋ । ଯେଉଁ ବାପ ତାକୁ ଏତେ ବଡ଼ମଣିଷ କରିଥିଲା ଆଜି ବାପକୁ ହିଁ ସେ ଭୁଲିଗଲା ,ବାପ ମଲାବେଳେ ତା ତୁଣ୍ଡରେ ଗଙ୍ଗାଜଳ ଟିକେ ବି ଦେଇ ନ ପାରିଲା ଧିକ ସେ ପୁଅକୁ । ଘରକୁ ବୁଲି ବୁଲି ସବୁ ନିରେଖୁଛି ସେଇ ବାଡ଼ି ବଗିଚା ,ଶୋଇବା ଘର ,ଗୁହାଳ କିନ୍ତୁ ତାର ମନେ କିଛି ଗୋଟେ ଅଭାବ ଟା ଘାରି ହେଉଛି । ଘର ସତେ ଖାଁ ଖାଁ ଲାଗୁଛି ବାପା ବିନା । ସେ ମର୍ମେ ମର୍ମେ ଅନୁଭବ କରିଛି ବାପର ସେଇ ଭଲ ପାଇବାକୁ ତାର କଥା ଗୁଡାକୁ । ତାର ମନେ ପଡିଯାଇଛି ସବୁ ପିଲାବେଳର କଥା । ମନେ ପଡିଛି ବାପା ର ଚିଠି କଥା । ନିଜେ ଅସୁସ୍ଥ ଥାଇବି ବାପା କିପରି ତାର ଭଲ ମନ୍ଦ ବୁଝୁଥିଲା । ନିଜେ ଭୋକରେ ରହି ପେଟରେ ଓଦା କନା ଦେଇ ପୁଅ ପେଟ ଭୋକ ମେଣ୍ଟାଉଥିଲା,ପାଠ ପଢିବା ପାଇଁ ପଇସା ଦରକାର ବେଳେ ମୁଲ ଲାଗି ଦିନରାତି ଖଟି ପୁଅକୁ ପଇସା ପଠାଉଥିଲା । ମା ନଥିଲେ ବି ମା ର ଆଭାଵ କରେଇ ନ ଦେଇ ମାର ସ୍ନେହ ବି ଦେଉଥିଲା। ଯାହା କହିଲେ ବି ସେ ଆଣି ନିକଟରେ ହାଜର କରିଦେଉଥିଲା ଆଜି ତାକୁ ସବୁ ଜଳ ଜଳ କରି ଦେଖା ଯାଉଛି । ଏଇଆ ଭାବି ଭାବି ସେ ପିଣ୍ଡାରେ ବସିଛି ସନ୍ଧ୍ୟା ହେଇଯାଇଛି ଜାଣିପାରିନି । ଏତିକିରେ ରାମୁ ଭାଇ ଆସି ତାକୁ ଖଣ୍ଡେ କାଗଜ ଦେଇଛି ଯେଉଁଥିରେ ଲେଖା "ମୁଁ ମଲାପରେ ସବୁ କିଛି ମୋ ପୁଅର ଆଉ ଗୋଟେ କାଗଜ ଯେଉଁଥିରେ ପୁଅ ପାଇଁ କେତେ ଟଙ୍କା ବ୍ୟାଙ୍କରେ ଅଛି ଓ ଲେଖା ଅଛି ପୁଅ ନିଜ ଦେହ ପା ବୁଝୁଥିବୁ ବୋଲି " ଏତିକି ପଢୁ ପଢୁ ପୁଅ ଆଖି ରୁ ଜୁଳୁଜୁଳିଆ ପୋକ ବାହାରିବା ପରି ଲୁହ ଥପ ଥପ ଗଡି ପଢ଼ିଛି ।। 

          


Rate this content
Log in

More oriya story from ଦୀପକ କୁମାର ପାତ୍ର

Similar oriya story from Tragedy