Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Inspirational

4  

Amit Bal

Inspirational

ନିଆରା ସମ୍ପର୍କ

ନିଆରା ସମ୍ପର୍କ

1 min
315


ଆପଣାପଣର ତରାଜୁରେ

ଭାଇ ଭଉଣୀର ସମ୍ପର୍କ

ସବୁଦିନେ ସମତୁଲ  


କେବେ ବୁଝା ଅବୁଝା ପଣ

କେବେ ତ୍ୟାଗ ଆଉ ଆତ୍ମୀୟତାରେ

ଗୋଟାପଣେ ମସଗୁଲ  


ହସ କାନ୍ଦରେ ସମୟ କଟିଯାଏ

ନଈରେ କେତେ ପାଣି ବୋହିଯାଏ

ତଥାପି ବାଟ ହୁଡେନା 

ଭାଇଭଉଣୀର ସ୍ନେହ ଶ୍ରଦ୍ଧା 


ଅଲଗା ଅଲଗା ଆକାଶ ତଳେ

ଜୀବନକୁ ଜିଇଁ ଚାଲିଲେ ବି

ପରସ୍ପର ପରସ୍ପରର ଦୁଃଖ ସୁଖରେ

ଚିରକାଳ ଗୋଟିଏ ଡୋରରେ ବନ୍ଧା  


ନିର୍ମଳ ଅନୁରାଗକୁ ଅନ୍ତରେ ଭରି

ଦୁହେଁ ଦୁହିଁଙ୍କୁ ଭଲପାଆନ୍ତି 

ସାରା ଜୀବନ ରାକ୍ଷୀର ମାନକୁ

ବଜାଇ ରଖିବାକୁ ବିଭୁ ସୁମରନ୍ତି  


ଅନନ୍ତ ଆୟୁଷର ପ୍ରାର୍ଥନା କରେ

ଭଉଣୀ ଭାଇଟେ ପାଇଁ;

ଆଉ ଭାଇ ରକ୍ଷା କବଚ ସାଜେ

ତମାମ ଜୀବନ ଭଗ୍ନୀର ମୁହଁକୁ ଚାହିଁ ......।



Rate this content
Log in

Similar oriya poem from Inspirational