Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

3  

Sarojini Mishra

Classics

ମାତା ପାଖରେ ନିବେଦନ

ମାତା ପାଖରେ ନିବେଦନ

1 min
174


ମମତମୟୀ ମା ଶକ୍ତି ସ୍ଵରୂପିଣୀ

ଜୟ ମାଆ ସିଂହ ବାହିନୀ

ଦୁଷ୍ଟ ବିନାଶିନୀ ମାତା କାତାୟନୀ

ତୁହି ଜଗତ ଜନନୀ ।


ଏ ଜଗତ ଆଜି ପାପ ଭାରେ ଭାରି

ପାପୀଙ୍କ ରାଜୁତି ଚାଲେ

ଓହ୍ଲାଇ ଆସ ମା ଏ ଧରା ଧାମକୁ

ପାପୀଙ୍କୁ ବିନାଶ ହେଳେ ।


ଶକ୍ତି ସ୍ୱରୂପିଣୀ ଶକ୍ତି ଦାନ କର

ଅଧର୍ମ ର ନାଶ ହେଉ

ଧର୍ମର ସ୍ରୋତରେ ଏ ସାରା ଜଗତ

ପ୍ଳାବିତ ହୋଇ ଯାଉ ।


ମଣିଷ ଅସ୍ତିତ୍ଵ ହଜାଇ ନଦେଉ

ମଣିଷ ପଣିଆ ଜାଗୁ

ଜୀବନ ଜଞ୍ଜାଳେ ସୁଖରେ ଦୁଃଖରେ

ଧୈର୍ଯ୍ୟର ଭୂଷଣ ସାଜୁ ।


ତୋ ପୂଜା ନୈବେଦ୍ୟ ମଣିଷ ମନରେ

ପୂଜା ମହତ୍ତ୍ୱ ବଖାଣୁ 

ପୂଜାରେ ପୂଜାରେ ମଣ୍ଡପ ସଜ୍ଜାରେ

ମନେ ଧର୍ମ ଧାରା ଜାଗୁ ।


Rate this content
Log in

Similar oriya poem from Classics