Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Classics Others

4  

Santosh Kumar Ojha

Classics Others

ଲୋହିତ ଉତ୍ସାହ

ଲୋହିତ ଉତ୍ସାହ

1 min
322



ଭସା ମେଘେ ଭାସି ଗଲା

        ଦୁଃଖର ବୋଇତ ,

ସୁଖ ଧରି ଆସେ ଝୁଲି

        ଆଶ୍ବିନେ ଶରତ ।

ସରଗରୁ ସରାଗରେ

        ମାଆ ଦଶଭୁଜା ,

ଆସୁଛନ୍ତି ଅବତରି

        ମର୍ତ୍ତ୍ୟେ ସାଜ ସଜ୍ଜା ।

ଉତ୍ସାହରେ ନର ନାରୀ

          ଧରି ପୂଜା ଥାଳି ,

ନାଚୁଛନ୍ତି ଆନନ୍ଦରେ

        ଦେଇ କରତାଳି ।

ଲୋହିତ ବର୍ଣ୍ଣରେ ମାତ

          ଆସୁଛନ୍ତି ଧରା ,

ହିଂସା, ଈର୍ଷା , ପାପ ନାଶି

       ଶୋଷି ନେବେ ଖରା ।

ଭରି ଦେବେ ସୁଖ ଶାନ୍ତି

         ଆନନ୍ଦ ପସରା ,

ନବ ଉନ୍ମାଦନେ ଜନ

       ନଚେଇବେ ଧରା ।

ଶୁଭ ରଂଗ ନାଲି ବୋଲି

        ପିନ୍ଧି ନାଲି ପାଟ ,

ଆସୁଛନ୍ତି ମାଆ ଦୁର୍ଗା

       ମର୍ତ୍ତ୍ୟେ ବସେ ହାଟ ।

କାଶତଣ୍ଡୀ ରହି ରହି

           ବିଞ୍ଚୁଛି ଚାମର ,

ମାଦଳର ତାଳେ ଭାଙ୍ଗି

           ଯାଉଛି କମର ।

ଘରେ ଘରେ ପିଠା ପଣା

          ଅପୂର୍ବ ବାସନା ,

ମହମହ ଧୂପ ଦୀପ

          ପୂଜା ଅରଚନା ।

ନବ ଯୌବନୀ ନାଚେ

          ଖସେ ପିନ୍ଧା ବାସ ,

ଚିନ୍ତା ନାହିଁ ଲଜ୍ଜା ପାଇଁ

          ଅବା ପରିହାସ ।

ସ୍ଥାବର ଜଙ୍ଗମ କୀଟେ

          ଆନନ୍ଦ ମୁଖର ,

ପାପୀ ତପୀ ନରାଧମ

         ସୁର, ନର, ବୀର ।

      


Rate this content
Log in

Similar oriya poem from Classics