STORYMIRROR

Subhasree Subha

Classics Children

4  

Subhasree Subha

Classics Children

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
248

ଆରେ ଏମୋ କାଗଜ ଡଙ୍ଗା

ଯାଆ ତୁ ଯାଆ ଭାସି

ଅଧା ବାଟେ ତୁ ଅଟକି ଯିବୁନି

ଝୁଲି ଝୁଲି ଯିବୁ ହସି ।


ଏମିତି ବରଷା ହେଉଛି ଏବେ ରେ

ମନ ତୋର ଭାରି ଖୁସି

ବାଟରେ ଦେଖିବୁ ସାଙ୍ଗ ସାଥି କେତେ

ଚାଲିବୁ ତୁ ମିଳିମିଶି ।


କେତେ ଭଲ ଥିଲା ସତେ ପିଲା ଦିନ

ଖେଳୁ ଥିଲି ବର୍ଷା କାଦୁଅରେ

ଭିଜି ଭିଜି ତତେ ଭସାଉଥିଲି ମୁଁ

ମାଡ଼ ଖାଇ ମା' ହାତରେ ।


ତୃତୀୟ ଶ୍ରେଣୀ ରେ ପଢି ଥିଲି ତତେ

ଆଜି ମୁଁ ଲେଖୁଛି କବିତା

ତତେ ଦେଖି ଦେଲେ ମନେ ପଡିଯାଏ

ସାଧବ ମାନଙ୍କ କଥା ।


ବୋଇତ ସହିତ ଯାଉଥିଲେ ଦୂର ଦେଶେ

ପଢିଛି ବାଣିଜ୍ୟ କଥା

ସେଇ ସବୁ କଥା ଭାବି ଦେଲେ ଥରେ

ନଇଁଯାଏ ମୋର ମଥା ।


ଏଇ ହାତେ ତତେ ଗଢିଛି କେତେ

ମୁଁ ବଡ଼ ଯତନରେ

ଡରି ଯିବୁନି ତୁ ଝୁଲି ଝୁଲି ଯିବୁ

ନୂଆ ସାଙ୍ଗ ସାଥି ମେଳରେ ।


କାଗଜ ଡଙ୍ଗା ରେ କାଗଜ ଡଙ୍ଗା

ଆଉ କି ଲେଖିବି ତୋରି କଥା

ଯେତେ ଲେଖିଲେ ବି ସରୁନି ଜମା ରେ

ସରୁଛି କାଳି ମୋ ସରୁଛି ଖାତା ।


ଜୀବନ ଡଙ୍ଗା ମୋ ତୋପରି ଚାଲେ ରେ

ଖାଲ ଢିପ ଗତି କରି

ଜାଣିନି କୋଉଠି ଅଟକି ଯିବି ମୁଁ

ଜୀବନ ମୋ ଯିବ ସରି ।


Rate this content
Log in

Similar oriya poem from Classics