STORYMIRROR

chandan parida

Inspirational

3  

chandan parida

Inspirational

ଜୀବନ ସଙ୍ଗୀତ ଗାଇବା

ଜୀବନ ସଙ୍ଗୀତ ଗାଇବା

1 min
164


ଜୀବନ ତା ନୁହେଁ ଖେଳଘର ବନ୍ଧୁ

  ଖେଳ ନାହିଁ ତାର ସଙ୍ଗେ

ଖେଳୁ ଖେଳୁ ଖେଳ ବୁଡ଼ିଯିବ ବେଳ

   ବୁଝିବ ପଛରେ ଯେବେ।


ମନଟା ନୁହଁଇ ଜଉ ଘର ବନ୍ଧୁ

  ନ ଜଳାଅ ପ୍ରତିକ୍ଷଣେ

ଅନ୍ୟକୁ ଜାଳିଲେ ଜଳି ଯିବ ନିଜେ

  ଯେ ଆନ ମନ ନ ଚିହ୍ନେ।


ଏ ଶରୀର ନୁହେଁ କେବେ ତୋ ନିଜର

  ବିଭୁ ଦାନେ ଏହା ଗଢା

କେ ନୁହେଁ କାହାର ଏ ମର ସଂସାରେ

  ଏ ଦୁନିଆଁ ଭଙ୍ଗା ଗଢା।


ବୁଦ୍ଧ ମହାତ୍ମା ଅହିଂସାର ବାଣୀ

  ପ୍ରଚାରିଲେ ଏ ମହୀରେ

ନିଜେ ସେ ବାଣୀକୁ କାର୍ଯ୍ୟରେ ଲଗାଇ

  ଯଶ ରଖିଲେ ମହୀରେ।


କିନ୍ତୁ ଆଜି ଏହି ସମାଜରେ ପରା

  କେତେଛନ୍ତି ବାକ୍ୟ ବୀର

କେତେ ନୀତିବାଣୀ କେତେ ଉପଦେଶ

  କହିଥାନ୍ତି ବାର ବାର।


ମିଛୁଆ ଲାଞ୍ଚୁଆ ଟାଉଟରଙ୍କର

  ବଶ କେବେ ନ ହୋଇବା

ସତ୍ୟ ଧର୍ମ ନ୍ୟାୟ ପଥକୁ ଆଚରି

  ସଦା ସୁ ପଥେ ଚଳିବା।


ଯେଉଁ ପଥେ ଚାଲି ଆମର ପୁର୍ବଜ

  ମରିବି ଆଜି ଅମର

ତାଙ୍କରି ପଥକୁ ଅନୁସରି ଯିବା

  ଚିତ୍ତ କରି ସଦା ସ୍ଥିର।


ଦୀପ ସମ ଜଳି ଆଲୋକ ବାଣ୍ଟିବା

  ନ ହୋଇ କେବେ ବିମୁଖ

ତେବେ ସିନା ପୁଣ୍ୟ ଅରଜି ଗମିବା

  ପୁଣ୍ୟ ଧାମ ସେ ବୈକୁଣ୍ଠ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational