ଧନ୍ୟ ମୋର ଜନନୀ ଉତ୍କଳ
ଧନ୍ୟ ମୋର ଜନନୀ ଉତ୍କଳ
କୋଟି ଐଶ୍ୱର୍ଯ୍ୟମୟୀ ମୋ ଜନନୀ ଉତ୍କଳ,
ମଧୁଠୁ ମଧୁରତର ତା' ଭାଷା ମଞ୍ଜୁଳ ।
ଢାଳିଦିଏ ସେ ସରାଗେ ସ୍ନେହ ଅନାବିଳ,
ତା' ସେନେହେ ପରିପ୍ଳୁତ ଜୀବନ ସକଳ ।
ମାଟି ତା'ର ପୂଣ୍ୟମୟ ଅମୃତ ତା' ଜଳ,
ପ୍ରାଣର ସ୍ପନ୍ଦନ ସେତ ପ୍ରୀତି ଛଳଛଳ ।
ତା' ବୁକୁରେ ଶୋଭାପାଏ ପୁଣ୍ୟ ନୀଳାଚଳ,
କୀର୍ତ୍ତି ତା'ର ସୁବିଖ୍ୟାତ ସଦା ସମୁଜ୍ଜ୍ୱଳ ।
ସୁମହାନ ତା' ସଂସ୍କୃତି କଳା କଉଶଳ,
ଧନ୍ୟ ସେ ମହିମାମୟୀ ଜନନୀ ଉତ୍କଳ ।
ଧନ୍ୟ ତା' ସୁପୁତ୍ର ଧନ୍ୟ ତାଙ୍କ ମନୋବଳ,
ଗୌରବ ରଖିଲେ ଗଢି ସ୍ୱତନ୍ତ୍ର ଉତ୍କଳ ।
ଆସୁ ଶତ ଝଡ ଝଞ୍ଜା ବିପଦ-ଅନଳ ,
ଉତ୍କଳ ଏମିତି ସଦା ରହିବ ଉତ୍କଳ ।