Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apalata Aruk

Others

3  

Apalata Aruk

Others

ବିରାଜୁ ମହୀରେ ଶାନ୍ତି

ବିରାଜୁ ମହୀରେ ଶାନ୍ତି

1 min
144


ବିଦାୟୀ ବରଷ ଆଣିଥିଲା ସାଥେ

ଅସୁମାରି ଅନୁଭୂତି ,

ଦେଇଥିଲା କେବେ ମଳୟ ପରଶ

କେବେ ବଇଶାଖୀ ତାତି।


କେବେ ଆଣିଥିଲା ଶିଶିର ମୁକୁତା

କେବେ ବରଷାର ଗୀତି,

କେବେ ଲୁହ ପୁଣି କେବେ ଦେଲା ହସ

ଅପାସୋରା କେତେ ସ୍ମୃତି ।


ଆସୁ ନବବର୍ଷ ଦେଉ ଦିବ୍ୟସ୍ପର୍ଶ

ପ୍ରତି ଓଠୁ ସୁଧାଝରୁ,

ସ୍ୱପ୍ନ ସମ୍ଭାବନା ଆଶା ଉଦ୍ଦୀପନା

ପ୍ରାଣରେ ପୁଲକ ଭରୁ ।


ନବ ବରଷର କାମନା ମୋହର

ବିରାଜୁ ମହୀରେ ଶାନ୍ତି,

ସକଳ ପରାଣ ହେଉ ପୁଲକିତ

ଗାଇ ସୌହାର୍ଦ୍ଦ୍ୟର ଗୀତି ।


Rate this content
Log in