STORYMIRROR

Aurobindo Patra

Tragedy

3  

Aurobindo Patra

Tragedy

ଭଲ ହେଲା ସେ ଚାଲିଗଲା

ଭଲ ହେଲା ସେ ଚାଲିଗଲା

1 min
318

ବାପ ମା ଛେଉଣ୍ଡ ରାଣ୍ଡ

   ଯାହା ରହିଗଲା ସିନ୍ଚିବାକୁ ହବ,

କୋଟିଏ ବାଜିଆ ଦାଓ

   ହେଲେ ଦୁନ୍ଦୁଭି ହେଲାନି ତ ବନ୍ଦ,

ଭଲ ହେଲା ସେ ଚାଲିଗଲା I।


କେମିତି ବଂଚନ୍ତା ଏ କଳାବଜାରୀ ଗୋରଖଧନ୍ଦାରେ

    ମେଡିକାଲ୍ ରେ ବେଡ୍ ନାହିଁ,

ବେଡ୍ ଥିଲେ ରେମ୍ଡେସିଭିର୍ ନାହିଁ

    ଯଦି ଅଛି ସବୁ ଦଶ ଦଶ ଗୁଣା,

ଭଲ ହେଲା ସେ ଚାଲିଗଲା ।।


ଶ୍ମଶାନରେ ଲମ୍ବିଛି ଲାଇନ୍

    ଶବ ବୁହା ଗାଡି ବି ବହୁ ଗୁଣା,

ମୃତକ ଯେ କୋଭିଡ୍ ପଜିଟିଭ୍

     ଗରମ ତେଲରେ ପୁରି ଛଣା l


ବଂଚିଲାଂକ ବାଟ ଛାଡିଗଲା 

     ଜୁଈ ଜଳୁ ଜଳୁ ଖବର ଆସିଲା,

ଆଉ ଜଣେ ବନ୍ଧୁ ଚାଲିଗଲା 

     କାନ୍ଦ ନାହିଁ ବାପ ମା ଛେଉଣ୍ଡ ରାଣ୍ଡ,

ମୋ ଆଖି ଶୁଖିଛି ଚାରିଆଡେ ଖାଲି ହାହାକାର I।


ନେତା ନ ଜିତିଲେ ଦେଶ କି ଚାଲିବ

     ଜୁଈ ଥଣ୍ଡା ହେଉ ବାହାରି ପଡିବ,

ଭୋଟ ଦଉ ଦଉ ନ ଲଂଭିଲେ କୋହ

     ନୋଟାକୁ ଜିତାଇ ଆସିବ,

ଭଲ ହେଲା ସେ ଚାଲିଗଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy