ବୈରାଗ୍ୟ
ବୈରାଗ୍ୟ
ଅକାଳେ ବୈରାଗ୍ୟ ଯେବେ ଘୋଟେ
ସକଳ ପାର୍ଥିବ ମୋହ ମାୟା ତୁଟେ
ଜାଗତିକ ଚିଜ ସବୁ ଲାଗଇ ନିରସ ପାଣ୍ଡୁର
ଦିବ୍ୟ ପ୍ରେମେ ବହୁଥାଏ ଭବ୍ୟ ସୁଧାଝର।
ଅଳିକ ସୁଖ ଶାନ୍ତିର ଏଇ ତ ସଂସାର
ଏଇ ଅଛି ପୁଣି ଏଇ ନାହିଁର ସମାହାର
କିଛି ବି ନୁହେଁ ଚିରସ୍ଥାୟୀ ଏଇ ଜଗତେ
ସବୁ ତ ଅଟଇ ନିମିଷକ କ୍ଷଣ ଭଙ୍ଗୁର।
ଆଜି ଯେ ଆସୀନ ରାଜେନ୍ଦ୍ରାସନେ
କାଲି ସେ ସାଜେ ଦାଣ୍ଡର ଫକୀର
ଗାନ୍ଧାର ଦେଶର ଭୂତପୂର୍ବ ଅର୍ଥସଚିବ
ଆଜି ଜୀଇଁବାକୁ ଚଳାଏ ଉବେର କାର।
ପ୍ରଭାବ ପ୍ରତିଷ୍ଠା ପ୍ରତିପତ୍ତି ଧନ ସମ୍ପତ୍ତି
ଦେବ କି ଉଶ୍ୱାସ ଘୋଟିଲେ ରାଷ୍ଟ୍ରର ଦୁର୍ଗତି?
ଯୁଗେ ଯୁଗେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା
ହେଳାରେ ନଯିବ ଭୁଲି ଏଇ ଉକ୍ତିଟି।
କିଏ କଣ ଅବା ଅଛି ଏଠି ତୁମ୍ଭର
ଯାହାକୁ ସଦା କୁହ ତୁମ୍ଭେ ମୋହର
କେହି ବି କିଛି ବି ନୁହଁଇ କାହାରି ନିଜର
ସବୁ ମିଛ ମାୟା ଭ୍ରମ ତୁମ୍ଭର ମନର।
ସୁଖରେ ନହୋଇବ କେବେ ଆତ୍ମହରା
ଦୁଃଖରେ ନହୋଇବ କଦାପି ଅଧୀର
ପାର୍ଥିବ ସ୍ବାଛନ୍ଦ୍ୟରେ ନହେବ ମଦମତ୍ତ
ଭଜୁଥିବ ନିତି ଅନ୍ତର୍ମନରେ ଶ୍ରୀପୟର।