STORYMIRROR

Saroj Kumar Sahu

Romance

2  

Saroj Kumar Sahu

Romance

ଅର୍ଦ୍ଧାଙ୍ଗିନୀ

ଅର୍ଦ୍ଧାଙ୍ଗିନୀ

1 min
13.6K


ପ୍ରେୟସୀ ପ୍ରେମିକା ଅର୍ଦ୍ଧାଙ୍ଗିନୀ ତୁମେ,

ସମାନ ପଥର ରାହି.....

ପାଦର ପାଉଁଜି ରୁଣୁଝୁଣୁ କରେ,

ସାତ ସୁରର ପ୍ରତିଧ୍ୱନି ଦେଇ...

ଅଣ୍ଟା ସୁତା ତୁମ ମନ ଲାଖି ନିଏ,

ଉରୁ ଦେଶେ ଶୋଭା ପାଇ.....

ହାତରେ ରଙ୍ଗୀନ କାଚ ଶଙ୍ଖା ସବୁ,

କେତେ ଯେ ସୁନ୍ଦର ଦିଶଇ..... 

ଗଳାରେ ପଡିଛି ଲମ୍ବା ସୀତାହାର,

ବକ୍ଷ ଦେଶ ପାରି ହୋଇ.....

ବାଉଳା କରୁଛ ମତେ ତୁମେ,

ଓଠକୁ ଗୋଲାପୀ ରଙ୍ଗରେ ରଙ୍ଗେଇ.....

ଆଖି ଦୁଇ ତୁମ କଜ୍ବଳର ଗାର,

ତମ ପାଶେ ମନ ଟାଣଇ.....

କପାଳରେ ତୁମ ସିନ୍ଦୁରର ଟୋପା,

ଅପୂର୍ବ ସୁନ୍ଦର ଲାଗଇ.....

ଶୀମନ୍ତେ ସିନ୍ଦୁର ପ୍ରୀତିଧାର ସେ ଯେ,

ମୋ ଅସ୍ତିତ୍ବର ଆଭାସ ଦିଅଇ......

ସରୋଜ କୁମାର ସାହୁ

ସମ୍ବଲପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance