STORYMIRROR

Saroj Kumar Sahu

Others

2  

Saroj Kumar Sahu

Others

ଛଦ୍ମବେଶୀ

ଛଦ୍ମବେଶୀ

1 min
13.2K


ଛଦ୍ମବେଶୀ

ଶବ୍ଦ ଟାରେ ରହିଛି ପ୍ରଶ୍ନଚିନ୍ହ 
କିଏ ସେ ଛଦ୍ମବେଶୀ ?

ବନ୍ଧୁତା ର ଅଭିନୟ କରୁଥିବା
ମଣିଷ ର ଅଭାବ ନାହିଁ
ଧର୍ମାନ୍ଧତାର ସୁଯୋଗ ନେଇ ଚରିତ୍ର ହରା ଧାର୍ମିକ ଗୁରୁଙ୍କ ଅଭାବ ନାହିଁ
ଶାସନ ଓ ସତ୍ତା ର ନିଶାଖୋର ନେତାଙ୍କ ଅଭାବ ନାହିଁ
ନାରୀ ଶରୀର ଭୋକିଲା ଅପରାଧୀ ମଣିଷ ର ଭି ଅଭାଵ ନାହିଁ

ସମସ୍ତେ ଛଦ୍ମବେଶ ରେ......

ଠକି, ଲୁଟି ଖିନଭିନ କରନ୍ତି ଆତ୍ମା ଓ  ଶରୀର
ଧୋକା ଦିଏ ସେ ଛଦ୍ମବେଶ, 
ସମ୍ପର୍କ ଓ ବିଶ୍ୱାସ କୁ

ଆଉ ମୁଁ ?

●●● ସରୋଜ କୁମାର ସାହୁ
ଝାଡୁଆପଡା, ସମ୍ବଲପୁର


Rate this content
Log in