ଅଣସରେ ତ ରହିଲ
ଅଣସରେ ତ ରହିଲ
ଜଗତର ସ୍ରଷ୍ଟା ଜଗତର ପ୍ରାଣ
ତୁମେ ପ୍ରଭୁ ଦାରୁବ୍ରହ୍ମ
ଦାରୁବ୍ରହ୍ମ ରୂପେ ସ୍ୱୟଂ ପରଂବ୍ରହ୍ମ
ବିଜେ ରତ୍ନ ସିଂହାସନ
ଯୁଗେ ଯୁଗେ ସତ୍ୟ ସନାତନ ।
ରତନ ପଲଙ୍କେ ଜ୍ୱରର ଆତଙ୍କେ
ଅଣସରେ ତ ରହିଲ
ପରଂବ୍ରହ୍ମ ହୋଇ ଶ୍ରେଷ୍ଠ ଶକ୍ତି ବହି
ରୋଗକୁ ତୁମେ ଡ଼ରିଲ
ଦେଉଅଛ ଶିକ୍ଷା ରୋଗର ସୁରକ୍ଷା
ଭୋଗୀ ତ ନାନା କଷଣ ।
ମହତ୍ୱର ସ୍ଥାନ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ଭକତର
ସେହି ମହତ୍ୱକୁ ସାକାର କର ହେ
ଜଡି ବୁଟି ଦେଇ ତୋର
ଦୂର ହୋଇଯାଉ ରୋଗ ଏ ମହିରୁ
ଲଭି ତୁମ ପଞ୍ଚ ବାଣ ।