STORYMIRROR

Sambit Mishra

Abstract

2  

Sambit Mishra

Abstract

ଆସ ସମସ୍ତେ ଖେଳିବା ହୋଲି।

ଆସ ସମସ୍ତେ ଖେଳିବା ହୋଲି।

1 min
119

ଦୁହେଁ ଦୁହିଁଙ୍କୁ ରଂଗ ଲଗେଇ

ଚାଇନା ରଂଗକୁ ବାନ୍ କରି

ଅବିର ସାଥି ଖେଳିବା ହୋଲି

ଆସ ସମସ୍ତେ ଖେଳିବା ହୋଲି


ଗୁରୁଜନଙ୍କୁ ପ୍ରଣାମ କରି

ପରିବାରରେ ଏକାଠି ହୋଇ

ନିଜ ଖୁସିକୁ ଦୁଗୁଣା କରି

ଆସ ସମସ୍ତେ ଖେଳିବା ହୋଲି


ନିଜ ଦୁଃଖକୁ ଭୁଲିଯାଇକି

ଧନୀ ଗରିବ କିଛି ନ ଭାବି

ଧର୍ମ ସବୁରେ ଉଚ୍ଚାରେ ରହି

ଆସ ସମସ୍ତେ ଖେଳିବା ହୋଲି


ଭୁଲ କାମଠୁ ଦୁରରେ ରହି

ଭଲ କାମକୁ ଆଦରି ନେଇ

ଖରାପ ଗୁଣକୁ ବାହାର କରି

ଆସ ସମସ୍ତେ ଖେଳିବା ହୋଲି


ପୁରୁଣା ସାଙ୍ଗକୁ କଲ୍ କରି

ନିଜ ଘରକୁ ତାଙ୍କୁ ଡକାଇ

ପିଠା ପଣା ସବୁ ବାଣ୍ଟି ଦେଇ

ଆସ ସମସ୍ତେ ଖେଳିବା ହୋଲି


ମୋ କବିତାକୁ ଭଲରେ ପଢି

ଲାଇକ୍ ବଟନ୍ ଚିପି ଦେଇ

ଭଲ ଲାଗିଲେ ସେୟାର କରି

ଆସ ସମସ୍ତେ ଖେଳିବା ହୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract