STORYMIRROR

Sambit Mishra

Children Stories Inspirational

3  

Sambit Mishra

Children Stories Inspirational

ଗୁରୁଙ୍କ ପାଇଁ ପଦେ ।

ଗୁରୁଙ୍କ ପାଇଁ ପଦେ ।

1 min
644

ପ୍ରଥମ ଶବ୍ଦଟି ପାଟିରୁ ବାହାରେ

ମା' ମୋ ପ୍ରଥମ ଗୁରୁ

ଚାଲିବା ଶିଖିଲି ତାଙ୍କ ହାତ ଧରି

ବାପା ମୋ ଦ୍ୱିତୀୟ ଗୁରୁ ।


ତାଙ୍କରି ଶିକ୍ଷାରୁ ବଡ ମୁଁ ହେଇଛି

ନାମ ତାଙ୍କ ତୁଣ୍ଡେ ଥାଉ

ଗୁରୁ ଦିବସରେ ପ୍ରଣାମ କରୁଛି

ଆଶୀର୍ବାଦ ତାଙ୍କ ରହୁ ।


ପାଠ ପଢା ଯେବେ ଆରମ୍ଭ କରିଲି

ଗୁରୁଙ୍କୁ ଜାଣିଲି ତହିଁ

ଚଲାପଥେ କେତେ ଗୁରୁଙ୍କୁ ଭେଟୁଛି

ତାର ଯେ ହିସାବ ନାହିଁ ।


ନୂଆ ନୂଆ କଥା ନିତି ଆମ୍ଭେ ଶିଖୁ

ସାଙ୍ଗ ସାଥି ସବୁ ଗୁରୁ

ଯାହା ପଚାରିଲେ ଉତ୍ତର ମିଳଇ

ଗୁଗୁଲ୍ ଆମର ଗୁରୁ ।


ଜୀବନର ପ୍ରତି ମୁହୂର୍ତ୍ତରେ ଶିକ୍ଷା

ପାଇଥାନ୍ତି ଆମେ ସବୁ

ଶିକ୍ଷା ବିନା ଲାଗେ ଜୀବନ ଅନ୍ଧାର

ଅନ୍ୟ ପାଖେ ବନ୍ଧା ଥିବୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍