Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରିଚୟ
ପରିଚୟ
★★★★★

© Manas Ranjan Pattanayak

Tragedy

3 Minutes   105    0


Content Ranking

                  ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଃଖ ପାଇ ପାଇ ସେ ଆଜି ଆକ୍ରାନ୍ତ। ଟିକେ ବିଶ୍ରାମ ଚାହେଁ ନିରବରେ। କିଏ ତାକୁ ଦେବ ବିଶ୍ରାମ? ହାହାକାର ରାତିର ଗର୍ଜନରେ ତାର ହୃଦୟର ସ୍ପନ୍ଦନ ଯେପରି ମନେପକାଉଛି ତାର ସେହି ଅତିବାହିତ ହେଉଥିବା ସ୍ମୃତି ସବୁ। କାହାକୁ କହିପାରେନା,କେଉଁଠିକି ଯାଇପାରେନା। କେବଳ ପ୍ରତିକ୍ଷାର ବାଟରେ ଚାହିଁ ରହିଅଛି ପାଇବାକୁ ଟିକେ ଶାନ୍ତି। କିଏ ଦେବ ତାକୁ ଶାନ୍ତି? ଏକୁଟିଆ ବୁଲୁଅଛି ରାତ୍ରର ଅନ୍ଧକାରରେ ନିର୍ଜନତାରେ ସେହି ସହରର ପ୍ଲାଟଫର୍ମ ଓ ବସଷ୍ଟାଣ୍ଡର ଭିତରେ ଭିକାରୀ ବେଶରେ। ସମସ୍ତଙ୍କ ଆଖି ଆଗରେ ସେ ବୁଲୁଅଛି ଏକ କିମ୍ବଦନ୍ତି ପୁରୁଷର ଉଦାହରଣ ନେଇ। ଦେଖିଲେ ବଡ ଦାରୁଣ ଲାଗେ ସେହି ଅସହାୟ ନିରିହ ଜୀବନ ପାଇଁ। ଅନ୍ଧକାର ରାତ୍ରର ତାରାମାନଙ୍କର କିରଣ ବିଛୁରିତ ହେଉଛି ସେ ଶୋଇଯାଇଥିବା ଏକ ଦରଭଙ୍ଗା ସିମିଣ୍ଟର ଲମ୍ବାଳିଆ ଚଉକିରେ। ଅପେକ୍ଷା କରଛି ଦେଖିବାକୁ ସୂର୍ଯ୍ୟଙ୍କର ନୂତନ ଆଲୋକ। ସେହି ରାତିରେ ତାର ଅବୁଝା ମନକୁ କିଏ ଅବା ବୁଝାଇପାରିବ?ଶୁଭାଗଲା ଅନ୍ଧକାରରେ ଏକ ବିରାଟ ଶଦ୍ଦ। ଯେଉଁ ଶଦ୍ଦଟି ଦୋହଲାଇ ଦେଲା ତାର ମନର ମଣିଷଟିକୁ। ବହୁ ଚେଷ୍ଟା କରିମଧ୍ୟ ନିଜକୁ ଚିହ୍ନିବାକୁ ଅକ୍ଷମ ହେଉଛି। ଚିନ୍ତା କରେ ତାର ଆଗାମୀ ସ୍ବପ୍ନ। କଣ କରିପାରିବ ସେ?ଭଗବାନ ଅତି ନିର୍ଦ୍ଦୟ ହୋଇ ଛଡାଇନେଇଛନ୍ତି ତାର ଆଖିର ଆଲୋକ। କରିଦେଇଛନ୍ତି ତାକୁ ଅନ୍ଧ। ଦେଖିଲେ ଲାଗେ କେଡେ କଠୋର ଭଗବାନ ତା ପାଇଁ। ସ୍ମୃତି ପଥରେ ମନେ ପଡିଯାଏ ସେ ଜନ୍ମ ନେଇଥିବା ଛୋଟିଆ ଗାଁ କଥା। କେଡେ ସୁନ୍ଦର ଥିଲା ତାର ଗାଁ ମାଟି ଓ ପାଣି ପବନ। ଦୁଇଗୋଟି ପାହାଡ ମଝିରେ ଶୋଭାବର୍ଦ୍ଧନ କରୁଥିଲା ଛୋଟିଆ ଝରଣା। ମନେ ପଡେ ତାର ସେହି ଗାଁ ରେ ଥିବା ଚାଟଶାଳୀର ପାଠପଢ଼ା କଥା। କେତେ ନିର୍ଦ୍ଦୟରେ ନାରୁ ମାଷ୍ଟ୍ରେ ଛୁଆ ମାନଙ୍କୁ ବାଡାନ୍ତି ବେତ ଦ୍ବାରା। କହିଯାନ୍ତି ବିଲୁଆ ଠାରୁ କୁମ୍ଭାଟୁଆ ଯାଏଁ ନାନା ପ୍ରକାର ମଜାଦାର ଗପ। ଦୋଳପର୍ବ ବେଳେ ରାଧାକୃଷ୍ଣ ଆସିଥାନ୍ତି ବିମାନ ଦ୍ବାରା ଫଗୁ ରଙ୍ଗ ଓ ସଂକୀର୍ତ୍ତନ ମେଳରେ। ସେହି ଦୋଳ ପର୍ବର ଫଗୁଖେଳ ଓ ସଂକୀର୍ତ୍ତନ ଯେପରି ଏକାଠି କରୁଛି ଗ୍ରାମର ଲୋକମାନଙ୍କର ମନ ଓ ଆତ୍ମାକୁ। ସମସ୍ତେ ଆଜି ନିଜର ଶତ୍ରୁକୁ ଭୁଲି ମାତିଯାଇଥାନ୍ତି ହୋଲି ପର୍ବରେ। ହସ ଲାଗେ ଯେତେବେଳେ ରଘୁବୁଢ଼ା ବସିଥିଲା ବେଳେ ପିଲାମାନେ ଦୌଡ଼ିଯାଇ ରଙ୍ଗ ପକାନ୍ତି। ବୁଢ଼ା ସଙ୍ଗେ ସଙ୍ଗେ ବଙ୍କୁଲି ବାଡି ଧରି ଗୋଡେଇ ଆସେ ପିଲାମାନଙ୍କୁ ବାଡେଇବା ପାଇଁ। ହେଁ ହେଁ ଫେଁ ଫେଁ କରି ହସନ୍ତି ଗାଁର ପୁରୁଷ ଠାରୁ ମାଇପି ଯାଏଁ ରଘୁବୁଢ଼ାର ଏହି ରୂପ ଦେଖି। ତାପରେ ଆସିଥାଏ ରଜପର୍ବ। ଗାଁର ଝିଅମାନଙ୍କ ମନ ହୁଏ ଉତ୍ସବମୁଖର। ହାତରେ ଦଉଡି ଧରି ପୁଅପିଲା ମାନେ ଯାଇଥାନ୍ତି ଆମ୍ବ ତୋଟାକୁ ଦୋଳି ବାନ୍ଧିବା ପାଇଁ।ଝିଅ ମାନଙ୍କର ରଜଗୀତ ଯାହା ରଜଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ମନେ ପକାଇଦିଏ ତା ଗାଁର ପରମ୍ପରା ଓ ଐତିହ୍ୟକୁ। ତାପରେ ହୁଏ ଝିଅମାନଙ୍କ ସାହି ବୁଲିବା ଓ ପିଠା ପାନ ବାଣ୍ଟିବା।

ମନେପଡେ ସାଙ୍ଗସାଥୀ ମେଳେ ଗୁଡିଉଡା ଖେଳ। ଲଟେଇ ସୁତା ଓ ଗୁଡି ଧରି ଧାଇଁ ଯାଇଥାନ୍ତି ପିଲା ଠାରୁ ବଡ ଯାଏଁ ପଡିଆକୁ ଗୁଡି ଉଡେଇବା ପାଇଁ। କେତେ କଳିକଜିଆ ଲାଗିଥାଏ ସେହି ପଡିଆରେ ଯେତେବେଳେ କାହାର ଗୁଡି ସୁତାରୁ ସୁତା ଦ୍ବାରା କଟିଯାଇ ଦୂର ଆକାଶକୁ ଉଡିଯାଉଥାଏ। ଗୁଡି ଉଡି ଦୂରଆକାଶକୁ ଗଲା ବେଳେ ଅନ୍ୟ ସାଙ୍ଗସାଥୀମାନେ ହସିହସି ଡେଇଁଥାନ୍ତି ମନଆନନ୍ଦରେ କରତାଳି ମାରି। ପୁଣି ଶୁନ୍‌ଶାନ୍‌ ହୋଇଯାଏ ପଡିଆ ସୂର୍ଯ୍ୟ ଅସ୍ତ ପରେ। କିଛି ସମୟ ପରେ ଠା ଠା ହୋଇ ଗାଁର କୋଠାଚାନ୍ଦିନୀରେ ଆରମ୍ଭ ହୁଏ ତାସ୍ ଓ ପଶା ପାଲି ଖେଳ। କକା ଓ ବଡବାପାମାନେ ମାତିଯାନ୍ତି ପଶା ପାଲିରେ। ଜୋର୍‌ରେ ଡାକ ଛାଡନ୍ତି ପଶା ଗୋଟି ପକାଇଲା ବେଳେ ଛଅପୁଅ ବାର। ସେହି ଅଭୁଲା ସ୍ମୃତି ଗୁଡିକ ଦୋହଲାଇ ଦେଉଛି ତାର ମନ ଓ ଆତ୍ମାକୁ। କୋହ ଆସୁଛି ତାର ହୃଦୟକୁ। ଆହୁରି ମନେ ପଡେ ସେହି ପରିଚୟ ବିହିନ ଅସହାୟ ପୁରୁଷର ଯେତେବେଳେ ସମସ୍ତ ସାଙ୍ଗସାଥୀ ପିଲାମାନେ ମାତିଯାନ୍ତି ରାଧାକୃଷ୍ଣ ଗୋପୀନାଥଙ୍କ ପାଖରେ ଅନୁଷ୍ଠିତ ଅଷ୍ଟପ୍ରହରୀ ନାମ ଯଜ୍ଞରେ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ। ହରେ ରାମ ହରେ ରାମ ରାମ ରାମ ହରେ ହରେ ଧ୍ବନିରେ ପ୍ରକମ୍ପିତ ହୁଏ ତାର ସେହି ଛୋଟିଆ ଗାଁ। ଗ୍ରାମର ସମସ୍ତଙ୍କ ମନ ହୁଏ ଆନନ୍ଦମୁଖର ଓ ଉତ୍‌ଫୁଲ୍ଲିତ। କାରଣ ସଂକୀର୍ତ୍ତନ ଗୋଷ୍ଠି ପରିଭ୍ରମଣ କରନ୍ତି ନଗର ସଂକୀର୍ତ୍ତନ କରି।ଧିରେ ଧିରେ ଅନ୍ଧକାରର ଛାୟା ଘୋଟିଆସୁଛି ସେହି ପରିଚୟ ନଥିବା ଭିକାରୀ ଶରୀର ମଧ୍ୟକୁ। ଆଜି ଆହା ପଦେ କରିବାକୁ କେହି ନାହାନ୍ତି ତା ପାଖରେ। ସମସ୍ତେ ଚଳ ଚଂଚଳ ନିଜ ନିଜ କର୍ତ୍ତବ୍ୟରେ। ତଣ୍ଟି ଶୁଖିଯାଉଛି,ହୃଦସ୍ପନ୍ଦନ ବନ୍ଦ ହୋଇଆସୁଛି। ଚିତ୍କାର କରିବାକୁ ଚେଷ୍ଟା କିନ୍ତୁ ତଣ୍ଟି ଖୋଲୁନି।ଶୁଖିଯାଉଛି ଗଳା। ପାଣି ମନ୍ଦେ ବି ମାଗିପାରୁନି କଥା ମାଧ୍ୟମରେ। କୌଣସି ଲୋକ ଅନ୍ଧକାରମୟ ରାତ୍ରରେ ତାର ଅସହ୍ୟ ଯନ୍ତ୍ରଣା ଦେଖିପାରୁନାହାନ୍ତି। ଆସ୍ତେ ଆସ୍ତେ କଣ୍ଠରୁଦ୍ଧ ହୋଇଆସେ ସେହି ଅନ୍ଧ ମଣିଷର। ହେଙ୍କା ତିନି ଚାରି ଥର ଉଠି ତାର ଶରୀର ନିସ୍ତବ୍ଧ ହୋଇଆସି ହଲଚଲ ହୁଏ ନାହିଁ। ପାଖ କିଆ ଗୋହିରୀ ଠାରୁ ବିଲୁଆ ମାନଙ୍କର ହୁକେ ହୋ ଶଦ୍ଦ ଭାସିଆସେ। କୃଷ୍ଣାଚୁଡା ଗଛର ଫୁଲ ଗୁଡିକ ଝଡି ପଡିଛି ସେହି ରେଳ ପ୍ଲାଟଫର୍ମର ଭଙ୍ଗା ଦଦରା ଲମ୍ବାଳିଆ ସିମେଣ୍ଟ ଚଉକିରେ ଓ ତା ନିଷ୍କପଟ ଶରୀର ଉପରେ। ସେ ଶୋଇଯାଇଛି ସବୁଦିନ ପାଇଁ ଶେଷ ନିଦ୍ରାରେ ଯାହାର ନଥିଲା କିଛି ପରିଚୟ  !           


ମାନସ ରଞ୍ଜନ ପଟ୍ଟନାୟକ,

ସଂପାଦକ-ମାଟିର ମହକ,ସାକ୍ଷୀଗୋପାଳ,ପୁରୀ,

ଭିକାରୀ ଅନ୍ଧକାର ରାଧାକୃଷ୍ଣ ଗୋପୀନାଥ

Rate the content


Originality
Flow
Language
Cover design

Comments

Post

Some text some message..