Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

0.2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ସନ୍ଧ୍ୟା

ସନ୍ଧ୍ୟା

1 min
7.1K


ମଧୁସୂଦନ ରାଓ


ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ

ଆସଇ ରଜନୀରାଣୀ ଧରି କଳାବେଶ,

ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ବୋଲି ପକ୍ଷୀଗଣ

ରାବଦେଇ ଯେଝା ବାସେ କରନ୍ତି ଗମନ l

ଧୁଳି ଉଡାଇଣ ଦାଣ୍ଡେ କରି ହମ୍ବା ରଡ଼ି

ଯାଉଛନ୍ତି ଗୋରୁପଲ ଗୋଠୋରୁ ବାହୁଡ଼ି,

ହଳ କାମ ସାରି ଚଷା ମହାଆନନ୍ଦରେ

ନାନା ରଙ୍ଗେ ଗୀତ ଗାଇ ବାହୁଡଇ ଘରେ l

ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ

ଆବରଇ ଜଳ ସ୍ଥଳ ପର୍ବତ କାନନ l

ରତ୍ନ ଦୀପାବଳି ପ୍ରାୟେ ତାରା କୋଟି କୋଟି,

ଜଳୁଛନ୍ତି ଆକାଶରେ ହୋଇ ଗୋଟିଗୋଟି l

ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ,

ନହିଁ ଆଉ ଏ ଭୁବନେ ଜୀବନ ଚହଳ l

ଦିନ-ଶ୍ରମ ଅନ୍ତେ ବସି ନିଜନିଜ ଘରେ,

ବିଶ୍ରାମ ଲୋଡନ୍ତି ସର୍ବେ ଆକୁଳ ଅନ୍ତରେ l

ଧୀରେ ଆସୁଅଛି ନିଦ୍ରା, ନରନାରୀଗଣ,

ତାହାର ପରଶେ ଏବେ ମୁଦିବେ ନୟନ l


Rate this content
Log in

Similar oriya poem from Classics