Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୯୮

ଜୀବନ ଗୀତା-୨୯୮

1 min
202


ଧୂସର ଏ ଜୀବନଟା

ପାଲଟିଛି ମରିଚିକା

ବଞ୍ଚିବାକୁ ପଡେ ଏଠି

ଲୁହ ପିଇ ଏକାଏକା ॥୦॥

ବିରହର ବଇଶାଖୀ

ଝାଞ୍ଜି ଦେଉଥାଏ ଜାଳି

ଦିନରାତି ବିତୁଥାଏ

ଦୁଃଖକଥା ଭାଳିଭାଳି

ଲୁହ ପୋଛିଦେବ ଆସି

ନାହିଁ କେହିତ ନିଜର

ସହୋଦର ଅବା ସଖା ॥୧॥

ପାର୍ବଣ ବିଷର୍ଣ୍ଣ ଏଠି

ହୋଲି ଆଉ ଦୀପାବଳି

ଆସୁଥାଏ ଯାଉଥାଏ

ରଂଗହୀନ ସିନା ଖାଲି

ନାହିଁ କିଛି ଖୁସିବାସି

ଜୀବନରେ ବାକି ଖାଲି

ରହିଛି ଭୟ ଆଶଙ୍କା ॥୨॥


Rate this content
Log in

Similar oriya poem from Inspirational