ଜୀବନ ଗୀତା-୩୪୨
ଜୀବନ ଗୀତା-୩୪୨
ଚିରାଫଟା ଜୀବନକୁ କରି ସାତସିଆଁ
କଟି ଯାଉଅଛି ଦିନ ଖାଲି ମୋର ଯାହା ॥୦॥
ଜୀବନକୁ ଭଲପାଏ ବୋଲି ମୁଁ ଜଳୁଛି
ଭଲ ପାଇବାର ବାରୁଦରେ କୁହୁଳୁଛି
ପୋଡିଯାଏ ଆଶା,ପୀଡାଦିଏ ନିଶା
ତଥାପି ବୁଝେନା ମନ ହୁଏ ଅଝଟିଆ ॥୧॥
ଜୀବନକୁ ଅଲ୍ବିଦା କହି ମୁଁ ପାରନି
ଅଧାବାଟେ ହାତଛାଡି ଯାଇବି ପାରୁନି
ଜୀବନର ମୋହ,ଭରିଦିଏ କୋହ
ତଥାପି ପାରେନା ଯାଇ ହୋଇ ଏକମୁହାଁ ॥୨॥
ଜୀବନକୁ ଆଜିଯାଏ ବୁଝି ମୁଁ ପାରିନି
ଜୀବନ ଯୁଦ୍ଧରେ ଥରେ ଜିତିବି ପାରିନି
ମାନ ଅଭମାନ,ପାଇଁ ନାହିଁ ସ୍ଥାନ
ଜାଣିଛି ଜୀବନ ଅଟେ ସିନା ଦିଦିନିଆ ॥୩॥