ଭବରଙ୍ଗ
ଭବରଙ୍ଗ
ଅନେକ ସୁଯୋଗ ଦିଏ ଭବରଙ୍ଗ
ପାଇବାକୁ ମୋକ୍ଷ ପ୍ରାପ୍ତି, ଏଇ ଭବରଙ୍ଗ
ବହୁ ଅନ୍ତରଙ୍ଗ ମାୟାରେ ଦିଏ ସେ ଦୃପ୍ତି ।
ମୋହ ମାୟା ନୀର ପାପ ନଦୀ ଜଳ
ଏହି ଯେ ଭବସାଗର ଏ ଭବସାଗର
ଅତୀବ ସୁନ୍ଦର ତଥାପି ମରଣଶୀଳ ।
କାହା ପାଇଁ ମିତ୍ର କାହା ପାଇଁ ସୁତ୍ର
ହେଉଅଛି ଭବରଙ୍ଗ, କାହାକୁ ରଖେନି
ଅମର ସେ ମାନି ଦିଏ ସେ ମରଣ ଭଙ୍ଗ।
ଦୁନିଆଁରେ ନାହିଁ କେବେ ରହି ନାହିଁ
ମୃତ୍ୟୁ ଶୂନ୍ୟ ପରିବାର, ମରଣ କୋଳରେ
କାଳର ହସ୍ତରେ ସବୁ ହୁଏ ଛାରକାର
ସକାଳ ସୁରୁଜ ଦେଖାଏ ତା ତେଜ
ସନ୍ଧ୍ୟାରେ ଯାଏ ମଉଳି, ଆଜିର ମଣିଷ
ହୋଇବ ପାଉଁଶ କାଳର ତେଜରେ ଜଳି ।
ମହେଶ୍ବର ବେହେରା(କବି)