Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ସମ୍ପର୍କ

ସମ୍ପର୍କ

1 min
7.1K


ସୁଶାନ୍ତ କୁମାର ପଟ୍ଟନାୟକ


ଭାବୁଛି

ଏଥର ବଦଳେଇଦେବି

ରାସ୍ତା ଖଣ୍ଡିକ l

ଖଣ୍ଡା ଧାରାରେ ଚାଲିଲେ

ଯଦି ଖଣ୍ଡ ହୋଇଯାଏ

କାହା ମନ ହୃଦୟ ଜୀବନ ଯୌବନ l

ଏବେ ସମର୍ପି ଦେବୀ ସେମାନଙ୍କୁ

ସେମାନଙ୍କ ସ୍ଵାଧୀନତା, ସ୍ଵେଚ୍ଛାଚାରିତା

ଇଚ୍ଛା ମୁତାବକ ଜୀଇଁବାର କଳା କୌଶଳ

ଅଜାଡିଦେବି ସବୁତକ ରକ୍ତ ମାଂସ ଆୟୁଷ

କଣ୍ଟାର ଆଘାତ ପରେ ବି ତୋଳି ଆଣିବି ଗୋଲାପ

ଭୀଷ୍ମ ପ୍ରତିଜ୍ଞାରେ ପଛେ ହେଉଥିବି ଶରଶଯ୍ୟା

ତଥାପି କାକୁସ୍ଥପଣେ ମାଗି ଆଣିବି

କୁବେରଠୁ ଐଶ୍ଵର୍ଯ୍ୟର ଚାବିକାଠି

ମରୁଭୂଇଁରୁ ଝରଣାର ଜଳ ଶୀତଳ ପବନ

ଜହ୍ନଠୁ ଉଲ୍ଲାସପଣ

ଖାସ୍ ତମ ପାଇଁ କାଠର ପିତୁଳା ହୋଇ ନାଚୁ ଥିବି

ତୁମ ଆଖି ଇଶାରାରେ

କେବେ ଦୂବ ପରି ଚାପି ହେବି ପଥର ସନ୍ଧିରେ ତ

କେବେ ବିବେକକୁ ହତ୍ୟାକରି

ପାଲଟିବି ଅନ୍ଧ ମୁକ ବଧିର

ସବୁକୁ ସାଲିସ୍ କରି ନେବି,

ନିଜ ଭିତରେ ନିଜେ ମାରୁଥିବୀ

ତଥାପି ଜମ୍ମାରୁ ଦୁଃଖ କରିବିନି

ଯଦି ତମ ଓଠେ ଖେଳିବ ହସର ଜୁଆର

ଅନ୍ତରୁ ଝରିଯିବ ପ୍ରେମ ଧାର ଧାର

ୟା’ଠୁ ବଳି ସୁଖ ଲୋଡା ନାହିଁ ମୋର l


Rate this content
Log in

Similar oriya poem from Classics