Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

3  

Prasant Kumar Nath

Inspirational

କେମିତି ହୁଅନ୍ତା

କେମିତି ହୁଅନ୍ତା

1 min
224


ନୂଆବର୍ଷ ପାଳିବା
ଶହ ଶହ ଟଙ୍କା ଖର୍ଚ୍ଚ କରି ଆମେ
ପାଳୁଛନ୍ତି ନବବର୍ଷ
ହେଲେ ଏ ଦେଶର କାହିଁ କେତେ ଲୋକ
ରହୁଛନ୍ତି ଉପବାସ ।

କେମିତି ହୁଅନ୍ତା ସେହି ଟଙ୍କା ଯଦି
ପେଟ କା'ର ଭରୁଥାନ୍ତା
ଗୋଟେ ଦିନ ପାଇଁ ଅନ୍ତତଃ ଲୋକଟି
ଶାନ୍ତିରେ ତ ଖାଉଥାନ୍ତା ।

କି ଲାଭ ପାଉଛେ ସେହି ପଇସାକୁ
ଵାରୁଦ ଧୂଆଁରେ ସାରି
କେତେ କାହିଁ ପୁଣ୍ୟ ମିଳନ୍ତା ଆମକୁ
ପେଟ କା'ର ଦେଲେ ଭରି ।

ହୋଟେଲ କ୍ଲଅଵ ନୂଆ ବରଷରେ
ଦେଉ ଅଛି ଯେତେ ଖୁସି
ଭୋକିଲା ପେଟକୁ ଦାନା ଗଣ୍ଡେ ଦେଲେ
ମିଳିବ ତାଠାରୁ ବେଶି ।

ପଇସା ଆମର ଲାଗିବ କାମରେ
ହେବ ନାହିଁ ଜମା ନଷ୍ଟ
ସେହି ପଇସାରେ ଅନ୍ୟ ଜଣଙ୍କର
ଦୂର ବି ହୋଇବ କଷ୍ଟ ।

ନୂଆ ବରଷର ଏହି ଭାବନାଟି
ଆସିଛି ମନକୁ ମୋର
ଭୋକିଲା ପେଟର ଭୋକ ମାରିବାକୁ
ହେବା ଆସ ଆଗଭର ।


Rate this content
Log in

Similar oriya poem from Inspirational