STORYMIRROR

Santosh Kumar Sahoo

Tragedy

3  

Santosh Kumar Sahoo

Tragedy

ସେଇ ଦୁଇଟଙ୍କା

ସେଇ ଦୁଇଟଙ୍କା

3 mins
182

ମେଡ଼ିସିନ୍ ଦୋକାନରୁ ଔଷଧ କିଣୁଥିଲେ ପ୍ରଦୀପ ବାବୁ l ମେଡିସିନର ଦାମ ହେଲା ୧୪୨ ଟଙ୍କା l ୨୦୦ ଟଙ୍କିଆ ନୋଟଟିଏ ବଢାଇ ଦେଲେ l ଦୋକାନୀ ଔଷଧ ଦେଇ ୫୦ ଟଙ୍କା ସହିତ ଆଠୋଟି ଚକ୍ଲେଟ୍ ଧରାଇ ଦେଲା l ପ୍ରଦୀପ ବାବୁ ଆବାକାବା ହୋଇ ଦୋକାନୀ ମୁହଁକୁ ଚାହିଁ ରହିଥାନ୍ତି l ସାମାନ୍ୟ ଦୁଇ ଟଙ୍କା ପାଇଁ ଆଠଟି ଚକ୍ଲେଟ୍ !

ମନେ ପଡିଗଲା ୨୦ ବର୍ଷ ତଳର କଥା l ୧୯୯୯ ମସିହା l

ନିକଟରେ ଠିଆ ହୋଇଥିଲେ ପ୍ରଦୀପ ବାବୁ l ଉଦ୍ଦେଶ୍ୟ ଗାଁକୁ ଯିବା l କିନ୍ତୁ ପାଖରେ ଦୁଇ ଟଙ୍କିଆ କଏନଟିଏ ପଡ଼ିଛି l ଗାଁକୁ ଯିବାକୁ ହେଲେ ପାଖାପାଖି ୧୦ ଟଙ୍କା ଦରକାର l ଦେଖାହେଲେ ଅଫିସର ଯୋଗାଣ ନିରୀକ୍ଷକ ହଜାରି ବାବୁ l ଚା ପିଇବାକୁ ଡାକିଲେ l

ଦୁଇ ଜଣ ଚା ପିଇଲେ l ତା ପରେ ଖାନ୍ ବାବୁ ସିଗାରେଟ୍ ଟାଣିବା ଆରମ୍ଭ କଲେ l ପଚାରିଲେ ଗାଆଁକୁ ଯିବ ନା କଣ l

ଆଜ୍ଞା ହଁ l

ଭରସି କରି କିଛି କହି ପାରିଲେ ନାହିଁ l ୧୦ ଟଙ୍କା ବା ମାଗିଥାନ୍ତେ କେମିତି ? ଖାନ୍ ବାବୁ ୨୦୦ ଠୁ ଆରମ୍ଭ କରି ୫୦୦ ପର୍ଯ୍ୟନ୍ତ ଟଙ୍କା ବଢାଇଛନ୍ତି ଅନେକ ସମୟରେ l ତେଣୁ ସଙ୍କୋଚ ଲାଗିଲା l ବସରେ ଅପଦସ୍ତ ହେବାର ଭୟ ଘାରୁଛି ମନରେ l ଅନ୍ୟମନସ୍କ ଭାବରେ ପଦ ଚାରଣ କରୁଛନ୍ତି,ରାସ୍ତା ପାର୍ଶ୍ୱରେ ପ୍ରଦୀପ ବାବୁ l

ହେଲେ କେତେ ବେଳଠୁ ହଜାରୀ ବାବୁ ଲକ୍ଷ୍ୟ କରୁଛନ୍ତି, ପ୍ରଦୀପ ବାବୁ କେତେଗୁଡିଏ ଗାଡ଼ି ଛାଡ଼ି ସାରିଲେଣି l

କିଛି ଆଉ ନ ପଚାରି ପାନଖଣ୍ଡିକ ପାଟିରେ ପକାଇ କହିଲେ ହଉ ପ୍ରଦୀପ ବାବୁ ଆସୁଛି l

ଶାନ୍ତିରେ ନିଃଶ୍ୱାସ ମାରିଲେ ପ୍ରଦୀପ, ଭାବିଲେ ଯାହେଉ ପରିଚିତ ମଣିଷ ପାଖରେ ଇଜ୍ଜତ ବଞ୍ଚିଗଲା l କେମିତି ବା ମାଗିଥାନ୍ତେ ଟଙ୍କା ଦଶୁଟା l ନିହାତି ଲାଜର କଥା l


ଏହି ସମୟରେ ଦେଖାଦେଲା ବେଗୁନିଆ ବ୍ଲକ୍ ଗାଡ଼ିଟା l ସାଙ୍ଗ ବୁଦ୍ଧିଆ ଡ୍ରାଇଭର l ଡାକ ଦେଲା ପ୍ରଦୀପ ଭାଇ ଗାଁକୁ ଯିବାକୁ ଜଗିଛ କି ଆସ ଆସ l

ବିଲେଇ କପାଳକୁ ଶିକା ଛିଡିଲା ଯେମିତି l କୋଟି ନିଧି ମିଳି ଗଲା l ଯାଇ ବସିପଡିଲେ ଗାଡ଼ିରେ l କଥାବାର୍ତ୍ତାରେ କଟିଗଲା ସମୟ l 

ଗାଡ଼ି ଆସି ପହଞ୍ଚିଲା ବେଗୁନିଆରେ l ଯନ୍ତ୍ରଣା ଉପଶମ ଟାବ୍ଲେଟର ଶକ୍ତି ସରିଆସିଲେ ଯେମିତି, ସେମିତି ଆରମ୍ଭ ହୋଇଗଲା ପୁଣି ଭାବନା l 

କଣ କରିବି l

ଟ୍ରେକରରେ ଗଲେ ତିନି ଟଙ୍କା l ପାଖରେ ଦୁଇ ଟଙ୍କା l ଆଗପଛ ନ ବିଚାରି ପଛ ସିଟରେ ବସିପଡିଲେ l ଗାଡି ପହଞ୍ଚିଲା ସୁନାଖଳା ଷ୍ଟାଣ୍ଡରେ l ଯାତ୍ରୀ ମାନେ ଓହ୍ଲାଇ ପଡିଲେ l ଡ୍ରାଇଭର ଭଡ଼ା ସଂଗ୍ରହ କରୁଥିଲା l ଦେଖିଲେ ତାର ନଜର ତାଙ୍କ ଆଡେ଼ ନାହିଁ l ପରିସ୍ରା ବାହାନାରେ ପଛେଇ ଆସିଲେ ସେହି ସ୍ଥାନରୁ l


ପହଞ୍ଚିଲେ ଗାଁକୁ ଯିବା କୁମ୍ବାରି ଛକରେ l ଦେହଟା ସାରା ଝାଳପୂର୍ଣ୍ଣ l ଭଗବାନଙ୍କୁ ଧନ୍ୟବାଦ୍ ଦେଉଥିଲେ, ଟ୍ରେକର ପାଖରେ ଇଜ୍ଜତ ବଞ୍ଚିଯାଇଥିବାରୁ l


ଗାଆଁ ପୁଣି ଦଶ କିଲୋମିଟର l ପୁଣି କଣ କରିବେ l ଭାବୁଥିଲେ ଗାଁ ଲୋକ କେହି ଦେଖାହେଲେ ପଇସା ମାଗିବେ l ନହେଲେ ବି ଚଳିଯିବ l ଯୋଗକୁ ଗାଆଁ ଭାଇ କିଶୋର ଦେଖା ହୋଇଗଲା l 

ସେ ଡାକିଲା l

ଭାଇ ଜଳଖିଆ ଖାଇବା ଆସ l

ସମ୍ମତି ମାରି ଖାଇଲେ ଜଳଖିଆ l ପିଣ୍ଡରେ ପ୍ରାଣ ସଂଚାର ହେଲା l ନ ହେଲେ ଭୋକରେ ହଂସା ଉଡୁଥିଲା l ବସରେ ଯାଇ ଗୋଡ଼ ଲମ୍ବାଇ ବସି ପଡିଲେ l ବସ୍ ଟିକେଟଟା ବି ବଢାଇ ଦେଲା କିଶୋର l ମନଟା ପ୍ରଫୁଲ୍ଲ ଜଣାପଡ଼ୁଥିଲା l


ଗାଆଁ ମୁଣ୍ଡେ ଓହ୍ଲାଇ ଘର ମୁହାଁ ହୋଇ ବାଟ ଚାଲିଲେ l

ଅନ୍ୟମନସ୍କ ଭାବେ ହାତଟା ପକେଟକୁ ଚାଲି ଯାଇଥିଲା l

ପକେଟରେ କଣ ଗୋଟେ ଅଛି ଭାବି ଆଣି ଦେଖିଲା ବେଳକୁ ଦୁଇ ଟଙ୍କିଆ ମୁଦ୍ରାଟି l ଭଗବାନଙ୍କୁ ଧନ୍ୟବାଦ ଦେଇ ଚାଲିଥିଲେ l ସେଇ ଦୁଇ ଟଙ୍କା ପକେଟରେ ଅଛି ,ଅଥଚ ଗାଁ ରେ ପହଁଚିଗଲେ l କିନ୍ତୁ ଟ୍ରେକ୍ରର ବାଲାକୁ ପଇସା ଦେଇ ନଥିବାରୁ ପଶ୍ଚାତାପ କରୁଥିଲେ l


        


  ହାତରେ ଧରିଥିବା ଚକଲେଟରୁ ଗୋଟିଏ ପାଟିରେ ପକାଇ ଭାବୁଥିଲେ ସେଇ ଦୁଇ ଟଙ୍କାର କଥା l



Rate this content
Log in

Similar oriya story from Tragedy