STORYMIRROR

Maa ke bina sab kuch adhuri hai

Action Classics

4  

Maa ke bina sab kuch adhuri hai

Action Classics

ମୋ ବୋଉ

ମୋ ବୋଉ

3 mins
10

  

  "ସରି ସରି ଆସେ କଲମ ରୁ କାଳୀ 

   ସରେ ନାହିଁ ମୋର ଲେଖା 

ଯେତେ ବୁଝେଇ ଲେ ବୋଉ ପାଖେ ନାହିଁ 

   ବେଶୀ ମନେ ପଡେ ତୋର କଥା..."

" ବୁଡି ବୁଡି ଯାଏ ସୂର୍ଯ୍ୟ ମାଡି ମାଡି ଆସେ ରାତି 

 ସେଇ ଦୃଶ୍ୟ କଥା ମନେ ପଡି ଗଲେ ଧଡ଼ ଧଡ଼ ହୁଏ ଛାତି "

 " ଆକାଶ ରେ ଆଜି ମେଘୁଆ ପାଗ ରେ ପବନ ହୁଏ ସାଇଁ ସାଇଁ 

ସବୁ ଥାଇ ଆଜି କିଛି ଲାଗେ ନାହିଁ ମୋ ବୋଉ ମୋ ପାଖରେ ନାହିଁ.."

"ସୂର୍ଯ୍ୟ ଆଲୋକ ରେ ଦୁନିଆ ରୁ ଦୁର ହୁଏ ଅନ୍ଧକାର 

ମୋ ମା ହାତ ଉଠିଲା ପର ଠୁ ଦୁନିଆ ମୋର ଅନ୍ଧକାର.. "

  " ତୋ ବିନା ପୁରା ଦୁନିଆ ଅନ୍ଧାର 

   ଭାଙ୍ଗି ରୁଜି ଗଲା ସ୍ବପ୍ନ ସବୁ ଆମର 

ତିନି ଶରୀର ରେ ତୂ ଥିଲୁ ଜୀବନ 

  ଆମେ ତିନିହେଁ ଥିଲୁ ତୋର ସ୍ପନ୍ଦନ..

 ତୂ ଥିଲୁ ଆମର ସାହା ଓ ଭରଷା 

  ତୋ ସହ ଚୁନା ହେଲା ଆମର ସବୁ ଆଶା..

ଆଲୋକିତ ଥିଲା ଜୀବନ ଆମର 

ଘୋରି ଗଲା ଜୀବନେ ଘୋର ଅନ୍ଧକାର 

କଳା ମେଘ ଘୋଟି ଗଲା ଜୀବନେ ଆମର 

   କେଜାଣି ଆମ ସମ୍ପର୍କ ରେ ଲାଗିଗଲା କାହା ର ନଜର..

ଦୁନିଆ ରେ ଆମ ପାଖରେ ନାହିଁ ଆମ ମା 

  କିଏ ହବଲୋ ଆଉ ଆମର ଯେ ସାହା.... 

ତୋ ଜାଗା କେହି ଜଣେ ବି ନେଇ ପାରିବେନି ଲୋ.. ତୂ ତ ଶାନ୍ତି ଚିର ନିଦ୍ରା ରେ ସୋଇପଡିଲୁ ଥରେ ମୋ କଥା ଟିକିଲା ପୁଅ କଥା ମୋ ବାପା ଙ୍କ କଥା ଭାବିଲୁନି.... ତୂ ତ ତୋ ବାଟ ରେ ଚାଲି ଗଲୁ ତୋ ଯିବା ପରେ ଆମ ର କଣ ହେବ... ଥରେ କାହିଁ କି ଭାବି ଲୁନି.. ତୂ ଟିକିଲା କୁ ମତେ ଶାଶୁ ଘର କୁ ପଠେଇ ଦେଇ ତୋ କର୍ତ୍ତବ୍ୟ ସାରି ଦେଲୁ.. ତୂ କହ ଲୋ ବୋଉ ମତେ କିଏ ଆଉ ବାୟାଣୀ ବାୟାଣୀ କହି ସକାଳୁ ଉଠେଇ ବ କିଏ.. ମୁଁ ଖାଇଛି କି ନାହଁ କଣ କରୁଛି କିଏ ବୁଝିବ ମୋ କଥା.. ଭାରି ମନେ ପଡୁଛି ଲୋ ତୋ କଥା ଟିକେ ଭଲ ଲାଗୁନି ମତେ.. ବହୁତ ଏକା ହେଇ ମୁଁ.. ମୁଁ ତୋ ସହ ଟିକେ କଥା ନ ହେଲେ ଜମା ତ ରହି ପାରିବିନି.. ମୁଁ କଣ କରିବି ତୂ କହ... ମୋ ଉପରେ କେହି ଟିକେ ଚିଡି ଗଲେ ମୋ ଦେହ ଟିକେ ଖରାପ ହେଇ ଗଲେ ଆଗେ ମୋ ବୋଉ ଶୁଣିବ ପରେ ଯିଏ... ତୂ ଟିକେ ବି ଲାଷ୍ଟ ସମୟ ରେ ମତେ ଖୋଜି ଲୁନି.. ମୁଁ ବାରବାର କହିବା ସତ୍ୱେ ତୂ ମନା କରି ଦେଲୁ.. ଟିକିଲା କୁ ଡାକିଲୁ ପୁଅ ଥିଲା ବାପା ଥିଲେ ମତେ କାହିଁ ଡାକିଲୁନି.. ମୁଁ ତତେ ଟିକେ ଦେଖି ପାରିଲିନି.. ଟିକିଏ ଗୋଟେ ସେକେଣ୍ଡ ପାଇଁ ତୂ ଟିକିଏ ମତେ ଗେଲ୍ହା ବି କଲୁନି ଲୋ.. ମେଡିକାଲ ରେ 3 ଘଣ୍ଟା ଭିତରେ ମୁଁ 10 ମିନିଟ କଥା ହେଇ ନି ଭଲ ସେ.. ତୂ ଲାଷ୍ଟ ସମୟ ରେ ମତେ ଖୋଜିଲୁ ନି.. କଣ ପାଇଁ କହ... 

ବୋଉ ଲୋ କିଏ ଆଉ ମତେ ଭାତ ଡାଲି ଗୋଳେଇ ଖୋଇ ଦେବ.. ମୁଁ ଘର କୁ ଆସିଲେ ମତେ କିଏ ପଖାଳ ରେ ଆଳୁ ଗୋଳେଇ ଖୋଇ ଦେବ... ମୋର ଟିକେ ଜର ହେଇ ଗଲେ ସାଙ୍ଗେ ସାଙ୍ଗେ ଛାଞ୍ଚୁଣି ଆଣି ଝାଡ଼ି ଦେବ.. ଟିକେ ବାସନ ମାଜି ଦେଲେ ସାଙ୍ଗେ ସାଙ୍ଗେ ଟିକିଲା ଉପରେ ଚିଡି ଚିଡି ହେଇ ତୂ ଯାହା କାମ କରିବୁ ତାର ଦେହ ଭଲ ନାହିଁ କିଏ କହିବ ଲୋ...

ମୋର ପ୍ରିୟ ଘିଅ ଦହି ଦହି ବାଇଗଣ କିଏ ମତେ ଖୁଆଇ ଦେବ..

ମୁଁ ସାରୀ ପିନ୍ଧିଲେ କାଳେ ଦେହ ଖରାପ ହେଇ ଯିବା ଡ୍ରେସ ପିନ୍ଧି କିଏ ମୋ କଥା ବୁଝିବ.. ମୋ କାଶ ହେଲେ ଦେହ କଣ ହେଇ ଗଲେ ବାପା ଙ୍କୁ କହି ଜଲଦି ରବି ପାଖ କୁ ନେଇ କି ଯାଅ.. ଏ ଔଷଧ ଖା.. ସେ ଔଷଧ ଖା... ଏଇଟା କର ସେଇଟା କର.. କିଏ କହିବ... ମୋ ବୋଉ ଲୋ କହ ଟିକେ ମୁଁ ଘର କୁ ଆସିଲେ କାହାକୁ ଟିକେ କୁଣ୍ଢେଇ ଶୋଇବି.. କିଏ ମୋ ମୁଣ୍ଡ ରେ ତେଲ ଲଗେଇ କୁଣ୍ଡେଇ ଦେବ... ମୁଁ ସକାଳୁ ଉଠିଲେ ବାୟାଣୀ ଜଲଦି ଦାନ୍ତ ଘଷି ଆସେ ତୋ ଚା ଥଣ୍ଡା ହେଲା କିଏ ଡାକିକି ଦେବ.....

ବୋଉ..... କହ ଲୋ ପ୍ଲିଜ଼ କହ.... ମୁଁ ତୋ ବିନା ଟିକେ ରହି ପାରିବିନି ବଞ୍ଚି ବି ପାରୁନି...

ଛୋଟ ବେଳେ ତୂ ଯଦି କହୁ ମୁଁ ମରି ଯିବି.. ଆମେ ତିନି ଜଣ ବାହାରେ ବନ୍ଧ ରେ ବସି କାନ୍ଦୁ....

ତୂ କାହିଁକି ଦୁରେଇ ଗଲୁ...... ବୋଉ.....

ସରି ସରି ଆସେ ଦିନ ଆଶଙ୍କା ରେ ପୁରେ ମୋ ମନ 

ସରେ ନାହିଁ ଜମା ଏ କାଳର ରାତି 

ମନେ ପଡେ ସବୁ ମୋ ବୋଉ ର ସ୍ମୃତି....

ସୁଖ ଦିନ ସବୁ ଦୁରେଇ ଗଲା 

ମୋ ବୋଉ ର ପଣତ ଯେବେ ଆମ ମୁଣ୍ଡ ଉପରୁ ଉଠିଯେ ଗଲା.

ସୁନାର ସଂସାର ଉଜୁଡି ଗଲା 

ସ୍ୱପ୍ନ ଯେତେ ସବୁ ଚୁରମାର ହେଲା....



Rate this content
Log in

More oriya story from Maa ke bina sab kuch adhuri hai

Similar oriya story from Action