STORYMIRROR

Gitanjalli Moharana

Tragedy Inspirational

3  

Gitanjalli Moharana

Tragedy Inspirational

ମିଛ କହିବା ମହାପାପ

ମିଛ କହିବା ମହାପାପ

2 mins
197

ଆଜି ସକାଳେ ବୋଉକୁ ଫୋନ୍ କରିଥିଲି। ସବୁଦିନ ସକାଳ ସଞ୍ଜ‌ ଦୁଇ ବେଳା ଫୋନ୍ କରେ। କୌଣସି ଦିନ କାର୍ଯ୍ୟବନ୍ଦ କର୍ତ୍ତା ଯୋଗୁଁ ଫୋନ୍ ନକଲେ ସେ ପାଗେଳୀ ହୋଇଯାଏ ଯେମିତି। ଭାରି ବ୍ୟସ୍ତ ହୋଇପଡେ। ଦୁଇ ବର୍ଷ ହେଲା ଶାଶୁ ଘରକୁ ଆସିଲା ପରଠୁ ଏ ଯେମିତି ମୋର ଡେଲି ରୁଟିନ୍। ଆଜି କଥା ହେଲା ବେଳେ ତା କଥା ଭାବି‌ ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା। କଣ୍ଠ ବାଷ୍ପରୁଦ୍ଧ ହୋଇଗଲା। ସେ ପଚାରିଲା,ତୋ ପାଟି କ'ଣ ଏମିତି ଶୁଭୁଛି !!! ତୋ ଦେହ ଭଲ ଅଛି ଟି‌ ନା ତତେ କିଏ କିଛି କହିଲେ। ମୁଁ କହିଲି ନା ମୋର କାଇଁ କ'ଣ ହେବ??? ନେଟୱର୍କ ନଥିବ, ସେଥିପାଇଁ କଥା ସେମିତି ଶୁଣାଯାଉଥିବ। ତୁ ରଖ ମୁଁ ପରେ କଥା ହେବି,କହି ଫୋନ୍ କାଟିଦେଲି।


ବୋଉକୁ ମିଛ କହି ନିଜକୁ ଦୋଷୀ ଲାଗୁଥିଲା। 'ମିଛ କହିଲେ ମହାପାପ, ସତ କହିଲେ ଜଗନ୍ନାଥ' ଏଇ କଥା ବୋଉଠୁ ଅନେକ ଥର ଶୁଣିଛି। ମିଛ କହିଲେ ତାଠୁ କେତେ ଗାଳି ବି ଖାଇଛି। କିନ୍ତୁ ସେ ନିଜେ ବି ତ ଅନେକ ଥର ମତେ ମିଛ କହିଛି। ସେଦିନ ଅଳ୍ପ ଖାଇବା ଦେଖି ନଖାଇ କହିଲା କ'ଣ ନା ମୋ ପେଟ କାଟୁଛି, ମୁଁ ଖାଇବିନି। ତୁ ଖାଇଦେ। ହଠାତ୍ ଘରକୁ କୌଣସି କୁଣିଆ ଆସିଲେ ଖାଇବାର ଅଭିନୟ କରି ସେମାନଙ୍କୁ ପରଶି ଦେବ। ଏଇଟା କିଣିବି ସେଇଟା କିଣିବି କହି ମିଛରେ ବାପାଙ୍କ ଠୁ ପଇସା ଆଣି ଘଡିରେ ଗଳାଇବ ଆଉ ବାପାଙ୍କ ଅସୁବିଧା ସମୟରେ ମୁଁ ଅଛି,ବ୍ୟସ୍ତ ହୁଅନି କହି ଆଶ୍ଵାସନା ଦେବ। କେବେ କେବେ ତାକୁ କାନ୍ଦିବାର ଦେଖି ପଚାରିଲେ ଆଖିରେ କ'ଣ ପଡିଗଲା ବୋଲି କହି ଭୁଲାଇ ଦେବ। ଆହୁରି ଅନେକ ମିଛ ବୋଉ କୁହେ।


ମୁଁ ବି ତା ଝିଅ , ମୁଁ ବି ଆଜି ତାକୁ ମିଛ କହିଲି। ସେ ବି ଧରିପାରିଲାନି। ଯାହା ହେଉ ମୁଁ ବି ମିଛ କହିବା ଶିଖିଗଲାଣି ବୋଲି ଆତ୍ମଗର୍ବ ମନରେ ମୁଁ ବସି ଟିଭି ଦେଖୁଥାଏ। ଦିନ ଏଗାର ଟା ହେବ ବୋଧେ। କଲିଂ ବେଲ ଶୁଣି ଦୁଆର ଖୋଲି ଦେଖେ ତ ବାପା ବୋଉ। ହଠାତ୍ କିଛି ନଜଣାଇ ଆସିଥିବାରୁ ମୁଁ ଟିକେ ରାଗିଗଲି। ଏସବୁ ବୋଉର କାରନାମା ବୋଲି ବାପା କହିଲେ। ଫୋନ୍ ରେ ମୋ କଥା ଶୁଣି ତାକୁ ଭଲ ଲାଗିଲାନି। ମୁଁ କିଛି ଲୁଚାଉଛି କହି ବାପାଙ୍କୁ ଧରି ମୋ ପାଖରେ ହାଜର। ମୋତେ ଭଲରେ ଦେଖି ସଂଧ୍ୟାରେ ଘରକୁ ଫେରିଗଲେ ଦୁହେଁ।

ବାଲକୋନିରେ ଚା ପିଉ ପିଉ ମୁଁ ଭାବୁଛି ଆଜି ବି ବୋଉ ମୋ ମିଛକୁ ଧରି ନେଇଛି। କାହିଁ ମୁଁ ତ ତା ପରି ମିଛ କହି ପାରୁନି। ସତରେ କ'ଣ ମିଛ ମହାପାପ....



Rate this content
Log in

Similar oriya story from Tragedy