ହଣ୍ଟେଡ୍
ହଣ୍ଟେଡ୍
ଦିନେ ରାତିରେ ଜେଜେମା ଗୋଟେ ଗପ କୁହ। ହଉ ମୁଁ କହିବି ତାପରେ ତୁ ଶୋଇବୁ ତ ? ମୁଁ କହିଲି ହଁ ।
ଜେଜେମା କହିଲେ - "ଏଇଟା ଗୋଟିଏ ଭୟଙ୍କର କାହାଣୀ । ଆମ ଗାଁ ଆମ୍ବ ତୋଟାରେ ଗୋଟେ ଭୂତ ରହୁଛି। ତା' ଚେହେରାଟା ଗୋଟେ ଭୟାନକ ଚେହେରା ଯିଏ ଡରିବ ସିିଏ ମରିବ । ରାତିରେ ଆମ୍ବ ଗଛରେ ଗୋଡ ଲମ୍ବାାଇ ବସିିିଥାଏ । ସେହି ଭୟାବହ ଦୃଶ୍ୟ ଯିଏ ଦେଖି ଦୋୖଡିିବ । କଞ୍ଚା ଖାଇଯାାଏ । ସେଥିପାଇଁ ଲୋକେ ରାତିରେ ବାହାରକୁ ବାହାରନ୍ତି ନାହିଁ । ଦିନବେଳା ବି ଯା'ଆସ କଲାବେଳେ ସେଠି ଲୋକମାନେ ତା ଛାଇକୁ ଦେଖ ି ଡରି ଯାଆନ୍ତି। ସେ ଭୂତ ରାତିରେ ସବୁ ଅସାଧାରଣ କାର୍ଯ୍ୟ କରିଥାଏ । କାହା ଚାଳରେ ନିଆଁ ଲଗାଇ ଦିିଏ , କାହା ପିଲାକୁ ଲୁଚାଇ ନିିଜ ଏଭଳି ଅନେକ କାମ କରିଥାଏ ।"
ଏତିକି କହି ଜେଜେମା ଶୋଇବାକୁ ଚାଲିଗଲେ। ଏସବୁ କଥା ଶୁଣି ମତେ ଭାରି ଭୟ ଲାଗୁଥାଏ । ରାତିସାରା ସେହି ଭୟାବହ ଚେହେରା ମୋ ଆଖି ସାାମ୍ନାରେ ଆସି ଯାଉଥାଏ । ମୁଁ ଠାକୁରଙ୍କୁ ଡ଼ାକି ଡାକି ବଡ଼ କଷ୍ଟ ରେ ରାତି ପାହିଲା।