Sasmita Sahu

Others

2  

Sasmita Sahu

Others

ଗୁରୁ ଶିଷ୍ୟାର ସମ୍ପର୍କ

ଗୁରୁ ଶିଷ୍ୟାର ସମ୍ପର୍କ

1 min
82


    ଗୋଟିଏ ଆଶ୍ରମରେ ଅନେକ ଶିଷ୍ୟଶିଷ୍ୟା ପାଠ ପଢୁଥିଲେ । ସେମାନେ ସେଠାରେ ରହି ଗୁରୁଦେବଙ୍କ ଆଦେଶରେ କାମ କରୁଥିଲେ । ଗୁରୁଦେବଙ୍କ ପ୍ରିୟ ଶିଷ୍ୟାଙ୍କ ନାମ ଥିଲା ଛାୟା। ଏମିତି ଯେ ଯଦି ଗୁରୁଦେବଙ୍କ ଦେହ ଖରାପ ହେଲେ ସେ ରାତି ସାରା ଗୁରୁଦେବଙ୍କ ପାଖରେ ଚେଇଁ ରହୁଥିଲା । ୧୨ବର୍ଷ ପରେ ତା'ର ଶିକ୍ଷା ଗ୍ରହଣ ସରିଲା । ଶିକ୍ଷା ଗ୍ରହଣ ପରେ ଗୁରୁ ଦକ୍ଷିଣା ଦିଆଯାଇଥାଏ।

     ଛାୟା ଗୁରୁଦେବଙ୍କୁ କହିଲା- ଗୁରୁଦେବ! ଆଜି ଆଶ୍ରମ ପରିତ୍ୟାଗ କରିି ଗୃହ ଅଭିମୁଖେ ଚାଲିଯିବି ତା ପୂର୍ବରୁ ଆପଣଙ୍କ ଗୁରୁଦକ୍ଷିଣା ନିଅନ୍ତୁ । ଗୁରୁଦେବ କହିଲେ ଠିକ୍ ସମୟରେ ମାଗିନେବି । ତା ପରେ ଆଶୀର୍ବାଦ ଗ୍ରହଣ କରି ଚାଲିଗଲା। 

     କିଛି ମାସ ପରେ ଛାୟାର ବିବାହ ପାଇଁ ଛାୟା ନିଜେ ନିମନ୍ତ୍ରଣ କରିବାକୁ ଆସିଥିଲା। ଗୁୁୁରୁଦେବ ସେତେବେଳେ ଗୁରୁ ଦକ୍ଷିଣା ମାଗିଥିଲେ। କହିଲେ-ତୁମେ ତୁମ ଚତୁର୍ଥୀ ରାତିରେ ମୋ ପାଖକୁ ଆସି ଗୁରୁ ଦକ୍ଷିଣା ଦେଇ ଚାଲିଯିବ ।

      ଛାୟାର ବିବାହ ସରିଲା ଚତୁର୍ଥୀ ରାତିରେ ସ୍ଵାମୀଙ୍କ କଥା ନ ଶୁଣି ସିଧା ଚାଲିଲା ଗୁରୁଦେବଙ୍କ ପାଖକୁ। ଗୁରୁଦେବଙ୍କୁ କହିଲା - ଗୁରୁଦେବ ଆପଣଙ୍କୁ ଗୁରୁଦକ୍ଷିଣା କ'ଣ ଦେବି କୁହନ୍ତୁ। ଗୁୁରୁଦେବ କହିଲେ ସେଠି ଗୋଟେ ଖଟ ପଡିଛି ଶୋଇପଡ଼। ସେ କିଛି ନ ଭାବି ଶୋଇ ପଡ଼ିଲା ବିଦ୍ୟୁତ ବଲଟି ଗୁରୁଦେବ ବନ୍ଦ କରିଦେଲେ। ଏତେ ସବୁ ପରେ ବି ସେ ଭାବିଲାନି ଯେ ମୁଁ ଗୋଟେ ନବବଧୁ, ଗୁରୁଦେବ ଏ ସବୁ ମୋ ସହ କାହିଁକି କରୁଛନ୍ତି। ଏ ସବୁ ଦେଖି ଗୁରୁଦେବ ଖୁସି ହୋଇ କହିଲେ ଧନ୍ୟବାଦ  କହି ଆଶୀର୍ବାଦ ଦେଲେ।


Rate this content
Log in