Sanjay kumar Panda

Tragedy Others

5.0  

Sanjay kumar Panda

Tragedy Others

ଭୋକ

ଭୋକ

1 min
621



ଟିଭିପାଖ ଫ୍ଲାୱ୍ଆର ବେସ୍ ଝାଡୁ ଝାଡୁ 'ଜାଇଲ' ଅନୁଭବ କଲା ଏକ ସଂଭ୍ରାନ୍ତ ମଣିଷର ହାତର ଉପସ୍ଥିତିକୁ ତା ନାଭି ପ୍ରଦେଶରେ ବିଚରଣ କରୁଥିବାର ।


ଚମକିବାର ଅବସର ନଥିଲା କାରଣ ସେ ବେଶ୍ ଅବଗତ ଥିଲା ବାବୁଙ୍କର ପରଫ୍ୟୁମ୍ ସହିତ । ସେ ଅନୁଭବ କରୁଥିଲା ଗୋଟେ ଶିକାରୀ ବାଘର ଆଘ୍ରାଣରେ ଉତ୍ପନ୍ନ ଉତପ୍ତ ନିଶ୍ୱାସକୁ ତା ଗଣ୍ଡଦେଶରେ । ଆଖିରେ ଜ୍ୱଳନ୍ତା ଅଗ୍ନିପିଣ୍ଡୁଳା ସୂଚେଇ ଦେଉଥିଲା ଶିକାରୀର ପ୍ରଖର ଭୋକକୁ ।


ଆଉ ପ୍ରତିବାଦ !!


ଅସମ୍ଭବ । ସେ ଯେ ଘରର ଚାକରାଣୀ...


ପ୍ରତିବାଦର ସ୍ୱର ବନ୍ଧା ପଡିସାରିଛି କେବେଠୁ କେଇଗୋଟା ବାସି ରୁଟି ଆଉ ଅଇଁଠା ତରକାରୀ ପାଖରେ । 


 ଠେଲିଦେଇ ଗଣ୍ଡେ ଛଅଣ୍ଡା ମରଦଙ୍କୁ ତଳେ ପକେଇ ଦେବାର ତାକତ୍ ଯେ ତାର ନାହିଁ ସେକଥା ନୁହେଁ , ଆଖି ବୁଜିଲେ ଦିଶିଯାଉଥିଲା ଗୋଟେ ଚାରି ବର୍ଷ ଶିଶୁର ଶୁଖିଲା ମୁହଁ ଆଉ ଭୋକିଲା ପେଟ । ଶୁଭିଯାଉଥିଲା ସେହି ଭୋକ ବିକଳରେ କ୍ରମେ ଶିଥିଳ ହୋଇଆସୁଥିବା ଅସ୍ପଷ୍ଟ ଡାକ " ବୋଉ... ବୋଉ....ବହୁତ ଭୋକ ହେଲାଣି ।"



Rate this content
Log in

Similar oriya story from Tragedy