ତାରାଭରା ଶୋଭାବରୀ
ତାରାଭରା ଶୋଭାବରୀ
ରଜନୀ ରାଣୀର ଘନକୃଷ୍ଣ କବରୀ
ତାରାଭରା ଆକାଶେ ଶୋଭାବରୀ
ଶୋଭାଯାତ୍ରାରେ ତାରାପୁଞ୍ଜ ବାହାରି
ମିଞ୍ଜି ମିଞ୍ଜି ଆଲୁଅରେ ସଜେଇ ନାଗରୀ
ଗଗନ ପବନ ଭୁବନ ମୁଖରିତ କରି
ଏ ଚାରୁ ସୌନ୍ଦର୍ଯ୍ୟ ମାଧୁରୀ ବିସ୍ତାରୀ
ବିଚରା ଅଂଶୁମାଳୀ ପ୍ରେମୀ ପାଗଳ
ଦେଖି ଶୋଭାବନ ଯୌବନା ଦଳ ଦଳ
ସମ୍ଭାଳି ପାରେନା ଉର୍ଦ୍ଧ୍ଵମୂଖୀ ଶତଦଳ
ଅନ୍ଧାରରେ ବାହାରି ପଡ଼େ ଅଭିସାରେ
ତାରା ଗହଣେ ରାସ ରଚିବାକୁ ଅମ୍ବରେ ।
ଯୁଆନ ଚନ୍ଦ୍ରର ଶୀତଳତା ବାଟହୁଡ଼େ
ସୁନ୍ଦରୀ ତାରାଗହଣେ ନଖ କାମୁଡ଼େ
ସରମି ଯାଏ ନରମି ଯାଏ ପୁଣି ଭିଡ଼େ
ବିଚରା କାମୁକତାରେ ବନ୍ଧ ବାଡ଼ ଫାଡ଼େ
ରାତି ସାରା ଜଳୁଥାଏ ତରଳୁ ଥାଏ ତାରାଗହଣେ
ଉପଭୋଗ କରୁକରୁ ରାତି ପାହିଯାଏ ତାରାରମଣେ
ପ୍ରେମ ଜୁଆର ବହେ ଉଜାଣି ସ୍ରୋତେ
ତାରା ଫୁଲେ ବହେ ପ୍ରୀତି ବୟାର
ଚନ୍ଦ୍ର କୁମାର ନିତି କେଳି କରନ୍ତି ମଗ୍ନେ
ବିଭୋର ମଦନ ତରଙ୍ଗେ ବେସୁମାର ।।