Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନମସ୍ତେ ସନ୍ତୋଷୀ ମାତା

ନମସ୍ତେ ସନ୍ତୋଷୀ ମାତା

1 min
9



ନମସ୍ତେ ସନ୍ତୋଷୀ ମାତା ଗଜାନନ ପୁତ୍ରୀ l

ସନ୍ତୋଷରେ ବର ଦେଉ ଅତି ଦୟାବତୀ ll

କରୁଣାମୟୀ ଜନନୀ ମାଆ କାତ୍ୟାୟନୀ l

ହସ୍ତରେ ତ୍ରିଶୂଳ ଶୋଭା ଶାର୍ଦ୍ଦୂଳ ବାହନୀ ll

ଶୁଭ୍ର ବସନୀ ମାଆ ଲୋ ସର୍ଵ ଶୁଭଙ୍କରୀ l

ଶୁକ୍ରବାର ବାର ମାତ ମାଆ ମାହେଶ୍ୱରୀ ll

ଗୁଡ଼ ଆଉ ଚଣା ମାତ୍ର, ମାଆଙ୍କର ଭୋଗ l

ତ୍ରିପୁରେ ପୂଜନ୍ତି ଦେବେ ଯକ୍ଷ ନର ନାଗ ll

ସକଳ କୈବଲ୍ୟଦାତ୍ରୀ ମାଆ ଦୟାମୟୀ l

ସନ୍ତୋଷେ ପୂଜିଲେ ଦୂର ଦୁରିତ ପଳାଇ ll

ଧନଜନ, ବିଦ୍ୟା, ଯଶ, ଅଇଶ୍ୱର୍ଯ୍ୟଦାତ୍ରୀ l

ଶୂଳ କୃପାଣ ହସ୍ତେ ମା' ତ୍ରିପୁରେ ଭ୍ରମନ୍ତି ll

ମହାଯୋଗେଶ୍ୱରୀ ମାତ ପରମବୈଷ୍ଣବୀ l

ପ୍ରତ୍ୟକ୍ଷ ବର ଦାୟିନୀ ତୁହି ମହାଦେବୀ ll

ବନ୍ଦନା ଗାଇଲି ମାଆ ଯାହା ଦେଲୁ କହି l

ପଦାମ୍ବୁଜେ ତୋର ଜ୍ଞାନଶୁନ୍ୟ ମୁଁ ନମଇଁ ll

    


Rate this content
Log in

Similar oriya poem from Inspirational