Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Inspirational

3  

Prabhanjana Tripathy

Inspirational

କି

କି

1 min
469



ମଲୁ ପାଇଁ ଥିବ ଦରଦ ଅନ୍ତରେ

କଠିନ ଥିବଜେ ହୃଦ

ଦାରୁଣ ଯନ୍ତ୍ରଣା ଦେଖି ପାରୁଥିବ

ସେ ହିଁ ହୋଇବ ବୈଦ୍ୟ ।


ଦେଇ ଜାଣିବ,କଠିନ ଦଣ୍ଡ ଯେ

ଆତ୍ମାରେ ଥିବ ନୀତି

ବିଚାର କରି ,ଦଣ୍ଡ ଦେଉଥିବ

ସେ ହେବ ବିଚାରପତି ।


ହୃଦୟେ ନ ଥିବ ଧନରେ ଲାଳସା

ଜେହୁ ନର ପାଳେ ପ୍ରଜା

ଜାତି,ଧର୍ମ,ନୀତି, ଦେଶ ପ୍ରୀତି ଥିବ

ସେ ହିଁ ଉଚିତ୍ ରାଜା ।


ଦେଇ ଜାଣିବ ,ନେବାକୁ ନ ଥିବ

ଅନ୍ତରେ ଦାନକୁ ଭକ୍ତି

ସେଇ ଗୁରୁ ସିନା ,ଦେବ ବିଦ୍ୟା ଦାନ

ସେଥିରେ ନ ଥିବ ଉକ୍ତି ।


ଯିଏତ ଦେଇଛି,କେବଳ ଦେଇଛି,,

ତାର ସମ କିଏ ସରି

ସଂସାର ସୃଷ୍ଟିଛି,ସଂସାର ଗଢ଼ିଛି

ସେ ହିଁ ଦୁର୍ବଳା ନାରୀ ।


ଯାହାର ଦାନ ଅତୁଳନୀୟ

ଯାହା ମୁଖେ ସଦା ଆହା

ଯିଏ ଆମକୁ ସାହାରା ଦେଇଛି

ସେ ଆମ ଭାରତ ମାଆ

ସେ ଆମ ଭାରତ ମାଆ ।


Rate this content
Log in

Similar oriya poem from Inspirational