STORYMIRROR

Avaya Kumar Prusty

Comedy

3  

Avaya Kumar Prusty

Comedy

"ଫେସବୁକ୍ ପ୍ରେମ" 😉

"ଫେସବୁକ୍ ପ୍ରେମ" 😉

1 min
196

Facebook ରେ ଆମ ବନ୍ଧୁତ୍ୱ ବଢ଼ିଲା,

Messenger ରେ ହେଲା Chatting

WhatsApp ନମ୍ବର ମାଗିଲେ କହୁଛି

ଭାଇ ଲୋ ମୁଁ ଆଉ ଜାଗେ ଅଛି Setting


ଚିହ୍ନା ଝିଅ ଦେଖି Chatting କରୁଥିଲି

ଭାବୁଥିଲି ପଟିଯିବ

ସ୍ଵପ୍ନ ରେ କେବେ ଭାବି ମୁଁ ନଥିଲି ଏତେ

ବଡ଼ କଥା ପଦେ କହିବ


ମନ ଦୁଃଖ ରେ ନ ଖାଇ ନ ପିଇ

ବସିଥିଲି ଘରେ ଯାଇ

କବାଟ ବାଡେଇ ମୋ ବୋଉ ଡାକିଲା

ଆରେ କୁଳାଙ୍ଗାର ଖାଇବୁ ନାହିଁ କି ତୁହି


ଭାବିଲି ପଛରେ ଝିଅ ସିନା ଗଲା

ତା ବାଟରେ ସେ ଯାଉ

ଭୋକିଲା ପେଟରେ ଉପାସ ରହିଲେ

କଣ ଟା ମିଳିବ ଆଉ


ଖାଇ ଦେଇ ପେଟେ ଶୋଇଗଲି ଖଟେ

ମୁଁ ଅଚିନ୍ତା ନିଦରେ

ସକାଳୁ ଉଠିକି ଦେଖିଲା ବେଳକୁ 30 ଟା

Message ଆସିଛି messenger ରେ


ଯାହା ହେଇଥିଲା ସବୁ ଭୁଲି ଯାଇ

କରିଲି ମୁଁ ଫେସବୁକ୍ Log In

ପୁଣି ଗୋଟିଏ ସୁନ୍ଦରୀ ଟେ ଦେଖି

ମୋ ମନ ହେଲା ଟିନ୍ ଟିନ୍


ମନକୁ ବୁଝାଇ କହିଲି ରେ ମନ ୟାକୁ

Number ନ ମାଗିବି

ରାସ୍ତାରେ ଯାଉଥିବା ଉଡନ୍ତା କୀଳାକୁ କାହିଁକି

ମୁଁ ଆଉ ଡାକିବି



Rate this content
Log in

Similar english poem from Comedy