Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Tragedy

4.8  

Dharitri Mallick

Tragedy

ଯିବାର ଅନୁମତି ଦିଅ

ଯିବାର ଅନୁମତି ଦିଅ

7 mins
362


"ଯିବାର ଅନୁମତି ଦିଅ"

 ଏବେ ବହୁତ ସମୟ ନଷ୍ଟ ହୋଇଗଲାଣି । ଆଉ କିଛି ସମ୍ଭାଳି ପାରିବିନି । " ଭୁମି ଆଉ ଚନ୍ଦ୍ରଙ୍କର ସଂଳାପ ହିଁ ଏହି କ୍ଷୁଦ୍ର କାଳ୍ପନିକ ଗଳ୍ପର ଆଧାର । 

" ଭୁମି" - ତୁମେ ତ କେବେ ଠାରୁ ଭୁଲି ଯାଇଥିଲ ତୁମ ଭୁମିକୁ । କୌଣସି କାରଣ ନ ଜଣେଇ ଅଦୃଶ୍ୟ ହୋଇଯାଇଥିଲ । ଆଉ ଆଜି ହଠାତ ୧୫ ବର୍ଷ ପରେ ତୁମେ ଭୁମି ସାଙ୍ଗରେ କଥା ହେବାକୁ ଚାହୁଁଛ । କଣ ପାଇଁ ? କେଉଁ କାରଣ ପାଇଁ ? ଏଇ ୧୫ବର୍ଷ ଭିତରେ ଚନ୍ଦ୍ର ଆଉ କାହାର ହାତ ଧରି ବାହା ହୋଇଯାଇଛି । ଥରେ ହେଲେ ବି ଭୁମିକୁ କୌଣସି କଥା ଜଣେଇବାକୁ ଉଚିତ ମଧ୍ୟ ମନେ କରିଲନି ?

" ଭୁମି " - ଭୁମି ଚନ୍ଦ୍ରଙ୍କୁ କହୁଛି ଯେ ୟା ଭିତରେ ତୁମେ ଦୁଇଟି ଛୁଆଙ୍କର ବାପା ମଧ୍ୟ ହୋଇଯାଇଛ । ତୁମେ ତୁମର ସ୍ତ୍ରୀ, ପିଲା , ମାଆ, ଭାଇ ଭାଉଜଙ୍କ ସହ ଖୁସିରେ ପରିବାର ଗଢ଼ିଛ । ଚନ୍ଦ୍ରର ବାହାହେବା ଆଉ ତା'ର ଛୁଆ ପିଲା ବିଷୟରେ ଭୁମି ୧୦/୧୧ ବର୍ଷ ପରେ ଫେସବୁକରୁ ଜାଣୁଛି । ଆଉ ଚନ୍ଦ୍ର ୧୫ ବର୍ଷ ପୂର୍ବେ କଣ କହିଥିଲା ଭୁମିକୁ ?

" ଭୁମି" - ଚନ୍ଦ୍ର ତୁମେ କହିଥିଲ ନା , ଭୁମି ଯାହା କିଛି ବି ହେଇଯାଉ ଭୁମି କେବେ ତୁମ ହାତ ଛାଡିବନି । ହେଲେ ଭୁମି ସେ କଥାକୁ ମାନି ନେଇ ଥିଲା ବିନା ଦ୍ବିଧାରେ ବିନା କୌଣସି ପ୍ରତିଜ୍ଞାରେ । ହେଲେ ତୁମେ ଚନ୍ଦ୍ର କଣ କରିଲ ତୁମ ଭୁମି ସହ ?

ଭୁମି ତ ସବୁବେଳେ ତୁମର ମଙ୍ଗଳ ହିଁ ଚାହିଁଥିଲା ଆଉ ଏବେ ବି ଚାହୁଁଛି ମଧ୍ୟ । ଭୁମି ନିଜ ମନ ଭିତରେ ବାରମ୍ବାର କହୁଛି ଚନ୍ଦ୍ର ତୁମେ ଭୁମି ସହିତ କଣ ପାଇଁ ଛଳନା କରିଥିଲ ? କାହିଁକି ବିଶ୍ୱାସଘାତ କରିଥିଲ ? କେଉଁ କାରଣରୁ ହଠାତ ଭୁମି ସହିତ ସମସ୍ତ ଯୋଗାଯୋଗ ଚ୍ଛିର୍ଣ୍ଣ କରି ଚୁପଚାପ ଆଉ କାହାକୁ ବହା ହୋଇଗଲ ? କୌଣସି କଥା କି କାରଣ ମଧ୍ୟ ଜଣାଇଲ ନାହିଁ ?

ଭୁମିକୁ ୧୫ ବର୍ଷ ଅନ୍ଧାର ଘାଇକୁ ଠେଲି ଦେଇ ନିଜେ ହସ ଖୁସିର ଘର ସଂସାର କରିଲ । ଥରେ ହେଲେବି ପଚାରିଲନି କି ଭୁମି କେମିତି ବଞ୍ଚିଛ ? କଣ କରୁଛ ? ଥରେ ବି ଦେଖିବାକୁ ଚେଷ୍ଟା କରିଲନି ଯେ ଭୁମି କେମିତି ଅଛି ?

ଭୁମି ସାରା ଜୀବନ ଏକା ଏକା ବଂଚିଲା । ବିଭିନ୍ନ ଅସମାହିତ ସଂଶୟ, ଦ୍ଵନ୍ଦ ଭିତରେ । ତଥାପି ସେ ଆଉ କାହାକୁ ବି ତା ଜୀବନରେ ସ୍ଥାନ ଦେଲା ନାହିଁ। ସେ ଆଉ କୌଣସି ଲୋକକୁ ବିଶ୍ୱାସ ହିଁ କରି ପାରିଲା ନାହିଁ । ବିଭିନ୍ନ ଘାତ ପ୍ରତିଘାତ ବିରୋଧ ପରିବେଶରେ ଏକା ଏକା ବଞ୍ଚିବାର ଦୃଢ଼ ସଂକଳ୍ପ କରି ଦେଇଥିଲା । ଯିଏ ବି ତାକୁ ବାହାଘର ବିଷୟରେ କହୁଥିଲା ଭୂମି ତା ଉପରେ ପ୍ରବଳ ବିରକ୍ତ ହୋଇଯାଏ । ଭୁମି କାହାକୁ ବି ତା ଜୀବନରେ କୌଣସି ହସ୍ତକ୍ଷେପ କରିବାକୁ ଦିଏନା ।

ଚନ୍ଦ୍ର ଯିଏ କହୁଥିଲେ "ମୋ ଜୀବନରେ ବହୁତ ପ୍ରତିବନ୍ଧକ ଅଛି, ସେ କେବେ କାହାକୁ ବାହା ହୋଇ ପାରିବେନି, ମୋର Heart Surgery ହୋଇଛି,"। ଆହୁରି କିଛି ସମସ୍ୟା ଅଛି । ଆହୁରି କେତେ କଣ ବାହାନା ବାଜି ସବୁ । କେବେ ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ କରିଲେନି । ତା ହେଲେ ଏବେ କିଏ ବାହା ହୋଇ ୧୫ବର୍ଷର ଘର ସଂସାର କରିଛି ? ଭୁମି  ମନ ଭିତରେ ବଡ଼ ପ୍ରଶ୍ନ ? ଃ

କେତେ ମିଛ, କେତେ ବଡ଼ ଠକ, କେତେ ବଡ଼ ପ୍ରତାରକ ତୁମେ ? ଭୁମି ଚନ୍ଦ୍ରଙ୍କୁ ସବୁ କଥା ଜଣେଇଥିଲା ଯେ ଭୁମିର ଚନ୍ଦ୍ରଙ୍କ ପ୍ରତି କେତେ ଭଲ ପାଇବା ଅଛି,  ତା ମଧ୍ୟ ଚନ୍ଦ୍ରଙ୍କୁ ଜଣା ଥିଲା । କାହିଁ ଭୁମି ତ କେବେ କିଛି ତୁମ ପାଖେ କୌଣସି କଥା ଲୁଚେଇନି ତା ହେଲେ ଚନ୍ଦ୍ର ତୁମେ ଭୁମି ସହିତ ଅତି ଭଦ୍ର ଲୋକ ଭଳି ଏତେ ଆତ୍ମୀୟ ସମ୍ପର୍କ ଯୋଡ଼ି ରଖିଥିଲ କାହିଁକି ? ହଁ ତୁମେ ସିନା ତୁମର ଭଲ ପାଇବାକୁ ଶବ୍ଦରେ ପ୍ରକାଶ କରିଲ ନାହିଁ, ହେଲେ ଭୁମିର ଭଲ ପାଇବା ବିଷୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଜ୍ଞାନ୍ ଥିଲେ । ଦୁଇ ଜଣଙ୍କ ଭିତରେ କେବଳ ବନ୍ଧୁତାର ହିଁ ପରିଚୟ । ତଥାପି ସାଙ୍ଗ ବୋଲି ଯଦି ଭାବିଥାନ୍ତ ତା ହେଲେ ବି ଭୁମିକୁ ସଫା ସଫା ପରିଷ୍କାର ଭାବରେ ସତ କହି ପାରିଥାନ୍ତ । ଯଦି ଭୁମି ତୁମକୁ ଭଲ ଲାଗୁ ନ ଥିଲା ,, କିମ୍ବା ତାହାର ଭଲ ପାଇବା ବି ସ୍ୱୀକାର ନ ଥିଲା, କିମ୍ବା ତା ସହିତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିଲ ତେବେ କାହିଁକି ପରିଚିତ ସମ୍ପର୍କ ରଖିଥିଲ ? ଏତେ ସମୟ ସେମାନେ କେବଳ ହୃଦୟର ସମ୍ପର୍କରେ ବାନ୍ଧି ହୋଇଥିଲେ । ଚନ୍ଦ୍ର ତୁମେ ବି ଜାଣ ଭୁମି ସବୁବେଳେ ସତ କହେ ଆଉ ସତ ହିଁ ଶୁଣିବାକୁ ପସନ୍ଦ କରେ , ସେଇଟା ଯେତେ କଷ୍ଟ ଦାୟକ ହେଉ ପଛେ । ହେଲେ କିଛି ନ କହି ନ ଜଣେଇ ହଠାତ ତୁମେ ଭୁମି ଜୀବନରୁ ଅଦୃଶ୍ୟ ହୋଇଗଲ । ଭୂମିକୁ କେତେ ଦୁଃଖ, କଷ୍ଟ, ଯନ୍ତ୍ରଣା ନ ଦେଲ, କେତେ ଆଘାତ ନ ଦେଲ ଚନ୍ଦ୍ର ? ତୁମେ ତ କହୁଥିଲ ଚନ୍ଦ୍ର ଯେ ଭୁମି ବହୁତ ହିଁ ଭଲ , ଭୁମି ତୁମ ହୃଦୟ ପରିଷ୍କାର, ଭୁମିର ହସ ତୁମକୁ ବହୁତ ଭଲ ଲାଗେ, ଆଉ କହୁଥିଲ ନା ଚନ୍ଦ୍ର ତୁମେ ସବୁବେଳେ ଭୁମିଏମିତି ହସୁଥାଉ । ତା ହେଲେ ଚନ୍ଦ୍ର କଣ ତୁମେ ଭୁମିର ଭଲ ଗୁଣ, ବିଶ୍ୱାସ, ଶାଶ୍ୱତ ଭଲ ପାଇବା ପାଇଁ , ସଚ୍ଚୋଟତା ପାଇଁ ଏମିତି ନିର୍ବାସନ ଦଣ୍ଡ ଦେଲ ?? ଏହା କଣ ସାରା ଜୀବନ ହସିବା ପାଇଁ ହିଁ ତୁମର ଉପହାର ଥିଲା ?

ଆଉ ଆଜି ହାଠାତ ୧୫ ବର୍ଷ ପରେ କହୁଛ ତୁମେ ଭୁମି ସହିତ କଥା ହେବାକୁ ଚାହୁଁଛ । ସପ୍ତାଶ୍ଚର୍ଯ୍ୟ ଲାଗୁଛି । ଭୁମି ତୁମକୁ ଆଭୟେଡ଼ ମଧ୍ୟ କରି ପଳେଇ ଆସିଥିଲା । କଥା ହେବାକୁ ଇଚ୍ଛା ଥିଲେ ମଧ୍ୟ ଭୁମିକୁ ଚନ୍ଦ୍ରର ସବୁ ଛଳନା, ଠକାମୀ, ମିଛୁଆ, ଭୀରୁ ପଳାତକ  କଥା ମନେ ପଡ଼ିଗଲା । ଯିଏ ଭଲ ପାଇବା ବଦଳରେ ଏତେ ଅଣଦେଖା, ଅବହେଳା, ଛଳନା କରି ପାରେ ସେପରି ବ୍ୟକ୍ତି ସହିତ କୌଣସି ସମ୍ପର୍କ ନ ରହିବା ହିଁ ଭଲ । ଭୁମି ତ କଥା ହେଲାନି । ପୁଣି ଆଉ ଗୋଟେ ଦିନ ପଛରୁ ଡାକିଲ, ତଥାପି ଭୁମି ଚନ୍ଦ୍ରକୁ ଦେଖିକି ବି ପଳେଇଗଲା । ଆଉ ସେଦିନ ସେଇ ଛକରେ ଟ୍ରାଫିକ ପାଖରେ ଚନ୍ଦ୍ର ବାଇକ ନେଇ ଆସିକି ଏତେ ବଡ଼ ପାଟିରେ "ଭୁମି" "ଭୁମି " ନାଁ ଧରି ପଛରୁ ଡାକିଲା ଯେ, ସେତେବେଳେ ଭୁମି ବି ବୁଝି ପାରିଲିନି କିଏ ଏତେ ଜୋରରେ ତା ନାଁ ଧରି ପଛରୁ ଡାକୁଛି ? ହେଲମେଟ ପିନ୍ଧିଥିଲା ବୋଲି  ଭୁମି ହଠାତ୍ ଚନ୍ଦ୍ରର ସ୍ୱର ବି ଜାଣିପାରିଲିନି । ଆଉ ଭୁମି ଯେବେ ପଛକୁ ବୁଲି ଦେଖିଲା ସେବେ ଚନ୍ଦ୍ର ବ୍ୟସ୍ତ ହୋଇ ହସିକି ତାକୁ ଡାକୁଛି। ସେଇ ଟ୍ରାଫିକ ପାଖରେ ଯେତେ ଲୋକ ଛିଡ଼ା ହୋଇଥିଲେ ସମସ୍ତେ ଭୂମିକୁ ଆଉ ଚନ୍ଦ୍ରକୁ ଦେଖୁଥିଲେ । ସେତେବେଳେ ଭୁମି କଣ କହିବ କଣ କରିବ ଜାଣିପାରିଲିନି । ଚନ୍ଦ୍ର ସମସ୍ତଙ୍କ ଆଗରେ କହିଲା ଯେ ସେ ଭୁମି ସହିତ କଥା ହେବାକୁ ଚାହୁଁଛନ୍ତି ଅଥଚ ଭୁମି ହିଁ କଥା ହେଉନି । ଏ କଥା ଶୁଣିଲା ପରେ ଭୁମି ଚନ୍ଦ୍ରଙ୍କୁ କହିଲେ ହଉ ଟ୍ରାଫିକର ଆଗ ରାସ୍ତାକୁ ଯାଉଛି ତୁମେ ଆସ । ଏତିକିବେଳେ ଟ୍ରାଫିକର ଗ୍ରୀନ ସିଗ୍ନାଲ ଦେଇଦେଲା ଆଉ ଭୁମି ଆଗକୁ ପଳେଇ ରାସ୍ତାର ଗୋଟେ ସାଇଡ଼ରେ ଗାଡ଼ି ରଖିକି ଛିଡା ହେଲା । ପ୍ରାୟ ୫/୭ ମିନିଟ ଅପେକ୍ଷା କରିଲା, ହେଲେ ଭୁମି ଜାଣି ପାରିଲାନି ଯେ ଚନ୍ଦ୍ର ଗଲେ କୁଆଡ଼େ ? ଏଇ ସମୟରେ ଭୁମି ଭାବିଲା ଯେ ସେଠାରୁ ପଳେଇବ। ହେଲେ ଦେଖିଲା ବେଳକୁ ଚନ୍ଦ୍ର ଆସି ତା ବାଇକକୁ ଭୁମି ଗାଡ଼ି ଆଗରେ ରଖିଲା । ହେଲେ ଭୁମି ପୁରା ଆଶ୍ଚର୍ଯ୍ୟ ଯେ ଚନ୍ଦ୍ର ତୁମେ କେଉଁ ବାଟେ ଆସିଲ ? ଭୁମି ତ ରାସ୍ତାକୁ ଅନେଇଥିଲା, ହେଲେ ଦେଖି ପାରିଲନି ଚନ୍ଦ୍ର କେତେବେଳେ ଆସି ତା ସମ୍ମୁଖରେ ଛିଡ଼ା ହୋଇଗଲେ ? ଭୁମି ଅନ୍ୟମନସ୍କ ଥିଲା ।

ଚନ୍ଦ୍ର ଚାହୁଁଥିଲା ଭୁମି ସହିତ ଅଧିକ ସମୟ କଥା ହେବା ପାଇଁ ହେଲେ ଭୁମିର କିଛି କାମ ଥିଲା ଆଉ ୧୦ମିନିଟ ସମୟ ଅଛି ଯାହା କଥା ହେବାକୁ ଚାହୁଁଛ ଶୀଘ୍ର ହୁଅ । ରାସ୍ତାରେ ଛିଡା ହୋଇ ଅଳ୍ପ ସମୟ ପାଇଁ ଭୁମି କଥା ହେଲା । ଚନ୍ଦ୍ର ଅଳ୍ପ ସମୟ କଥା ହେଇ ପାରିଲା ଆଉ ଦେଖିଲା ଭୁମି ବେଶୀ କିଛି କଥା ହେବାକୁ ଚାହୁଁନି । ଚନ୍ଦ୍ର ଭୁମିକୁ ମୋବାଇଲ ନମ୍ବର ମାଗିଲା ହେଲେ ଭୁମି ସଫା ସଫା ପଚାରିଲା ଫୋନ ନମ୍ବର ନେଇ କଣ କରିବ ? ଚନ୍ଦ୍ର କହୁଛନ୍ତି ଯେ ,ଦେଇଥାଅ ନମ୍ବର , ଯେବେ ମନରେ ବହୁତ ଦୁଃଖ କଷ୍ଟ ବଢ଼ି ଯାଉଛି ସେବେ ସେ କଥା ହେବ । ଭୁମି କହିଲା ଏବେ କାହିଁକି ଆଉ ମନ ଦୁଃଖ ହେବ ? ୧୫ବର୍ଷ ତ ଘର ସଂସାର କରିଛ । ପୁଣି କାହିଁକି ମନ ଦୁଃଖ ? ଆଗରୁ ଯେବେ ମୋବାଇଲ ନମ୍ବର ନେଇଥିଲ କେତେ ଥର ଭୁମିକୁ ଫୋନ କରିଥିଲ କି ? ଆଉ ତୁମେ ନିଜେ ତୁମର ସବୁ ଫୋନ ନମ୍ବର କାଟି ଦେଇଥିଲ , କାଳେ ଭୁମି ତୁମକୁ ଫୋନ କରି ଡିଷ୍ଟର୍ବ କିଛି କରି ପାରେ ବୋଲି । ହେଲେ ଭୁମି ତୁମ ଭଳିଆ ଛଳନାକାରୀ , ସଂକୀର୍ଣ୍ଣ ଚିନ୍ତାଧାରୀ, ବଦମାସ କି ଧୋକେବାଜ ନୁହେଁ ଯେ ଯାହାକୁ ନିଜ ଜୀବନରେ ଏତେ ବଡ଼ ଗୁରୁତ୍ବ ଦେଇଛି, ସେ ପୁଣି ତାକୁ କେବେ ହଇରାଣ କରିପାରିବ ? ଏତେ ବର୍ଷ ବିତିଗଲା ପରେ ବି କେବେ ଭୁମି ତୁମ ଜୀବନରେ ହସ୍ତକ୍ଷେପ କରିଛି ନା କେବେ ହଇରାଣ କରିଛି? ତୁମ ଭଳିଆ ଛୋଟ ଲୋକ ଆଉ କପଟୀ କେବେ ନିଷ୍କପଟ ସଚ୍ଚୋଟ ବ୍ୟକ୍ତିଙ୍କୁ ଚିହ୍ନି ପାରନ୍ତିନି ନା ତାଙ୍କ ସହିତ କେବେ ସମକକ୍ଷ ହୋଇପାରିବେ ।

 ଭୁମିର ଏପରି ଉଦାସୀନ ବ୍ୟବହାର ଦେଖି ଚନ୍ଦ୍ର କହିଲା କଣ ଭୁମି ତୁମେ ମୋ ଉପରେ ରାଗିଛ କି ? ରାଗିଛ ଯଦି ଯେତେ ଇଛା ମୋତେ ମାରିପାର । ହେଲେ ଏମିତି କଥା କୁହନି । ଭୁମି କହୁଛି, ହୁଁ ମୁଁ ପୁଣି ତୁମକୁ ମାରିବି ? ସେ ଅଧିକାର ଆଉ ମୋର ନାହିଁ । ତୁମ ଜୀବନରେ ମୋର ପରିଚୟ କଣ ?? ରାଗିବି କାହା ଉପରେ ? ଯିଏ ମୋତେ ଦୁନିଆରେ ସବୁଠୁ ପର ବୋଲି ପ୍ରମାଣିତ କରିସାରିଛି ।

ବାସ ଏତିକି କଥା ହେଇ ଭୁମି ବ୍ୟସ୍ତ ହେଲା ତା କାମରେ ଯିବା ପାଇଁ । ଆଉ ଚନ୍ଦ୍ର ଚାହୁଁଥିଲା, କହୁଥିଲା ଆଉ ଅଳ୍ପ ସମୟ ରହିଯାଅ ଭୁମି । ହେଲେ ଭୁମିର ଡେରି ହୋଇଯିବ ବୋଲି ସେଠୁ ସେ ପଳେଇଲା ସଙ୍ଗେ ସଙ୍ଗେ । ଫୋନ ନମ୍ବର ବି ଦେଲାନି । ଭୁମି ସିନା ପଳେଇଗଲା, ହେଲେ ଗାଡ଼ିର ମିରର୍ ରୁ ଦେଖୁଥାଏ ଚନ୍ଦ୍ର ସେମିତି ଛିଡ଼ା ହୋଇ ଚାହିଁଥାଏ ଭୁମିର ଯିବା ବାଟକୁ । ଭୁମିର ବି ମନ ଟିକେ ଦୁଃଖ ହେଉଥିଲା ଚନ୍ଦ୍ରର ଏପରି ଛିଡ଼ା ହେବା ଦେଖି ହେଲେ ଭୁମି ତାର କାର୍ଯ୍ୟସ୍ଥଳୀକୁ ପଳେଇଗଲା । ଦିନସାରା ସବୁ କାମ ସାରି ଭୁମି ରାତ୍ରି ଭୋଜନ ସାରି ଯେବେ ଶୋଇବାକୁ ଗଲା ତା ମନ ଭିତରଟା ବହୁତ କଷ୍ଟ ଲାଗୁଥିଲା, ତାର ହୃଦୟ ବହୁତ ଭାରି ଭାରି ଲାଗୁଥାଏ । ତା ଆଖିରେ ଖାଲି ଲୁହ । ଭୁମି ମନ ଭିତରେ କାନ୍ଦୁଥାଏ । କାହିଁକି ଚନ୍ଦ୍ର ହାଠାତ ଏତେ ବର୍ଷ ପରେ ତାକୁ ଦେଖା କରିଲେ ? କାହିଁକି ସେ କଥା ହେବାକୁ ଚାହୁଁଥିଲେ ? ଚନ୍ଦ୍ରଙ୍କର କଣ ଅସୁବିଧା ହୋଇଛି ? ଏମିତି ମନ ଭିତରେ ଅନେକ ପ୍ରଶ୍ନ ଆଉ ଅନେକ ପୁରୁଣା ସ୍ମୃତି ସବୁ ଜୀବନ୍ତ ହୋଇଗଲେ ।

ଭୁମି ଖାଲି ଈଶ୍ୱରଙ୍କୁ ପଚାରି ଚାଲିଥାଏ, ହେ ଈଶ୍ୱର ତୁମର ଏ କି ଲୀଳା ? ଯଦି ଭୁମି ଜୀବନରେ ଚନ୍ଦ୍ର ନ ଥିଲେ ଆଉ ତାଙ୍କୁ ସବୁଦିନ ପାଇଁ ଦୁରେଇ ଦେଇଥିଲ ତେବେ ଏତେ ବର୍ଷ ପରେ କଣ ପାଇଁ ସେ ଦେଖା ହେଲେ ? ଭୁମି ତ ସାରା ଜୀବନ ଏକାକୀ ବିତେଇ ଦେଇଛି । ଏତେ ସବୁ ପାରିବାରିକ ଝଡ଼ ଝଞ୍ଜାରେ, ବୟସ ବି କେତେବେଳେ ଚାଲି ଗଲାଣି, ତାହେଲେ ପୁଣି କାହିଁକି ଭୂମିର ହୃଦୟର ଯନ୍ତ୍ରଣାକୁ ଆହୁରି ବଢ଼ାଉଛ ? ନା  ଏକୁଟିଆ ବଞ୍ଚିବାକୁ ଦେଉଛ ନା ଚନ୍ଦ୍ରଙ୍କୁ ଭୂମିର ଜୀବନସାଥୀ କରେଇଲ ? ନା ଅନ୍ୟ କେହି ଜଣେ ହେଲେ ବି ଯୋଗ୍ୟ ଜୀବନସାଥୀଟିଏ ବି ଦେଲ ?? ତାହେଲେ ଏତେ ବୟସ ବିତିଯିବା ପରେ ପୁଣି କାହିଁକି ଚନ୍ଦ୍ର ଆସିଲେ ? ତାଙ୍କ ବିନା ବଂଚିବା କେତେ କଷ୍ଟକର ହୋଇଛି କଣ ପ୍ରଭୁ ତୁମକୁ ଅଜଣା ? ସେ  ଜୀବନରୁ ଗଲା ପରେ ମଧ୍ୟ ଭୁମି ଅନ୍ୟ କାହାକୁ ବି ସେଇ ସ୍ଥାନ ଦେଇ ପାରିଲାନି । ସେ ଆଜି ବି ମନ, ହୃଦୟ, ମସ୍ତିସ୍କ ଭିତରେ ଜୀବନ୍ତ । ହେ ଈଶ୍ୱର ! ଚନ୍ଦ୍ର ଯଦି ଭୁମିର ନୁହଁନ୍ତି ଅବା ତାଙ୍କ ଜୀବନରେ ଭୁମି ନାହିଁ ତା ହେଲେ କାହିଁକି ତାଙ୍କୁ ପୁଣି ଦେଖାଉଛ ?  ଜୀବନରେ କଣ ଦୁଃଖ, କଷ୍ଟ, ଯନ୍ତ୍ରଣାର ଅଭାବ ଥିଲା ଯେ ଆଉ ଥରେ ଆଉ କିଛି ବାକି ଥିଲା କଷ୍ଟ ପାଇବାକୁ , ସେଥିପାଇଁ ଭୂମିକୁ ଆହୁରି ଦୁର୍ବଳ କରୁଛ । ନା ଚନ୍ଦ୍ର ଦିନେ ଚିନ୍ତା କରିଲେ ନା ପ୍ରଭୁ ତୁମେ କେବେ ଚିନ୍ତା କରିଲ ? ଭୁମି କେମିତି ବଞ୍ଚିବ ? ଦରକାର ନାହିଁ କେହି । ଭୁମି ଏକା ବଞ୍ଚିଛି ଆଉ ଏକା ହିଁ ବଞ୍ଚିବ । ହେଲେ କୌଣସି କପଟୀ ବିଶ୍ୱାସ ଘାତକକୁ କେବେ ବି ଜୀବନରେ ସ୍ଥାନ ଦେଇପାରିବ ନାହିଁ ।

ଏକା ଏକା ସଂଘର୍ଷ କରି ଥକି ପଡିଥିଲେ ବି ସେ ଆଉ ଚନ୍ଦ୍ର ସହିତ କୌଣସି କଥା ହେବନି, କୌଣସି ପ୍ରକାର ଯୋଗାଯୋଗ କି ସମ୍ପର୍କ ରଖିବ ନାହିଁ । ଏହା ହିଁ ତାହାର ଦୃଢ଼ ନିଷ୍ପତି । ଜୀବନ ସାରା ଯେଉଁ ନୀତି, ନିୟମ, ସତ୍ୟ, ଧର୍ମ, ନ୍ୟାୟ ଆଉ ଆଦର୍ଶରେ ବଞ୍ଚିଛି ସେଇଟା ହିଁ ଭୁମି ପାଇଁ ଜୀବନର ମୂଲ୍ୟବୋଧ । ସେହି ମୂଲ୍ୟବୋଧକୁ ସେ କେବେ ବି ଛାଡ଼ି ପାରିବନି । 

ନିଶେଷ ହେଇଯିବ ପଛେ ଆଉ ଚନ୍ଦ୍ରକୁ କବେ ଦେଖିବ ନହିଁ,  ନା ମନେ ପକେଇବ। ସମସ୍ତ ସ୍ମୃତି ଏବେ ମୃତ ।  ଆଉ କିଛି ବି ସହି ହେବନି । ସମସ୍ତ ସହିବା ଶକ୍ତି ଆଉ ଧର୍ଯ୍ୟର ସୀମା ପାର ହୋଇଗଲାଣି । ଆଉ କୌଣସି ଛଳନା , ମିଥ୍ୟା, ଲମ୍ପଟତା ସହି ହେବନି ।  ହୃଦୟ, ମନ, ମସ୍ତିଷ୍କରେ ଅସହ୍ୟ ଯନ୍ତ୍ରଣା । ଚନ୍ଦ୍ର ଏବେ ଭୁମିକୁ ଯିବାକୁ ଦିଅ । ଏବେ ବିଦାୟ ଦିଅ ଚନ୍ଦ୍ର ...  ଭୁମୀ ଜୀବନରେ ଚନ୍ଦ୍ରର କୌଣସି ସ୍ଥାନ ନାହିଁ ।  ଶେଷ ବିଦାୟ ... ଶେଷ ପୂର୍ଣ୍ଣଚ୍ଛେଦ ।   


Rate this content
Log in

Similar oriya story from Tragedy