ଜୀବନ ଗୀତା-୨୯୦
ଜୀବନ ଗୀତା-୨୯୦
ଜୀବନର ଉପପାଦ୍ୟ
ଯିଏ ବୁଝି ପାରିଛି
ଶାନ୍ତି ଶୃଙ୍ଖଳାରେ ସିଏ
ସିନା ରହି ପାରିଛି ॥୦॥
ନିର୍ବିକାର ଭାବେ କର୍ମ କରିଯାଏ
ସାହସୀ ବୀର ସେ ଚିରକାଳ
ସହନଶୀଳତା ତାହାର ଧରମ
ପ୍ରଶଂସା ପାଇଁ ନୁହେଁ ବ୍ୟାକୁଳ
ସୁଖରେ ଦୁଃଖରେ
ସବୁ ସମୟରେ ସିଏ
ସମଭାବେ ରହିଛି ॥୧॥
ସହାନୁଭୂତିରେ ସବୁଠୁଁ ଆଗରେ
ସଭିଙ୍କ ସୁଖଦୁଃଖକୁ ବାଣ୍ଟେ
ସାମାନ୍ୟ କଥାକୁ ମାଜି ମୋଟକରି
ବସେନା ସିଏ କେବେବି ଆଣ୍ଟେ
ମନରେ ହୃଦରେ
ପର ଉପକାର କଥା
ସଦାବେଳେ ଭାବିଛି ॥୨॥