Manoranjan Panda

Tragedy

2  

Manoranjan Panda

Tragedy

ସେଲିଵ୍ରିଟି

ସେଲିଵ୍ରିଟି

3 mins
588



ସେଦିନ ଥାଏ ଫାଇନାଲ ରାଉଣ୍ଡ ପ୍ରତିଯୋଗିତା ।ଲଗ୍ନା ଖୁବ ଉତ୍ସାହିତ ।ଅଡିସନ ଠାରୁ ଆରମ୍ଭ କରି ସେମିଫାଇନାଲ ଯାଏ ସଵୁ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଷ୍ଟାଣ୍ଡିଙ୍ଗ୍ ଓଭିଶନ ମିଳିଥାଏ ଜଜ ମାନଙ୍କ ଠାରୁ ।ଏମିତିକି ପବ୍ଲିକ ଓପିନିୟନ ଭୋଟ ଵି ତା ସପକ୍ଷରେ ଯିବବୋଲି ସେ ଦୃଢନିଶ୍ଚିତ ।ଆରମ୍ଭ ହେଲା ପ୍ରତିଯୋଗିତା ।ସଵୁ ପର୍ଯ୍ୟାୟ ଭଳି ଏଥର ଵି ଲଗ୍ନାର ଶ୍ରେଷ୍ଠ ପ୍ରଦର୍ଶନ ।ହେଲେ ମିଳିନଥିଲା ଷ୍ଟାଣ୍ଡିଙ୍ଗ୍ ଓଭିଶନ ।ଲଗ୍ନା ଆଶଙ୍କା ରେ ।ଭଲ ପ୍ରଦର୍ଶନ ପରେ ଵି ଭଲ କମେଣ୍ଟ ମିଳିନଥିଲା ।ମନରେ ଭୟ ।ଛାତିରେ ଛାତିଏ କୋହ ।ଲଗ୍ନାର ସନ୍ଦେହ ବଢିଚାଲିଲା ।ଅନ୍ୟ ପ୍ରତିଯୋଗୀ ମାନଙ୍କ ର ପରଫରମାନସ ଦେଖିବାକୁ ଧର୍ଯ୍ୟ ନଥାଏ ।ତଥାପି ଆଶା ଆଉ ବିଶ୍ବାସ ରେ ଵସିରହିଥାଏ । ହଠାତ ଜଣେ ପ୍ରତିଯୋଗୀ ଚାମ୍ପିୟନ ହେଵେ ଵୋଲି ଦାବିକରିବା ସହ ଲଗ୍ନା ଆହୁରି ଭାଙ୍ଗି ପଡିଲା ।ଫଳ ପ୍ରକାଶ ପାଇଲା ।ଦାବିକରୁଥିବା ପ୍ରତିଯୋଗୀ ଚାମ୍ପିୟନ ମଧ୍ୟ ହେଲେ ।ଭୋ ଭୋ କରି କାନ୍ଦିବାକୁ ଲାଗିଲା ଲଗ୍ନା ।କୋଉ ଆଧାରରେ ଚାମ୍ପିୟନ ଵଛାଗଲା ତାକୁ ନେଇ ସମସ୍ତେ ଦ୍ଵନ୍ଦରେ ।ଏପରିକି ପବ୍ଲିକ ଭୋଟ ଵି ପ୍ରକାଶ ପାଇଲାନି ।ଲଗ୍ନା କିଛି ଵୁଝିପାରୁ ନଥିଲା ।ହେଲେ ତା ମା ଅନେକ କିଛି ବୁଝିସାରିଥିଲେ ।ସହରର ଏକ ପ୍ରତିଷ୍ଠିତ ହୋଟେଲରେ ସୋ ର ଡାଇରେକ୍ଟର ଙ୍କୁ ଦେଖାକରିବାକୁ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ଥିଲେ ଵି ବଢିଲା ଝିଅକୁ ନେଇ ରାତିରେ ଏକ ହୋଟେଲକୁ ଯିଵାଟା ଠିକ ଭାବିନଥିଲେ ମା । ସମ୍ପୂର୍ଣ୍ଣ ପ୍ରମାଣ ପାଇନଥିଲେ ଵି ଲଗ୍ନା ର ଵିଫଳତା ପଛର ରହସ୍ୟ ବୁଝିସାରିଥିଲେ ମା ।ହେଲେ ଝିଅକୁ ସେଲିଵ୍ରିଟି କରିଵା ସହ ଦୁନିଆରେ ଏକ ପରିଚୟ ସୃଷ୍ଟି କରିବା ପାଇଁ ମା ନିଷ୍ପତ୍ତି ନେଇସାରିଥାନ୍ତି ।ଯେକୌଣସି ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରିଵାକୁ ମନେମନେ ନିଷ୍ପତ୍ତି ନେଇସାରିଥାନ୍ତି ।ଲଗ୍ନା ଵି ଖୁଵ ଜିଦଖୋର ପିଲା ।ସଫଳ ନହେଵା ଯାଏ ସେ କଠିନ ପରିଶ୍ରମ କରିଚାଲିଥାଏ ।

ଦେଖ ମା ଏ ସୋ ଆମପାଇଁ ଶେଷ ସୋ ।ତୁ ଫାଇନାଲିଷ୍ଟ ।ତୋ ସହ ଆହୁରି ଆଠଜଣ ।ପାଞ୍ଚ ବର୍ଷ ତଳର ସେ ଦୁଖକୁ ଭୂଲିବାକୁ ହେଲେ ତତେ ବହୁତ କଷ୍ଟ କରିବାକୁ ପଡିବ । ମୁଁ ଡାଇରେକ୍ଟର ଅଙ୍କଲଙ୍କ ସହ କଥା ହେଇଛି ।ସେ ଵହୁତ ଭଲ ଲୋକ ।କାଲି ସାରାରାତି ମୁଁ ତାଙ୍କ ପାଖରେ ଥିଲି ଆଉ ତୋ ଵିଷୟରେ ସଵୁକଥା କହିଛି ।ସେ ମୁମ୍ଵାଇ ର ଲୋକ ।ତତେ କୋଉଠି ନେଇ ପହଞ୍ଚେଇ ଦେଵେ । ତୁ ହାରିଯାଇ ମନଦୁଃଖ କରି ଅଭିନୟ ଛାଡିବା କଥା କହିବାରୁ ସେ ତତେ ଵ୍ୟକ୍ତିଗତ ଭାବରେ ଭେଟି କିଛି ଟିପସ୍ ଦେଵାକୁ ଇଛାକରିଛନ୍ତି ।ଦେଖ ମା ଭଗବାନଙ୍କୁ ବି ଗଧପାଦ ଧରିବାକୁ ପଡିଥିଲା ।ଟିକିଏ କଷ୍ଟ କରିଦେଲେ ଜୀବନ ସାରା ଟଙ୍କା ,ସମ୍ମାନ ଆଉ ପ୍ରତିଷ୍ଠା କେତେକଣ ମିଳିବ ।ଦେଖ ମା ,ଅଙ୍କଲ ଙ୍କ ମନ କଷ୍ଟ ହେଲାଭଳି ଵ୍ୟଵହାର ଦେଖେଇବୁ ନାହିଁ ।କୈଣସି ପରିସ୍ଥିତି ରେ ଆମକୁ ଏ ସୋ ରେ ଚାମ୍ପିୟନ ହେଵାକୁ ପଡିବ ।ଠିକ ରାତି ୧୦ ଟା ।ଲଗ୍ନାର ମା ନିଜେ ଲଗ୍ନାକୁ ନେଇ ତାଙ୍କ ହୋଟେଲ ପାଖରେ ଥିବା ଏକ ଫାଇଭ ଷ୍ଟାର ହୋଟେଲରେ ଡାଇରେକ୍ଟର ଅଙ୍କଲଙ୍କ ସହ ପରିଚିତ କରେଇ ଫେରିଆସିଲେ ।ଅଙ୍କଲ ଙ୍କ ସହ କଥା ହେଇସାରିଲେ ଫୋନ କରିବାକୁ କହି ଫେରିଆସିଲେ ।

ରାତି ୧୨.୧୫ ରେ ଲଗ୍ନା ଫୋନରୁ କଲ ଆସିଲା ।କୋହକୁ ଚାପିରଖିପାରୁନଥାଏ ଲଗ୍ନା ।କିଛି କହିଵା ପୂର୍ଵରୁ ମା ସଵୁକିଛି ଵୁଝିସାରିଥିଲେ ।ଝିଅ ସୋ ରେ ଚାମ୍ପିୟନ ହେଵାଟା ଥୟ ।ହଠାତ ହୋଟେଲ ସାମ୍ନାରେ ଲାଗିଗଲା ମାଆ ଙ୍କ କାର ।ଲଗ୍ନା ଦୈଡିଆସି ବସିଗଲା ।ଖୁଵ ଜୋରରେ କାନ୍ଦୁଥାଏ ।ଏ ଲାଇନରେ ସଫଳତା ପାଇଵାକୁ ହେଲେ ଅନେକ କିଛି ଛାତି ଭିତରେ ଚାପିରଖି ସହିଯିଵାକୁ ପଡିବ ଲୋ ଧନ ।ରାତିରେ ଶୋଇ ପାରିଲାନି ଲଗ୍ନା ।କାନ୍ଦି କାନ୍ଦି ଆଖି ଫୁଲିଯାଇଥାଏ ।ନା କହିପାରୁଛି ନା ସହି ପାରୁଛି ।ଇଚ୍ଛା ବିରୁଧରେ ମାଆ ଵାଧ୍ୟ କରିବାରୁ ସେଦିନ ଫାଇନାଲରେ ଭାଗନେଲା ।ଆଉ ଅଭିନେତ୍ରୀ ହେଵାର ସ୍ବପ୍ନ ନଥାଏ ଲଗ୍ନା ର ।ବୁଝି ସାରିଥିଲା ସେ ପାଞ୍ଚବର୍ଷ ତଳେ ହାରିଥିବା ସୋ ର କାରଣ ।ଜାଣିଜାଣି ସୋ ରୁ ଵିଦାୟ ନେଵା ପାଇଁ ପୂର୍ବ ପ୍ରସ୍ତୁତ ସ୍କ୍ରିପ୍ଟ ଠାରୁ ଏକ ଭିନ୍ନ ସ୍କ୍ରିପ୍ଟରେ ଅଭିନୟ କଲା ।ବିନା ନିର୍ଦ୍ଦେଶନାରେ ହୋଇଥିବା ସ୍କ୍ରିପ୍ଟ ଦର୍ଶକ ଏବଂ ତାଙ୍କ ମାଆଙ୍କ ଆଶା ଭରସା ଵୁଡିଗଲା ଭଳି ଲାଗୁଥାଏ ।ସଵୁ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଲଗ୍ନା ର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଲା ।ଫଳାଫଳ ର ସମୟ ଆସିଗଲା ।ସମସ୍ତେ ଗମ୍ଭିର ଏବଂ ଭୟରେ । ହେଲେ ଲଗ୍ନା ହସୁଥାଏ ପାଞ୍ଚବର୍ଷ ତଳର କାହାଣୀ ଏବଂ ତାସହ ଘଟିଯାଇଥିବା ଦୁର୍ଘଟଣା କୁ ନେଇ ।ନା ହାରିଵାର ଭୟ ନା କିଛି ହରେଇଵାର ଭୟ ।କାରଣ ଉଭୟଙ୍କୁ ଖୁଵ ନିକଟରୁ ଦେଖିସାରିଛି ସେ ।ହଠାତ ଅତିଥି ମାନେ ମଞ୍ଚକୁ ଆସିଲେ ଏବଂ ଫଳାଫଳ ଘୋଷଣା ହେଲା ।

ଲଗ୍ନା ସାମନ୍ତରାୟ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ଏଵର୍ଷ ର ଚାମ୍ପିୟନ ହୋଇଛନ୍ତି ଏବଂ ପୁରଷ୍କାର ରାଶି ,ଟ୍ରଫି ସହ ଡାଇରେକ୍ଟର ସାର ତାଙ୍କର ପରଵର୍ତ୍ତି ଫିଲ୍ମ ପାଇଁ ଲଗ୍ନାଙ୍କୁ ନାୟିକା ଭାଵରେ ନେଵା ପାଇଁ ଘୋଷଣା ସହ ସରିଗଲା ପୁରସ୍କାର ବିତରଣ ଉତ୍ସଵ । ଲଗ୍ନାର ମାଆ ଖୁସିରେ ନାଚି ଉଠୁଥିବା ବେଳେ ଲଗ୍ନାର ଦୁଇ ଆଖିରୁ ଦୁଇଧାର ଲୁହ ବୋହିଚାଲିଥାଏ ...........................


రచనకు రేటింగ్ ఇవ్వండి
లాగిన్

Similar oriya story from Tragedy