STORYMIRROR

Manoranjan Panda

Tragedy

3  

Manoranjan Panda

Tragedy

ସାଵତ ମା'

ସାଵତ ମା'

3 mins
721


ଡ. ଗଡନାୟକ ପ୍ରସୂତି ଓ ସ୍ତ୍ରୀ ରୋଗ ଵିଭାଗର ପ୍ରଫେସର ।ରୋଗୀ ଦେଖିସାରି ଲଞ୍ଚ ପାଇଁ ପ୍ରସ୍ତୁତ ହେଉଥାନ୍ତି ।ହଠାତ ଦୁଇଜଣ ଲୋକ ଗୋଟେ ବିଷ ଖିଆ ପେସେଣ୍ଟ ଧରି ପହଞ୍ଚିଗଲେ ହସ୍ପିଟାଲରେ ।ଆଉଟଡୋର ଡ୍ୟୁଟି ଥିଵାରୁ କେଶଟା ନିଜ ଵିଭାଗର ନହେଲେ ଵି ପ୍ରାଥମିକ ଚିକିତ୍ସା କରି ଉପଯୁକ୍ତ ଵିଭାଗକୁ ରେଫର କରିବାକୁ ପଡିବ । ଇଞ୍ଜେକ୍ସନ ,ସାଲାଇନ ସହ ପଟାସ ପାଣି ଦ୍ଵାରା ଵିଷ ଉଗାଳିବାକୁ ଚେଷ୍ଟା କଲେ । ହେଲେ ପେସେଣ୍ଟ ବିଷ ପିଇଵାର କାରଣ ମଧ୍ୟ ଡାକ୍ତର ଜାଣିବା ଜରୁରୀ ।ଵହୁ ଚେଷ୍ଟା ପରେ ଵି ସେମିତି କିଛି ତଥ୍ୟ ମିଳିନଥିଲା ।ଏମିତିକି ପେସେଣ୍ଟ କୁ ହସ୍ପିଟାଲ ଆଣିଥିବା ଲୋକ ମାନେ କେଵଳ ବିଷ ପିଇଵା ଛଡା ,ପିଇବାର କାରଣ ଜାଣିନଥାନ୍ତି ।ଡ. ଗଡନାୟକ ଖୁଵ ସ୍ନେହୀ ।ରୋଗୀମାନଙ୍କ ପାଇଁ ସେ ରକ୍ତ ସମ୍ପର୍କ ଠାରୁ ବି ଆହୁରି ନିଜର ହୋଇପଡନ୍ତି । ଏମିତିକି ଏଇ କେତେ ଦିନ ଭିତରେ ରୋଗୀର ଵି ନିଜର ହୋଇପଡନ୍ତି ।

        ଦୁନିଆ ଠାରୁ ଦୂରରେ ଥିବା ଅନେକ ସତକଥା ଵି ପଦାକୁ ଆସିଲା । ଅତିନିଜର ଲୋକ ଭଳି ଅସରନ୍ତି ଅକୁହା କଥା ଡକ୍ଟର ଙ୍କ ପାଦତଳୁ ମାଟି ଖସିଗଲା ଭଳି ହୃଦୟ ଵିଦାରକ ଥିଲା ।ସତରେ କଣ ଜଣେ ମା' ଏମିତି କରିପାରେ ??? ସମ୍ଭ୍ରାନ୍ତ ପରିବାରର ମହିଳା, ସାମାଜିକ ପ୍ରତିଷ୍ଠା ବି ଅଛି ,ହେଲେ କଣ ପାଇଁ ଏମିତି କରନ୍ତି ସେ ? ଦୀର୍ଘ ତିନିମାସ ଧରି ନିଜ ପୁଅକୁ ଖାଦ୍ୟରେ ବିଷ ଦେଇ ମାରିବାର ଉଦ୍ୟମ କଣ ପାଇଁ ? ଘରର ଚାକର ମନୁକାକା ନଥିଲେ ତ ପିଲାଟି ତିନିମାସ ପୂର୍ଵରୁ ଦୁନିଆ ଛାଡି ସାରନ୍ତାଣି । ଘରର ଚାକର ସଵୁକିଛି ର ଆଭାସ ପାଇ ମା' ଦେଉଥିବା ଖାଦ୍ୟ ନଖାଇ ବା ପାଇଁ ରାଣ ନିୟମ ଦେଇ ଆଜିଯାଏ ଜୀଵନ ମରଣ ଭିତରେ ପାଚେରି ହୋଇ ଠିଆ ହୋଇଛନ୍ତି । ସେଦିନ ମନୁକାକା ନଥିବାରୁ ବିଷତକ ସଵୁ ରାଜେନ୍ଦ୍ର ବାବୁଙ୍କ ପେଟକୁ ଯାଇଛି ।ଏସଵୁ ଘଟଣା ଶୁଣି ଡ. ଗଡନାୟକ ଆହୁରି ସମ୍ଵେଦନଶୀଳ ହୋଇପଡନ୍ତି ।ହଠାତ ହସ୍ପିଟାଲରେ ମା'ଙ୍କ ଆଵିର୍ଭାବ ଡକ୍ଟର ଙ୍କୁ ସାମାନ୍ୟ ସାନ୍ତ୍ବନା ଦେଵା ସହ ହଜାରଗୁଣ ଆଶ୍ଚର୍ଯ୍ୟ ବି କରିଥିଲା । ଖୁଵ ପରିଚିତ ମହିଳା ଜଣକ ।ବାରମ୍ଵାର ତାଙ୍କ ପ୍ରାଇଭେଟ କ୍ଲିନିକ କୁ ଆସନ୍ତି ।ପୁଅଟିଏ ପାଇଁ ବ୍ୟାକୁଳତା ପ୍ରକାଶ କରନ୍ତି ।ହେଲେ ,ଏତେ ଵଡ ,ଏତେ ସୁନ୍ଦର ପୁଅଟିଏ ଥାଉଥାଉ ଆଉ ଗୋଟେ ପୁଅ ପାଇଁ ଏତେ ଵ୍ୟାକୁଳ କାହିଁକି ସେ ??

      ରାଜେନ୍ଦ୍ର ଏଵେ ପ୍ରାୟ ସୁସ୍ଥ ।ଵଞ୍ଚିବା ଅସମ୍ଭଵ ଲାଗୁଥିବା ପେସେଣ୍ଟ ଉଠି ଵସିବ ,ଏ ଵିଶ୍ବାସ ଵି ଡ. ଗଡନାୟକ ଛାଡିଦେଇଥିଲେ । ନିଜ ମା'ଙ୍କ ଵିଷୟରେ ଏତେ ସଵୁ ଜାଣିବା ପରେ ସେକଣ ସେ ଘରକୁ ଫେରିବା ପାଇଁ ଇଛା କରିବେ ?? ଏମିତିରେ ସେ ପିଲାଟିକୁ ନିଜ ପ୍ରାଇଭେଟ କ୍ଲିନିକ ର ଦେଖାଶୁଣା ପାଇଁ ରଖିବାର ମନସ୍ତ କରିସାରିଥାନ୍ତି ଡକ୍ଟର ।ହେଲେ ପ୍ରକୃତ ଘଟଣାଟିକୁ ଜାଣିଵାର ପ୍ରଚେଷ୍ଟା ଛାଡିନଥାନ୍ତି ଡକ୍ଟର ।ସତ ଯାହାଥିଲା ତାଙ୍କୁ ଚକିତ କରିଦେଲା ।

       ଆଜିକୁ ୨୮ ଵର୍ଷ ତଳେ ରାଜେନ୍ଦ୍ର ଵାଵୁ ଏ ମହିଳାଙ୍କ ସାନ ଭାଉଜ ଙ୍କ ଗର୍ଭରୁ ଜନ୍ମ । ସମାନ ଦିନରେ ମହିଳା ଜଣକ ଗୋଟେ ଶିଶୁ କନ୍ୟାକୁ ଜନ୍ମଦେଇ ହତାଶ ହେଵା ସହ ଵାରମ୍ଵାର ସେନସଲେସ ହୋଇପଡୁଥିଲେ । ନିଜ ଗେହ୍ଲି ନଣନ୍ଦଙ୍କ ଦୁଖ ସହିନପାରି ଅଳ୍ପ କେତେ ମିନିଟ ବ୍ୟଵଧାନରେ ଜନ୍ମହୋଇଥିଵା ତାଙ୍କ ଶିଶୁ ପୁତ୍ରଟିକୁ ନଣନ୍ଦଙ୍କ କୋଳରେ ଛାଡିଦେଇ ତାଙ୍କର ଶିଶୁ କନ୍ୟାକୁ ମାତୃତ୍ଵର ଅନାଵିଳ ସ୍ନେହ ଦେଇ କୋଳେଇ ନେଲେ ।ହେଲେ ଚାରିଵର୍ଷ ବୟସରେ ଏକ ଆକ୍ସିଡେଣ୍ଟରେ ଶିଶୁକନ୍ୟାଟି ତା ମା'ଙ୍କ ସହ ଆରପାରିକୁ ଚାଲିଗଲା । ହେଲେ ,ନିଜ ଗର୍ଭରୁ ପୁତ୍ର ସନ୍ତାନଟେ ସୃଷ୍ଟିକରି ତା ପାଦତଳେ ଦୁନିଆର ସଵୁ ସୁଖ ଅଜାଡି ଦେଵାକୁ ପାଗଳ ହୋଇପଡିଥିଲେ ମହିଳା ଜଣକ । ସେ ଏଵେ ଅନ୍ତସତ୍ଵା ।ଏମିତିକି ତାଙ୍କ ପେଟରେ ବଢୁଥିବା ଶିଶୁଟି ଏକ ପୁତ୍ର ସନ୍ତାନ ।ତେଣୁ ସେ ସାଵତ ପୁଅକୁ ରାସ୍ତାରୁ ହଟେଇ ଦେଇ ନିଜ ରକ୍ତରୁ ଜାତ ସନ୍ତାନକୁ ପୁଅର ଅଧିକାର ଦେଵା ପାଇଁ ଏସବୁ ଏକ ଯୋଜନା ଵୋଲି ଜାଣିପାରିଲେ ଡ.ଗଡନାୟକ ।

    ବାସ୍......... ।ମୁଣ୍ଡରେ ହାତଦେଇ ଵସିପଡିଲେ ଡକ୍ଟର ।ସତରେ କଣ ଜଣେ ମା'ଏତେ ହିଂସ୍ର ହୋଇପାରେ ? ନିଜ ଛାତିରୁ କ୍ଷୀର ଦେଇ ହାଡ ମାଂସ କୁ ବଳିଷ୍ଠ କରିଥିବା ମା' କଣ ତା ପୁଅକୁ ବିଷ ଦେଇପାରେ ।ଏମାନଙ୍କୁ ମା' କୁହାଯାଇପାରେନି ।ଏମାନେ ମା ' ନାଆଁ କୁ କଳଙ୍କିତ କରୁଥିବା ଡାହାଣୀ ଆଉ ମାୟାବିନୀ ।ଖୁଵ ଯୋରରେ ଚିତ୍କାର କରି ଏସବୁ କହୁଥାନ୍ତି ଡ.ଗଡନାୟକ । ହେଲେ ,ସେ ନିଜେ କଣ କମ ଦୋଷୀ କି ??????ବିଷଦେଇ ପୁଅକୁ ମାରିବା ଷଡଯନ୍ତ୍ର ରେ ସେ ଵି ସାମିଲ । କାରଣ ସେଦିନ ତାଙ୍କ ପ୍ରାଇଭେଟ କ୍ଲିନିକ ରେ ଅଲଟ୍ରାସାଉଣ୍ଡ କରି ତାଙ୍କ ପେଟରେ ବଢୁଥିବା ଛୁଆଟି ଏକ ଶିଶୁ ପୁତ୍ର ଵୋଲି ସେ ନିଜେ ମହିଳା ଜଣକୁ ଜଣେଇଛନ୍ତି ।ଡ. ଗଡ଼ନାୟକ ନିର୍ଵାକ ,ଅଣନିଶ୍ଵାଶୀ ଏବଂ ଲଜ୍ଜିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy