STORYMIRROR

AKSHYA KUMAR MISHRA

Tragedy Others

3  

AKSHYA KUMAR MISHRA

Tragedy Others

ସେ ବୁଢା

ସେ ବୁଢା

4 mins
425

                                


ଏମିତି ମୁଁ ବି ଭାବୁଥିଲି । ଜେଜେଙ୍କ କୋଳରେ ଖେଳି ମୁଁ ବି ବଡ ହୋଇଛି ।ତାଙ୍କରି କୋଳରେ ମୋର ପିଲାଦିନ କଟିଛି ।ଭାବୁଥିଲି ବାପା ଘରକୁ ଆସିବା ପରେ ମୋ ପୁଅ ସହ ତାଙ୍କର ସମୟ କଟି ଯିବ । ହେଲେ ପୁଅ ତାଙ୍କ ସାମ୍ନାକୁ ବି ଯାଉନି ।ବାପା କେବେ ଗାଁ କୁ ଆସନ୍ତିନି ,ପୁଅ ତ କେବେ ତାଙ୍କୁ ଦେଖିନି ,ଅବସର ପରେ ବି ସେ ଗାଁ କୁ ଆସୁନଥିଲେ କେବେ କେବେ ବଡ ଭାଇଙ୍କ ପାଖକୁ ଆମେରିକାରେ ଯାଇ ରୁହନ୍ତି କିନ୍ତୁ ଗାଁ କୁ କେବେ ବି ଆସନ୍ତିନି । କିଛିଦିନ ଗଲେ ସବୁ ବଦଳି ଯିବ । ହେଲେ ସେମିତି କିଛି ବଦଳିଲାନି । ମୋ ପୁଅ ଏବେ ବି ବାପାଙ୍କୁ ଦେଖି ବାଟ କାଟି ଚାଲି ଯାଏ । କାଲି ଘରକୁ ଆସ କଥା ହେବା ।

ଏମିତି କହି ବିନୋଦ ଚାଲିଗଲା । ସକାଳୁ ସଞ୍ଜ କେହି ଜଣେ ବି ଦେଖା ଦେଲେନି ।ସେ ବଉଳ ମୂଳ ପିଣ୍ଡିରେ ତର୍କ ବିତର୍କ ତ କିଛି ନହେଲେ ରାଜନୀତି ଚର୍ଚ୍ଚା ତ ନିଶ୍ଚୟ ହବ। କଥା । ଶେଷରେ ମନ୍ଦିରରେ ସନ୍ଧ୍ୟା ଆଳତିରେ ଅପେକ୍ଷା କଲି ।ସେଠାରୁ ବି ନିରାଶ ହୋଇ ଫେରିଲି । ଆଉ ଭାଗବତ ଟୁଙ୍ଗି ,ସେ ବି ଖାଲି ପଡିଛି । ସେ ବୁଢା ଯାକ ଯେ ଆରପାରିକୁ ଚାଲି ଗଲେଣି ଏ କଥା ସ୍ପଷ୍ଟ ବୁଝାପଡୁଥିଲା । ଯଦି ବା କେହି ବଂଚିଥିବେ ସେ ବି ଆର ପାରିକୁ ଯିବା ଅପେକ୍ଷାରେ ଥିବେ ।ଶୁଣିଚି କେତେଜଣ ଏବେ  ଗାଁ କୁ ଫେରିଛନ୍ତି । ଏମାନେ କିନ୍ତୁ ବୁଢା ନୁହନ୍ତି ଅବଶ୍ୟ ଅବସର ନେଇ ସାରିଲେଣି ,କିନ୍ତୁ ଏମାନଙ୍କର ଏବି ବି କଳା ମଚ ମଚ କେଶ । ବୟସ ତ ହେଲାଣି ହେଲେ କାହାର ସାହସ ଅଛି ଏମାନଙ୍କୁ ବୁଢା କହିବ ?ଏମାନେ କେବେ ଗାଁ କୁ ଆସନ୍ତିନି ।ଜୀବନଯାକ ଅନେକ ଧନ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଚାଲି ଚଳନ ବେଶ ପୋଷାକ କଥା ବାର୍ତାରୁ ଅହଂକାରର ବାସ୍ନା ଆସେ ।ଏମାନେ କେବେ ଏକାଠି ବଉଳ ପିଣ୍ଡିରେ ବସନ୍ତିନି କି ମନ୍ଦିରକୁ ସନ୍ଧ୍ୟା ଆରତୀରେ ଯାଆନ୍ତିନି ।ଅବସର ପରେ ଏମାନଙ୍କୁ ଗାଁ କଥା ମାନେ ପଡିଛି । ଗାଁ ର ଛୋଟ ବଡ ସମସ୍ତେ ଏମାନଙ୍କୁ ବଡ ବଡ ଆଖିରେ ଚାହାନ୍ତି । ଆଉ ଏମାନଙ୍କୁ ଅଳ୍ପ ବହୁତ ଚିହ୍ନି ଥିବା ନିଜ ନାତି ନାତୁଣୀ ମାନେ ଏମାନଙ୍କ ସାମ୍ନାକୁ ବି ଯିବାକୁ ଡରନ୍ତି ।

ପରଦିନ ବିନୋଦ ଘରେ ପହଂଚିଲି ।ଘର ସାମ୍ନାରେ ଏତେ ବଡ ପାଚେରୀ ,ଫାଟକ ବାହାରୁ ଇଂରାଜୀ କୁକୁର ତା ଲାଞ୍ଜ ହଲାଇ ଏପଟ ସେପଟ ହଉଥାଏ ।

:କିଏ ?

କଲିଙ୍ଗ ବେଲ ଶୁଣି ଗୁରୁ ଗମ୍ଭୀର ଶବ୍ଦରେ ପଚାରିଲେ । ପରିଚୟ ଦେଲା ପରେ ଫାଟକ ଖୋଲି ଭିତରକୁ ଯାଇ ପ୍ରଣାମ ଜଣାଇଲି ।

ଅବିକଳ ଜେଜେଙ୍କ ପରି ଦେଖା ଯାଉଥିଲେ ବିନୟ ମଉସା ।

:ବିନୋଦର ସାଙ୍ଗ ? କରୁଛ କଣ?କେତେ ପଇସା ପାଉଚ ?

:ବେସରକାରୀ ସଂସ୍ଥାରେ କାମ କରୁଛି ପନ୍ଦର ଷୋଳ ମିଳୁଛି ।

ବିନୟ ମଉସାଙ୍କ ମୁଖ ମଣ୍ଡଳରେ ହଟାତ କେମିତି ଗୋଟେ ବ୍ରିତୃଷ୍ଣାର ଭାବ ଚାଲିଆସିଲା ।

:ବେସରକାରୀ ସଂସ୍ଥା ବା କେତେ ଦରମା ଦେବେ ? ସରକାରୀ ଚାକିରୀ ପାଇଁ ଚେଷ୍ଟା କରିଥାନ୍ତ ? ଏତେ କାମ ଦରମାରେ କେମିତି ଚଳିବ ବଡ ପୁଅ ଆମେରିକାରେ ରୁହେ ।ଦୁଇ ଦୁଇ ଟା ସରକାରୀ ଚାକିରୀ ଛାଡି ସେଠି ଚାକିରୀ କଲା ।ସରକାରୀ ଅପେକ୍ଷା ସେଠାକାର ବେସରକାରୀଦରମା ଦଶ ଗୁଣ ।ସାନ ପୁଅ ଗାଁ ରେ ରହି ଗଲା । ମୋ କଥା ଶୁଣିଲାନି ତାକୁ ଇଂରାଜୀ ସ୍କୁଲରେ ପଢ଼ିବା ପାଇଁ ଭୁବନେଶ୍ୱର ଡ଼ାକିଥିଲି ।ସେ ମାନିଲାନି ଏବେ ଚାକିରୀ ନପାଇ ବ୍ୟବସାୟ କରୁଛି ।ମୋ ନା ପକେଇଦେଲା । ଛୋଟ ବଡ ,କମ ବେଶୀ ଏମିତି ଅନେକ କିଛି କହି ଚାଲିଲେ ।

ଜେଜେ ଥିଲା ବେଳେ ଏ ଘରକୁ ମୁଁ ନିର୍ଦ୍ୱନ୍ଦରେ ପ୍ରବେଶ କରୁଥିଲି ।ନା ଥିଲା ପାଚେରୀ ନା ଇଂରାଜୀ କୁକୁର । ପାନ ଖଣ୍ଡେ ଦେଇଦେଲେ ଜେଜେ କୁଣ୍ଢେଇ ପକାଉ ଥିଲେ ।ଶାସ୍ତ୍ର ପୁରାଣରେ ପ୍ରବୀଣ,କେବେ ନୀତି ଶାସ୍ତ୍ର ତା କେବେ ଗୀତ ଜ୍ଞାନ  ତାଙ୍କ ଠାରୁ ମୁଁ ଅନେକ କିଛି ଶିଖିଚି ।ସେମିତି ଆଉ କେତେଜଣ ଥିଲେ । ଗାଁ ର ସବୁ ଅନୁଷ୍ଠାନରେ ତାଙ୍କୁ ଖୋଜା ଯାଏ ।ସେମାନଙ୍କ ଅଭିଜ୍ଞାତାରେ ଭବିଷ୍ୟତ ପିଢ଼ିକୁ ଯେଉଁ ଦିଗଦର୍ଶନ ମିଳୁଥିଲା ତାହା ଏ ମାନଙ୍କ ପାଖରୁ ଆଶା କରିବା ବୃଥା । ହୁଏ ତା ଶିକ୍ଷା ଦୀକ୍ଷା,ଧନ,ପ୍ରତିଷ୍ଠାରେ ଏ ମାନେ ବହୁ ଆଗରେ କିନ୍ତୁ ସବୁ ଥାଇ ବି ଭବିଷ୍ୟତ ପିଢ଼ି ପାଇଁ ଏମାନଙ୍କ ହାତ ଖାଲି ।ବିନୟ ମଉସାଙ୍କ ପ୍ରତିଟି ପ୍ରଶ୍ନ ମୋ ସ୍ୱାଭିମାନକୁ କ୍ଷତ ବିଖ୍ୟତ କରି ଚାଲିଥିଲା ।

:ଏଇତ ତ ବିନୋଦ..

ମଉସା ମୁଁ ଆସୁଛି କହି ଚାଲି ଆସିଲି । ଆମେ ମନ୍ଦିର ଆଡେ ଚାଲିଗଲୁ ।

:ଜେଜେ ଚାଲିଗଲା ପରେ ଜଣଙ୍କ ପରେ ଜଣେ ତାଙ୍କ ସାଙ୍ଗର ସମସ୍ତେ ଚାଲିଗଲେଣି ।ଆମ ଘରକୁ ଆଉ ସେମିତି କେହି ଆସୁନାହାନ୍ତି । ସତ କଥାଟା ହେଲା ସାଇ ପଡିସାଙ୍କର ଆମ ଘରକୁ ଯିବା ଆସିବା ବାପାଙ୍କୁ ପସନ୍ଦ ନଥିଲା ।ତେଣୁ ସେ ପାଚେରୀ ଉଠେଇ ଦେଲେ ।

:ଆଉ ବଡ ଭାଇ ?

:ସେ ତ କେବେ ଆସନ୍ତିନି । ଜେଜେ ଚାଲି ଯିବାର ଆଠ ଦିନ ପରେ ଆସିଥିଲେ । ଶୁଣୁଛି ସେ ଆମେରିକାରୁ ଆଉ ଆସିବାକୁ ଚାହୁଁ ନାହାନ୍ତି ।ସେ ଦେଶର ନାଗରିକ ହୋଇ ରହିବାକୁ ଇଚ୍ଛା କରିଛନ୍ତି ।

ବାପା ସେଥିରେ କିଛି ବି ହସ୍ତକ୍ଷେପ କରୁ ନାହାନ୍ତି । ସେ କୁହନ୍ତି ମୋ ପୁଅ ଆମେରିକାର ନାଗରିକ ହେଲେ ମୋ ପାଇଁ ଗର୍ବ ।

ଏମିତି ଚିନ୍ତାଧାରା ଯେ ଆମ ସଭ୍ୟତାକୁ ବିପଥଗାମୀ କରୁଛି ଏ କଥା ଏ ବୟୋଜ୍ୟେଷ୍ଠ ବୁଦ୍ଧିଜୀବୀ ମାନେ ବୁଝୁନଥିଲେ କିମ୍ବା ସବୁ ବୁଝି କି ବି ଜାଣି ଶୁଣି ଭବିଷ୍ୟତ ପିଢ଼ିକୁ ବିପଥ ଗାମୀ କରୁଥିଲେ ।

ଜେଜେ ବାପା ଯେ ଅଙ୍କ ଶିକ୍ଷକ ଥିଲେ ମୁଁ ଜାଣି ନଥିଲି । ସେଦିନ ପଛରୁ ଡାକି ଦେବାରୁ ବିରକ୍ତି ଭାବରେ ମୁଁ ଅଟକି ଗଲି...

:ଏ ଖରା ବେଳେ କୁଆଡେ କିରେ ?

:ଅଙ୍କ ସାରଙ୍କ ଘରକୁ , ଅଙ୍କ ବୁଝିବାକୁ ,ତୁମେ ପଛରୁ ଡାକିଦେଲ ଯେ ?

:ତୋ ଅଙ୍କ ମାଷ୍ଟର କଣ ମୋ ଠୁ ବେଶୀ ଜାଣିଚି ?

ମତେ ଘରକୁ ଡାକି ଅଙ୍କ ବୁଝାଇ ଦେଲେ ସୂତ୍ର ଯାକ ସବୁ ବୁଢା ମୁହଁରେ ଥିଲା । ପରୀକ୍ଷା ଫଳ ବାହାରିବା ପରେ ମୁଁ ଜେଜେଙ୍କୁ ଜଣାଇଲି ଜେଜେ ହସି ହସି କହିଥିଲେ ଏ ପରୀକ୍ଷା ତ କିଛି ନୁହେ ଜୀବନ ଯୁଦ୍ଧ ରେ ଯୋଉ ପରୀକ୍ଷା ଆସିବା ତାକୁ ଜିଣିଲେ ଦସ ଜଣେ ରେ ଜଣେ ହବୁ । ମୁଁ କେତେ ମଣିଷ ତିଆରି କରିଛି ।କେବେ ପଛ ଘୁଞ୍ଚା ଦେବୁନି ଯଦି ସୂତ୍ର ନ ପାଇବୁ ମୋ ପାଖକୁ ଆସିବୁ । ସେ ସୂତ୍ର ସେ ବୁଢା ପାଖରେ ରହି ଗଲା ନିଜକୁ ବଡ ଅସହାୟ ମାନେ କରୁଥିଲି ସେ ବୁଢା ଯେ ଆଉ ଫେରିବନି ଆଉ ଏମାନଙ୍କୁ ବୁଢା କହିବାର ସାହସ କାହାର ଯେ ଅଛି ଯେ…?


Rate this content
Log in

More oriya story from AKSHYA KUMAR MISHRA

Similar oriya story from Tragedy