STORYMIRROR

Jayaprakash Choudhury

Tragedy

3  

Jayaprakash Choudhury

Tragedy

ରଫୁ

ରଫୁ

2 mins
14.8K


ବବୁଲୁ ସେଦିନ , ମାଆ " ଦେଇଥିବା କପଡା ଓ ନିଜର ପ୍ୟାଣ୍ଟ ସାର୍ଟ ଇସ୍ତ୍ରୀ ଇସ୍ତ୍ରୀ କରି ସାରି ଆଲମିରାରେ ରଖିବା ବେଳେ । ମା 'କୁ ଡାକି ଆଲମିରାରେ ଥିବା ନିଜ ବ୍ୟାଗରୁ 2000 ଟଙ୍କା ବାହାରକରି ମା କୁ ଧରାଇଦେଲା ଓ କହିଲା ମା ' ମୋର ଏବେ ପ୍ୟାଣ୍ଟ ,ସାର୍ଟ ,ଜୋତା କିଛି ଦରକାର ନାହିଁ । ତୁମେ ଏ ଟଙ୍କା ବାପାଙ୍କୁ ଦେଇଦିଅ ।ଏତକ କହି ସେ ଆରପଟ କୋଠରୀକୁ ଚାଲିଗଲା । ମା ଟଙ୍କା ତକ ହାତରେ ଧରି ଆଶ୍ଚର୍ଯ୍ୟ ହୋଇ ଭାବୁଥିଲେ । ଯେଉଁ ପିଲା +2 ବିଜ୍ଞାନରେ 90% ନମ୍ବର ରଖିଲେ ନୂଆ ପ୍ୟାଣ୍ଟ ସାର୍ଟ ସହିତ ଜୋତା ଓ ଘଣ୍ଟା କିଣିବ ବୋଲି ସର୍ତ୍ତ ରଖିଥଲା ଏବଂ ପରୀକ୍ଷା ଫଳ ବାହାରିବା ପରେ ,ତା ବାପା 2000 ଟଙ୍କା ଦେଇଥିଲେ ବୋଲି ରୂଷିକରି ପୂରା ଗୋଟିଏ ଦିନ ଉପବାସ ରହିଥିଲା ସେ ଆଜି 2000 ଟଙ୍କା ଫରେଇ ଦେଲା କାହିଁକି ? ଏ ପ୍ରଶ୍ନ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା ,ସେ କିଛି ବୁଝିବା ପୂର୍ବରୁ ,ପୁଣି ବବୁଲୁ କିଛି ଇସ୍ତ୍ରୀ କରାଯାଇଥିବା କପଡା ଧରି ଆଲମିରା ପାଖକୁ ଆସିଲା ,ମା ତାକୁ ପଚାରିଲେ କଣ ହେଲା ଧନ ,ଟଙ୍କା ତକ କାହିଁକି ଫରେଇ ଦେଲୁ ,କଣ ଟଙ୍କା କମ ପଡିଗଲା ?? ତୁ ପରା ଆଜି ସନ୍ଧ୍ୟାରେ ସଫିଙ୍ଗ କରିବାକୁ ଯିବାକଥା ,ବବୁଲୁ କିଛି ନକହି ଛଳ ଛଳ ଆଖିରେ ବାପାଙ୍କର ଅଫିସ ପିନ୍ଧା ସାର୍ଟ ଆଲମିରାରୁ କାଢ଼ି ଦେଖେଇଲା ,ଯେଉଁ ସାର୍ଟକୁ ସେ ଏବେ ଏବେ ଇସ୍ତ୍ରୀ କରିଥିଲା ,ମା ଦେଖିଲେ ଯେ ସେ ସାର୍ଟ ରେ ଦୁଇ ଜାଗା ରଫୁ କରାଯାଇଥିଲା ଓ କଲର ପାଖରେ ଚିରି ମଧ୍ୟ ଯାଇଥିଲା ,ତାପରେ କିଛି ନ କହି ବବୁଲୁ ପଦାକୁ ବାହାରିଗଲା .

ମା 'ତାର ଯିବା ବାଟକୁ ଚାହିଁ ରହି ଚିନ୍ତା କରୁଥିଲେ ଯେ ସେମାନଙ୍କର କଷ୍ଟ ଆଜି ସାର୍ଥକ ହୋଇଛି ,ତାଙ୍କ ପୁଅ ଆଜି ଜଣେ ବିବେକି ମଣିଷଟିଏ ହୋଇପାରିଛି ,ଏହି କଥା ଭାବୁ ଭାବୁ ଲୁହ ଦୁଇଟୋପା ଆଖିରୁ ଗଡିଆସି ହାତରେ ଧରିଥିବା ଟଙ୍କା ଉପରେ ପଡିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Jayaprakash Choudhury

ରଫୁ

ରଫୁ

2 mins ପଢ଼ନ୍ତୁ

Similar oriya story from Tragedy