STORYMIRROR

DEEPAK SENAPATI

Tragedy

3  

DEEPAK SENAPATI

Tragedy

ପ୍ରେମ

ପ୍ରେମ

6 mins
130

   ପ୍ରେମ ଏକ ଅନୁଭୂତି, ପ୍ରତାରଣା ନା କଳ୍ପନାର ଲହରୀ ଭାଙ୍ଗିଥିବା ଏକ ସମୁଦ୍ର ? ନା ପ୍ରେମ ଏକ ରହସ୍ୟ ! " ପ୍ରେମ " ଏଇ ଅଢେଇ ଅକ୍ଷର ପ୍ରେମର ମାନେ କଣ ମୁଁ ବୁଝେନା | ମହତ୍ୱ କଣ ତାହା ବି ଜାଣେନା, କିନ୍ତୁ ଏତିକି ଜାଣିଛି ଏଇ ପ୍ରେମ ମଣିଷ ଜୀବନରେ ଏକ ସୁନ୍ଦର ଅନୁଭୂତି | ଯେଉଁ ଅନୁଭୂତିକୁ କାଗଜ କଲମ ରେ ସୀମିତ କରାଯାଇ ପାରେନା କି ଭାଷାରେ ବର୍ଣନା କରାଯାଇପାରେନା | ଏଇ ପ୍ରେମ କାହା ଜୀବନରେ ପୁନେଇଁ ରାତିର ଶୀତଳତା ଆଣିଦିଏ ତ କାହା ଜୀବନରେ ଲେଖିଥାଏ ମରୁଭୂମିର ତତଲା ଶୁଷ୍କ ବାଲି | ପ୍ରେମକୁ ନେଇ କଣ ବା ଅନୁଭୂତି ଲେଖିବି | ପ୍ରେମ କାହା କାହାଣୀରେ କଳଙ୍କିତ ତ କାହା କାହାଣୀରେ ପ୍ରେମର ନାୟକ ନାୟିକା l

        ଏଇ ପ୍ରେମ କେତେବେଳେ ଯେ କାହାକୁ କେଉଁ ମୁହୂର୍ତରେ ହେବ ତାହାର କିଛି ଠିକ ଠିକଣା ନାହିଁ | ମୋତେବି ହେଇଥିଲା, ମୁଁ ବା ସେଥିରୁ କେମିତି ବାଦ ପଡ଼ିଥାନ୍ତି | ଯେତେଯାହା ହେଲେ ଏଇଟା ପ୍ରେମ ନା, କୌଣସି ମଦ୍ୟପର ନିଶାଠୁ କମ ନୁହେଁ | ପ୍ରେମ ତ ବହୁତ ପ୍ରକାର ହୁଏ କିନ୍ତୁ ମୁଁ କହୁଛି ଆଜିକାଲି ର ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଗଢିଉଠୁଥିବା ପ୍ରେମ ସମ୍ପର୍କ କଥା | ଯେଉଁ ପ୍ରେମକୁ ନେଇ ସେମାନେ ବହୁତ ଗୁଡିଏ ସ୍ବପ୍ନ ଦେଖିଥାନ୍ତି | ସେମିତି କିଛି ପ୍ରେମ କାହାଣୀ ଦିପୁ ଆଉ ମୋନା ର ଯାହା ସମୟ ସ୍ରୋତରେ ଧୀରେଧୀରେ ଏକ ରହସ୍ୟରେ ପରିଣତ ହୋଇ ଶେଷରେ ସମାପ୍ତ ହୋଇଥିଲା |

       ଏଇ ପ୍ରେମ କାହାଣୀ ଆରମ୍ଭ ହୁଏ ଗୋଟିଏ ବାହାଘର ପାର୍ଟି ରୁ ଯେଉଁଠି ପ୍ରଥମକରି ଦିପୁ ଓ ମୋନା ର ସାକ୍ଷାତ ହୋଇଥିଲା | ଜଣେ ବନ୍ଧୁଙ୍କ ବାହାଘର ପାର୍ଟି ରେ ଯୋଗ ଦେବାକୁ ଯାଇଥାଏ ଦିପୁ |ସେତେବେଳକୁ ଦିପୁ ନିଜ ଗୋଡ଼ରେ ଠିଆ ହୋଇସାରିଥିଲା ମାନେ ଚାକିରୀ ଖଣ୍ଡିଏ କରିଥିଲା |ବାପା ମାଆଙ୍କର ସିଏ ଏକମାତ୍ର ପୁତ୍ର ସ୍ଵଭାବରେ ନମ୍ର,ଭଦ୍ର କିନ୍ତୁ ଭାରି ରାଗି | ତା ପାଇଁ ତା ପ୍ରତିପତ୍ତି, ତା ସମ୍ମାନ ଢେର ଅଧିକ |ବାହାଘରରେ ପହଂଚି ପ୍ରଥମେ ସମସ୍ତଙ୍କ ସହ ସାକ୍ଷାତ ସାରିବା ପରେ ଗୋଟିଏ ସୁନ୍ଦର ତରଣୀ ଉପରେ ତାର ନଜର ପଡିଲା | ଅପୂର୍ବ ସୁନ୍ଦରତା ଓ ମନମୁଗ୍ଧକର ତାର ଚାହାଣି, ରେ ହଜାର ହଜାର ଲୋକଙ୍କ ଭିଡ ଭିତରେ ମଧ୍ୟ ବାରି ହୋଇପଡ଼ୁଥିଲା |ସେଭଳି ସୌନ୍ଦର୍ଯ୍ୟର ଅପରୂପା ପ୍ରତିମୂର୍ତ୍ତି କୁ ଦିପୁ ପୂର୍ବରୁ ଦେଖିନଥିଲା | ସେ ଝିଅବି ଟିକିଏ ଫୁଲେଇ ହେଉଥାଏ କେତେବେଳେ ବେଣି ହଲେଇ ଦେଉଥାଏ ତ କେତେବେଳେ ଜୋରରେ ହସୁଥାଏ | ତାପରେ ଦିପୁ ସେ ଝିଅକୁ ଟିକିଏ ଅନୁସରଣ କରିବାକୁ ଲାଗିଲା |ଗୋଟିଏ ଛୋଟ ପିଲାଠୁ ପଚାରି ବୁଝିଲା କି ସେ ଝିଅ ତା ବନ୍ଧୁଙ୍କ ସମ୍ପର୍କୀୟ | ସେ ଝିଅ ସହ ଥରେ କଥା ହେବା ପାଇଁ ଦିପୁ ପ୍ରଚେଷ୍ଟା ଜାରି ରଖିଥାଏ | ବିଲେଇ କପାଳକୁ ଶିକା ଛିଣ୍ଡିବା ସଦୃଶ୍ୟ ସେ ଝିଅଟି ଆସି ସ୍ମିତାହାସ୍ୟ ଦେଇ ଦିପୁକୁ କହିଲା ମୋ ମାଆ ତମକୁ ଡାକୁଛନ୍ତି, ଓଃ...କିସୁନ୍ଦର ସେ କଣ୍ଠସ୍ୱର ସତେ ଯେମିତି ବସନ୍ତ ଋତୁର କୋକିଳ |କିଛି ସମୟ ମଧ୍ୟରେ ଦିପୁ ମୋନା ପରିବାର ର ସମସ୍ତଙ୍କ ସହ ଭଲ ସମ୍ପର୍କ ସ୍ଥାପନା କରିନେଲା | ଧୀରେଧୀରେ ମୋନା ସହବି କଥାବାର୍ତା ଆରମ୍ଭ ହେଲା |ମୋନା ର ରୂପ ଗୁଣ ସହ ତାର କଥାବାର୍ତାର ଶୈଳୀ ଓ ଚାଲିଚଳନ ଦିପୁ କୁ ବିମୋହିତ କରିଥିଲା | ସେଦିନ ରାତିଯାକ ଦିପୁ ଓ ମୋନା ପରସ୍ପର ସହିତ ବହୁତ କିଛି କଥାବାର୍ତା ହେଲେ, ଇତିମଧ୍ୟରେ ବିବାହ କାର୍ଯ୍ୟ ବି ସମ୍ପନ୍ନ ହେଇଗଲା | ତାପରେ ଯିଏ ଯାହା ବାଟରେ ଚାଲିଗଲେ |

     ଦୁଇଦିନ ପରେ....ଏକ ଗଣମାଧ୍ୟମର କର୍ମଶାଳା, ଇନ୍ଷ୍ଟଗ୍ରାମ ରେ ମୋନା ପାଖକୁ ଗୋଟିଏ ମେସେଜ (Hii)କରିଥିଲା ଦିପୁ | ସେଦିନ କଥାବାର୍ତା ଭିତରେ ଦିପୁ ମୋନା ପାଖରୁ ତାର ଇନ୍ଷ୍ଟଗ୍ରାମ ID ଟା ନେଇଥିଲା | ସଂପ୍ରତି ଏଇତ ଯୋଗାଯୋଗର ଏକ ଅଭିନଭ ମାଧ୍ୟମ | କିଛିସମୟ ମଧ୍ୟରେ ସେପଟୁ ପ୍ରତିଉତ୍ତରରେ (Hello)ମେସେଜ ଆସିଲା |ତାପରେ ସ୍ୱଳ୍ପ ସମୟର କଥୋପକଥନରେ ଦିପୁ ଓଗାଳି ପକାଇଥିଲା ସବୁକିଛି ତା ବିଷୟରେ ସତେଅବା କଉ ଗତଜନ୍ମର ସମ୍ପର୍କ ଥିଲାପରି | ଏହିଭଳି ଭାବେ ବହିଚାଲିଲା ଦିପୁ ଓ ମୋନା ର ସମ୍ପର୍କର ସ୍ରୋତ | ଏକ ଅଜଣା ଅଚିହ୍ନା ମଣିଷ ସହ ବନ୍ଧୁତ୍ୱ ସ୍ଥାପନ, କିଛି ବ୍ୟବଧାନ ଭିତରେ ପରସ୍ପର ମଧ୍ୟରେ ସଂଯୁକ୍ତ କରେ ନିବିଡ ଭାବାବେଗ | ଦିପୁ ଧୀରେଧୀରେ ଉପଲବ୍ଧି କରିପାରେ କୌଣସି ସଂକୋଚ ନକରି ସେ ପ୍ରକାଶ କରିପାରୁଛି ମୋନାକୁ ସବୁକିଛି | କିନ୍ତୁ ସେ ଜାଣିନି ପ୍ରେମର ଏ ଆକର୍ଷଣ ନା ବୁଝିଛି ସେ ଗଭୀର ରହସ୍ୟମୟ ଗ୍ରନ୍ଥ | ଇତିମଧ୍ୟରେ ଆରମ୍ଭ ହେଲା "ପ୍ରେମ ସପ୍ତାହ " ମାନେ ଫେବୃଆରୀ ୭-୧୪ ତାରିଖ |ଏହି ଦିନକୁ ସବୁ ପ୍ରେମିଯୁଗଳ ମାନେ ଚାତକ ପରି ଅନେଇ ବସିଥାନ୍ତି | କେବେ ଆରମ୍ଭ ହେବେ ପ୍ରେମ ସପ୍ତାହ ଓ ନିଜ ପ୍ରେମିକ ପ୍ରେମିକା ନିଜ ମନର କଥାକୁ ପ୍ରକାଶ କରିବେ ନିଜ ସାଥି ପାଖରେ | ସେମିତି ଦିପୁ ମଧ୍ୟ ଅପେକ୍ଷା କରିଥିଲା ଏହି ଦିନକୁ.... ପ୍ରେମ ଦୁର୍ବଳକୁ ଶକ୍ତିଶାଳୀ କରିପକାଏ ରୁଗୁଣ କୁ ସୁସ୍ଥତାର ଅନୁଭବ ଦିଏ | ସେଦିନ ଦିପୁ ମଧ୍ୟ ନିଜକୁ ଶକ୍ତିଶାଳୀ ଅନୁଭବ କରିଥିଲା |ସେ ନିଜ ମନର କଥାକୁ ମୋନା ପାଖରେ ପରିପ୍ରକାଶ କରିବାକୁ ନିଷ୍ପତି ନେଲା |ସେତେବେଳକୁ ମୋନା ର ଯୋଗାଯୋଗ ନମ୍ବର ମଧ୍ୟ ଦିପୁ ପାଖରେ ଥାଏ ମୋନାକୁ ଫୋନ କରି ଦିପୁ ତା ମନର କଥା କୁ କହିଥିଲା | କିଛିସମୟ ପାଇଁ ଶାନ୍ତସ୍ଥବର ହୋଇଯାଇଛି ମୋନା | ନିଜର ନିଷ୍ପତି ଶୁଣାଇବାକୁ କିଛି ଦିନର ସମୟ ମାଗିଥିଲା ଦିପୁକୁ | ପ୍ରାୟ ଦିପୁର ପ୍ରେମକୁ ବୁଝିପାରିନଥିଲା ମୋନା ମନଦୁଃଖରେ ସେଦିନ ଶୋଇପଡ଼ିଥିଲା ଦିପୁ | ଧୁ ଧୁ କରି ବର୍ଷା,ଝରଣା ଭଳି ବିନା ନିଶ୍ୱାସରେ ଆକାଶରୁ ବହିଚାଲୁଥିବା ସକାଳର ଉଷୁମ ନିଦ୍ରା, ସବୁ ଅନିଚ୍ଛା ସତ୍ୱେ ମୋନା ର ଭାବନା ସବୁ ପଶିଆସି ନିଦକୁ ଆହୁରି ଗାଢ଼ କରିଥିବା ସମୟରେ ହଠାତ ମୋବାଇଲ ମେସେଜ ର ଟ୍ରିନିଂ ଟ୍ରିନିଂ ଶବ୍ଦ ରେ ସ୍ବପ୍ନ ଦୁନିଆରୁ ବାସ୍ତବିକ ହେବାକୁ ଲାଗିଲା ଦିପୁ | ସଙ୍ଗେ ସଙ୍ଗେ ଉଠି ଦେଖେତ ମୋନା ର good morning ମେସେଜ ଓ "I love you too"....                 ଦିପୁ ବହୁତ ଖୁସି | ତା'ର ଖୁସି କହିଲେ ନସରେ | ମରୁଭୂମି ର ତତଲା ଶୁଷ୍କ ବାଲିରେ ଚାଲୁଥିବା ପଥିକକୁ ଯେତେବେଳେ ଗୋଟିଏ ବଡ ଗଛର ଛାଇ ଓ ଥଣ୍ଡା ପାନୀୟ ଜଳ ମିଳିଯାଏ ସେ ଯେତେ ଖୁସି ଅନୁଭବ କରେ ତା'ଠୁ ବେଶି ଖୁସି ଥିଲା ଦିପୁ |ସଂଗେସଂଗେ ଦିପୁ ମୋନା କୁ ଫୋନ କଲା ଓ ମୋନା ମ୍ୟାସେଜର ପ୍ରତିଉତ୍ତରରେ ତାକୁ I Love You Too କହିଲା | କିଛିସମୟ କଥାବାର୍ତା ଭିତରେ ଦୁହେଁ ନିଜ ନିଜ ମନର କଥା ଉଭୟଙ୍କ ଆଗରେ ରଖିଛନ୍ତି | ସବୁ ପ୍ରେମିଯୁଗଳଙ୍କ ପରି ସେମାନେ ମଧ୍ୟ ସାତଜନ୍ମ ପାଇଁ ସାଥିରେ ରହିବାକୁ ପରସ୍ପର କୁ କଥା ଦେଇଛନ୍ତି | ଏମିତି ହେଉ ହେଉ ପ୍ରାୟ ୨ ଘଣ୍ଟାର ବାର୍ତାଳାପ ଦୁଇଜଣଙ୍କ ମଧ୍ୟରେ | ସମୟ ସ୍ରୋତରେ ଧୀରେଧୀରେ ଦିପୁ ଓ ମୋନା ର ପ୍ରେମ କାହାଣୀ ର ଗାଡି ଗାଡିଚାଲିଲା | ଦିପୁ ନିଜର କର୍ମ ବହୁଳତା ଜୀବନରୁ ବାହାରି ମୋନା କୁ ଅଧିକ ସମୟ ଦେଇପାରୁନାଥାଏ ସତ କିନ୍ତୁ ସବୁବେଳେ ମନ ଭିତରେ ମୋନା ର କଥା ଭାବୁଥାଏ ଓ ପ୍ରତିଦିନ ପ୍ରାୟ ୪ -୫ ଥର ମୋନା ସହ କଥା ହେଉଥାଏ |ଶୁଣିଛି ପ୍ରେମ ଦୁର୍ବଳ କୁ ଶକ୍ତିଶାଳୀ କରିଦିଏ,ରୁଗୁଣ କୁ ସୁସ୍ଥତାର ଅନୁଭବ କରାଏ | ଦିପୁବି ନିଜକୁ ବହୁତ ଶକ୍ତିଶାଳୀ ଅନୁଭବ କରୁଥାଏ | ଆଉ ଏଟା ବି ଶୁଣିଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ ସେ କେବେବି ମୋନା ର ଜାତି,କୂଳ ଦେଖିନଥିଲା | ପ୍ରାୟ ୨-୩ ମାସ ବିତିଯାଇଥିଲା, ତା'ପର ଆଉ ସେମାନେ ପଛକୁ ଚାହିଁନାହାନ୍ତି | ସମସ୍ତଙ୍କ ଅଲକ୍ଷରେ ରେ କେତେ ସମୟ କାଟିଛନ୍ତି, ଶିଳ୍ପୀ ସାଜି କେତେ ସ୍ବପ୍ନର ତାଜମହଲ ଗଢ଼ିଛନ୍ତି | ଦିପୁ ର ନିଜର ବୋଲି ତାପାଖରେ କିଛି ନଥିଲା ତନ, ମନ, ହୃଦୟ ସବୁକିଛି ସମର୍ପି ଦେଇଥିଲା ମୋନା ପାଖରେ |ଏମିତି ଦିନେ କଥା ହେଉ ହେଉ ମୋନା ପଚାରିଛି ଦିପୁକୁ ତମେ ମୋତେ କେବେ ଭୁଲିଯିବନି ତ ? ଯଦି କେବେ ମୁଁ ତମ ପାଖରେ ନଥିବି ତମେ ମୋ ଜାଗା ଆଉ କାହାକୁ ଦେଇଦେବନି ତ ? ଏମିତି ପ୍ରଶ୍ନ ଶୁଣି ଦିପୁ ଚମକି ପଡିଛି ଆଉ ପ୍ରତିଉତ୍ତର ରେ ସ୍ମିତାହାସ୍ୟ କରି କହିଛି ମୁଁ ମୋ ନିଜ ରାଣ ଖାଇକହୁଛି କେବେବି ତମକୁ ଭୁଲିଯିବିନି କି କେବେ ତମଠୁ ଏକା ହେବିନି | ପୁଣି ଦିପୁ ପଚାରିଛି ଆଜି ହଠାତ ଏମିତି ପ୍ରଶ୍ନ କାହିଁକି ପ୍ରତିଉତ୍ତରରେ ମୋନା କହିଛି ମୁଁ ଜାଣିବାକୁ ଚାହୁଁଥିଲି ତମେ ମୋତେ କେତେଭଲପାଅ |

ଦିପୁ ହସିଦେଇ କହିଛି ଆଉ କିଛିଦିନ ଯାଉ ମୁଁ ତମ ଘରକୁ ବିବାହ ପ୍ରସ୍ତାବ ନେଇଯିବି ମୋନା ମଧ୍ୟ ହସିଦେଇ ଦିପୁକୁ ସମର୍ଥନ କରିଛି | ପାଖାପାଖି ୪ ମାସ ବିତିଯାଇଛି, ଦିନେ ହଠାତ ମୋନା ଦିପୁକୁ ଫୋନ କରି କହିଲା ତମେ ଆଉ ମୋତେ ଭଲ ପାଉନ, ଆଗଭଳି ଆଉ ଫୋନ ମଧ୍ୟ୍ୟ କରୁନ ଆଜିଠୁ Break up... ମୋତେ ଆଉ ଫୋନ କରିବନି | ସେତେବେଳେ ଦିପୁ କୁ ବୁଝିଯିବାର ଥିଲା କି ମୋନା ତାକୁ Ignore କରୁଛି ତା'ଠୁ ଦୁରେଇ ଯିବାକୁ ଚାହୁଁଚି କିନ୍ତୁ ଦିପୁ ନିଜର ଭୁଲ ଭାବି ପୁଣି ମୋନା କୁ ଫୋନ କରି କ୍ଷମା ମାଗିଛି କାହିଁକିନା କର୍ମବ୍ୟସ୍ତତା ହେତୁ ସତରେ ସେ ମୋନା କୁ ଆଗଭଳି ସମୟ ଦେଇପାରୁନଥିଲା | ପୁଣି କିଛି ଦିନ ଏମିତି ମୋନା ଓ ଦିପୁ ର ପ୍ରେମର ଗାଡି ଗଡ଼ିଲା |ପ୍ରାୟତଃ ଦିପୁ ନିଜ କର୍ମମୟ ଜୀବନରୁ ଯେତେବେଳେ ଟିକେ ସମୟ ପାଉଥାଏ ମୋନା ସହ କଥାହେଉଥାଏ |ପ୍ରାୟ ୫ ମାସ ପରେ ଦିପୁ ର ପାରିବାରିକ ସମସ୍ୟା ପାଇଁ ଦିପୁ ଏତେ ବ୍ୟସ୍ତ ଓ ଦୁଃଖିତ ଥିଲା ଯେ ମୋନା ପାଖକୁ ଫୋନ କରିବାପାଇଁ ସମୟ ପାଇଲାନାହିଁ | କେତେବେଳେ କେମିତି ମୋନା ଫୋନ କଲେ କଥାହେଉଥିଲା| ପ୍ରାୟ ୨-୩ ଦିନ ମୋନା ଦିପୁକୁ ଫୋନ କରିନି ଦିପୁ ମଧ୍ୟ ମୋନା କୁ ଫୋନ କରିନି | ଦିପୁ ପାଖକୁ ମୋନା ର ଗୋଟିଏ ମ୍ୟାସେଜ ଆସିଲା I Hate You...ଆଜିଠୁ ସତରେ Break up... ମୋତେ ଆଉ ମ୍ୟାସେଜ କରିବନି କି ଫୋନ କରିବନି | ଦିପୁ ମଧ୍ୟ ନିଜର ଆତ୍ମ ସମ୍ମାନ କୁ ଦେଖି ମୋନା କୁ ଆଉ ମ୍ୟାସେଜ କି ଫୋନ କରିନି କିନ୍ତୁ 

ଦିପୁ ର ଶିରାପ୍ରଶିରାରେ ରକ୍ତ ସଂଚାଳନ କିଛିସମୟ ବନ୍ଦ ହୋଇଯାଇଛି | ତା ହୃଦୟ ର ପ୍ରେମ ପକ୍ଷୀ କେଉଁ ଏକ ଅଜଣା ଅତ୍ୟୁଚ୍ଚ ଗିରିକନ୍ଦରରେ ଧକ୍କା ଖାଇ ଭୂପତିତ ହୋଇଗଲା ସେ ଜାଣିପାରିଲାନି |ନୟନ ଯୁଗଳ ଅଦିନିଆ ଶ୍ରାବଣ ର ବାରିଧାରାରେ ଭରିଯାଇଛି | ଭାଙ୍ଗିଯାଇଛି ମନର ଦମ୍ଭ ଓ ହୃଦୟର ସାହସ | କୌଣସି ପ୍ରକାରେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି କିନ୍ତୁ ମନର ଉଦବେଳନ କୁ ନିୟନ୍ତ୍ରଣ କରିପାରିନି |ଅକ୍ଲାନ୍ତ ଚେଷ୍ଟା ସତ୍ୱେ ଥମିନି ହୃଦୟ ଭିତରର ଘୁର୍ଣ୍ଣିଝଡ଼ |ସତରେ ଦୁଃଖ ସମୟରେ କୁଆଡୁ ଆସେ ଆଖିକୁ ଏତେ ଲୁହ ! ଅମାନିଆ ହୋଇ ବହିଚାଲିଛି | ପ୍ରାୟ ରାତ୍ରି ର ତୃତୀୟ ପ୍ରହର ବେଳକୁ ନିଦ୍ରାଦେବୀ ଆଖି ଦୁଇଟିକୁ କୋଳେଇ ନେଇଛନ୍ତି, ମନର ଝଡ଼ ଥମିଯାଇଛି |ବୋଧହୁଏ ହୃଦୟ ତାର ଶାନ୍ତିର ସମାଧାନ ପାଇସାରିଛି |  


  ଅନେକ ଅବଶୋଷ ପରେବି ଜୀବନ ବର୍ଣ୍ଣମୟ | ସମୟର ଛାଇ ଆଲୁଅ ଖେଳ ଭିତରେ ଭାଗ୍ୟର ଲିଖନୀ କୁ ଭୋଗିବାକୁ ହୁଏ | ସବୁ ବର୍ଣ୍ଣକୁ ଥରେ ଥରେ ଛୁଇଁବାକୁ ପଡେ |ମଣିଷ ସ୍ବପ୍ନ ଦେଖେ ଓ ତାକୁ ପୁରା କରିବାକୁ ଇଚ୍ଛା ବି ରଖେ ହେଲେ ସବୁ ସ୍ବପ୍ନ ସତ ହୁଏନା ତଥାପି ରାତି ଆସିଲେ ସ୍ବପ୍ନ ଆସେ ଆଉ ପୁନର୍ବାର ଜିଁବାର ଆଶା ସଂଚରି ଯାଏ ମନ ଗହୀରରେ |ସୁଖ ଦୁଃଖ ର ଅଙ୍କ କଷା ଭିତରେ ଯେ ତମାମ ଆୟୁଷ ସରିଯାଏ ଏକଥା ବୁଝିଲା ବେଳକୁ ବହୁତ ଡେରି ହୋଇଯାଇଥାଏ , ଆଉ ରହିଯାଏ ଖାଲି ମେଞ୍ଚାଏ ସ୍ମୃତି ଆଉ କିଛି ଅନୁଭୂତି


Rate this content
Log in

Similar oriya story from Tragedy